• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

୪ ମହଲାରୁ ୪ ବର୍ଷର ଛୁଆକୁ ଠେଲିଦେଲା ମାଆ । ବେଙ୍ଗାଲୁରରେ ସାମ୍ନାକୁ ଆସିଛି ଏହି ହୃଦୟବିଦାରକ ଘଟଣା । ଜଣେ ମହିଳା ଆପାର୍ଟମେଣ୍ଟର ୪ର୍ଥ ମହଲାରୁ ତାଙ୍କ ଚାରି ବର୍ଷର ନିରୀହ ଝିଅକୁ ଠେଲିଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି ।

ନିଜ ସନ୍ତାନକୁ ୪ ମହଲାରୁ ଠେଲିବା ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ମୃତ ଶିଶୁର ଶବକୁ ପୋଷ୍ଟମର୍ଟମ ପାଇଁ ସ୍ଥାନାନ୍ତର କରିଛି। ଏହାସହ ଉକ୍ତ ମହିଳା ତଥା ଶିଶୁଟିର ମାଆକୁ ଗିରଫ ମଧ୍ୟ କରିଛି । ଆପାର୍ଟମେଣ୍ଟର ସିସିଟିଭି ରେ ଏହି ଘଟଣାର ଦୃଶ୍ୟ କଏଦ୍ ହୋଇଥିଲା ଯାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ।

Also Read

ନିରୀହ ଝିଅକୁ ବାଲକୋନିରୁ ତଳକୁ ଫୋପାଡ଼ିଲା ମାଆ :-

ଘଟଣାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ ଶ୍ରୀନିବାସ ଗୌଡା କହିଛନ୍ତି, ‘ବେଙ୍ଗାଲୁରୁର ସାମପଙ୍ଗିରାମନଗର ପୋଲିସ ଷ୍ଟେସନ ଅଞ୍ଚଳର ସି.କେ.ସି ଗାର୍ଡେନ୍‌ର ଅଦ୍ୱିତା ଆଶ୍ରୟ ଆପାର୍ଟମେଣ୍ଟର ଚତୁର୍ଥ ମହଲାରେ ରହୁଥିବା ସୁଷମା ଭରଦ୍ୱାଜ ତାଙ୍କ ଚାରି ବର୍ଷର ନିରୀହ ଝିଅକୁ ବାଲକୋନିରୁ ତଳେ ପକାଇ ଦେଇଛନ୍ତି । ଏହି କାରଣରୁ ନିରୀହ ଶିଶୁର ମୃତ୍ୟୁ ହୋଇଛି ।’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଝିଅକୁ ଫୋପାଡ଼ିବା ପରେ ସୁଷମା ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ବାଲକୋନୀ ରେଲିଂ ଉପରକୁ ଯାଇଥିଲେ, ହେଲେ ପରେ ସମ୍ପର୍କୀୟମାନେ ତାଙ୍କୁ ଅଟକାଇଥିଲେ ।

ଦେଖନ୍ତୁ ଭିଡ଼ିଓ :-

କାହିଁକି ମହିଳା ଏହି ଭୟଙ୍କର ପଦକ୍ଷେପ ନେଇଥିଲେ?

ସୁଷମା ଜଣେ ଡେଣ୍ଟାଲ୍ ଡାକ୍ତର ହୋଇଥିବାବେଳେ ତାଙ୍କ ସ୍ୱାମୀ ଜଣେ ସଫ୍ଟୱେୟାର ଇଞ୍ଜିନିୟର । ତାଙ୍କର କେବଳ ଗୋଟିଏ ଝିଅ ଥିଲା । ହେଲେ ସେ କହିବା ଓ ଶୁଣିବାକୁ ଅସମର୍ଥ ଥିଲା । ଯାହାକୁ ନେଇ ସୁଷମା ସବୁବେଳେ ଚିନ୍ତିତ ଥିଲେ । ତେଣୁ ଏପରି ପରିସ୍ଥିତିରେ ସେ ନିଜ ଝିଅକୁ ଚତୁର୍ଥ ମହଲାରୁ ଫିଙ୍ଗି ତାର ହତ୍ୟା କରିଥିବାର କହିଛନ୍ତି ପୋଲିସ ଅଧିକାରୀ ଶ୍ରୀନିବାସ ଗୌଡା ।

CCTV ଫୁଟେଜ ଆଧାରରେ ମହିଳାଙ୍କୁ ଗିରଫ କରିଛି ପୋଲିସ :-

ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆପାର୍ଟମେଣ୍ଟର CCTV ଫୁଟେଜ୍‌ ଯାଂଚ୍‌ କରିବାରୁ ଏହି ହତ୍ୟା ଭିଡ଼ିଓଟି ସାମ୍ନାକୁ ଆସିଥିଲା । ଯାହାକୁ ଦେଖି ମହିଳାଙ୍କ ସ୍ୱାମୀ ମହିଳାଙ୍କ ନାଁରେ ହତ୍ୟା ଅଭିଯୋଗରେ ମାମଲା ରୁଜୁ କରିଥିଲେ । ଏହାକୁ ଆଧାର କରି ପୋଲିସ୍ ମହିଳାଙ୍କୁ ଗିରଫ କରିଛି ।

ସୁଷମା ପୂର୍ବରୁ ତାଙ୍କ ଝିଅକୁ ରେଳ ଷ୍ଟେସନରେ ପକାଇବାକୁ ଚେଷ୍ଟା କରିଥିଲେ:-

ତଦନ୍ତ ରିପୋର୍ଟ ଅନୁଯାୟୀ, ନିଜ ଝିଅ ଶାରୀରିକ ଅକ୍ଷମ ଥିବା ହେତୁ ସୁଷମା ସବୁବେଳେ ବିରକ୍ତ ହେଉଥିଲେ । ତେଣୁ ପୂର୍ବରୁ ମଧ୍ୟ ସୁଷମା ଝିଅକୁ ରେଳଷ୍ଟେସନ୍‌ରେ ଏକା ଛାଡ଼ିଦେଇଥିଲେ । ହେଲେ ପରିବାର ସଦସ୍ୟ ତାକୁ ଖୋଜିପାଇଥିଲେ । ହେଲେ ଶେଷରେ ଗତକାଲି ଝିଅକୁ ଚତୁର୍ଥ ମହଲାରୁ ବାଲକୋନୀରେ ବୁଲୁଥିବା ସମୟରେ ତଳେ ପକାଇ ଦେଇଥିଲେ। ମୁଣ୍ଡରେ ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା ।