• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବ୍ରହ୍ମପୁରରେ ପୁଣି ଜଣେ ତପସ୍ୱିନୀ । ଆଉ ଏଠି ବି ସାରଥୀ ସାଜିଛନ୍ତି ପ୍ରମିଳା । ସ୍ତ୍ରୀ ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ 5 ଦିନ ହେଲା ଧାରଣାରେ ବସିଛନ୍ତି ଦୀପିକା । ବ୍ରହ୍ମପୁର ଦେଶିବେହେରା ସାହିରେ ଏହି ଘଟଣା ସାମ୍ନାକୁ ଆସିଛି । ତେବେ ଏଠି ଦୀପିକାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସମାଜସେବୀ ପ୍ରମିଳା ତ୍ରିପାଠୀ । ସେ ମଧ୍ୟ ଦୀପିକାଙ୍କ ସହ ଧାରଣରେ ବସିଛନ୍ତି । ଦୀପିକାଙ୍କୁ ନ୍ୟାୟ ଦାବିରେ ସେ ଧାରଣା ଦେଇଥିବା କହିଛନ୍ତି । ଦୀପିକାଙ୍କୁ ଓ ପୁଅକୁ ତାଙ୍କ ସ୍ୱାମୀ ବା ପ୍ରେମିକା ଗ୍ରହଣ ନକଲା ଯାଏଁ ଏହି ଧାରଣା ଚାଲିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ତେବେ ସମାଜସେବୀ ପ୍ରମିଳା ତ୍ରିପାଠୀ ଦୀପିକାଙ୍କୁ ସହଯୋଗରେ ହାତ ବଢ଼ାଇବା ପରେ ମାମଲା ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି । ଘଟଣା ଏବେ କ୍ଷିପ୍ର ବେଗରେ ଚାରିଆଡ଼େ ବ୍ୟାପିଗଲାଣି । କାରଣ ପ୍ରମିଳା ତ୍ରିପାଠୀ ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା, ଯିଏ ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାହ ବିବାଦ ମାମଲା ସହ ଜଡ଼ିତ ଥିଲେ । ତପସ୍ୱିନୀଙ୍କ ହକ୍‌ ପାଇଁ ସେ ଦୀର୍ଘ ଦିନ ଧରି ତାଙ୍କ ସହ ଖରା-ବର୍ଷା-ଶୀତ ସହି ଧାରଣାରେ ବସିଥିଲେ । ଶେଷରେ ତପସ୍ୱିନୀଙ୍କ ଏକ ପ୍ରକାର ବିଜୟ ହୋଇଥିଲା ବୋଲି କୁହାଯାଇପାରିବ । ତେବେ ପ୍ରମିଳା ଦୀପିକାଙ୍କ ବିଜୟରେ ସାହାଯ୍ୟ କରିପାରୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।