• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

'ବାପାକୁ ପୋଡ଼ି ଅସ୍ଥି ଧରେଇଦଲେ, ଘରକୁ ପଳାଅ କହିଲେ..।  ମୋ ବାପାକୁ ସେମାନେ ପିଟି ପିଟି ମାରିଦେଇଛନ୍ତି ।  ବାପାଙ୍କ ହାତରେ ବନ୍ଧା ହେବାର ଚିହ୍ନ ଅଛି । ଆଖିରେ ବିଧା ମାରିବାର ଚିହ୍ନ ମଧ୍ୟ ରହିଛି ।  ତାଙ୍କର କିଛି ରୋଗବ୍ୟାଧି ନଥିଲା । ’ ନ୍ୟାୟ ପାଇଁ ରାଜଧାନୀର ରାଜରାସ୍ତାରେ ପୁଅ । ପୁରୀ ପୋଲିସର କାର୍ଯ୍ୟକୁ ସନ୍ଦେହ କରି ନିଜ ବାପା ମୃତ୍ୟୁର କାରଣ ଖୋଜିବା ଲାଗି ପୁଅ ରାଜଧାନୀରେ ବାପାର ଅସ୍ଥି ଧରି ପୁଅ ବୁଲୁଥିବାର ଦେଖିବାକୁ ମିଳିଛି ।

ଗତ ୨୯ ତାରିଖ ଦିନ ତାଙ୍କ ବାପା ମୋହନ ଜେନା ବୋଲବମରେ ଘରୁ ବାହାରିଥିଲେ । ଗାଁ ଲୋକଙ୍କ ସହ ବସରେ ଆସି ଗଂଜାମ ପଞ୍ଚମହାଦେ ଠାରେ ଜଳଲାଗି କରିଥିଲେ । ପରେ ସମସ୍ତେ ବସ ଯୋଗେ ପୁରୀ ଆସି ବୁଲୁଥିବା ବେଳେ ମୋହନଙ୍କ ବ୍ୟାଗ ଚୋରି ହୋଇ ଯାଇଥିଲା ।

ବ୍ୟାଗ ଖୋଜିବା ବେଳେ ମୋହନକୁ ଛାଡି ଚାଲି ଯାଇଥିଲା ବସ୍‌ । ବାପା ନ ଫେରିବାରୁ ତାଙ୍କ ପୁଅ ପୁରୀ ଆସି ସିଂହଦ୍ୱାର ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ । ତେବେ ହଠାତ ଗୁରୁବାର ଦିନ ଦୁଇ ପୁଅଙ୍କୁ ଡକାଇ ତାଙ୍କ ବାପାଙ୍କ ମୃତଦେହ ଦେଖାଇଥିଲା ସିଂହଦ୍ୱାର ପୋଲିସ, ଏମିତିକି ସେହି ସମୟରେ ପୋଷ୍ଟମର୍ଟମ ବି ହୋଇ ସାରିଥିଲା । ତେବେ ପରିବାର ଲୋକଙ୍କୁ ନଜଣାଇ କିପରି ପୋଷ୍ଟମର୍ଟମ ହେଲା ପଚାରିବାରୁ ପୋଲିସ ନାଲି ଆଖି ଦେଖାଇ ବାପାଙ୍କ ଅସ୍ଥି ଦେଇ ବିଦା କରିଥିବା ଅଭିଯୋଗ ହୋଇଛି ।

ସେପଟେ ଏ ନେଇ ପୋଲିସକୁ ପଚାରିବାରୁ ସବୁକିଛି ନିୟମ ମୁତାବକ ହୋଇଛି ବୋଲି କହିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ କାରଣ ଜଣାପଡିବ ବୋଲି କହିଛି ଚନ୍ଦନପୁର ଥାନା ପୋଲିସ ।