• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନେ ବନ୍ଧୁକ ମୁନରେ କରୁଥିଲେ ଶାସନ, ବସାଉଥିଲେ ପ୍ରଜାକୋର୍ଟ, କରୁଥିଲେ ନ୍ୟାୟ ନିଶାପ । ହେଲେ ଏବେ ହିଂସାର ପଥ ଛାଡି, ସେ ଫେରିଆସିଛନ୍ତି ସମାଜର ମୁଖସ୍ରୋତକୁ । ଆଉ ସେହି ନିଷ୍ପତ୍ତି ବଦଳାଇ ଦେଇଛି ତାଙ୍କ ଜୀବନର ପରିଭାଷା । ଗୁଳିଗୋଳାର ଅନ୍ଧାରୀ ମୁଲକରୁ ଆସି ସେ ଏବେ ସାଜିଛନ୍ତି ଚାଷୀ ନେତା । ଚାଷୀଙ୍କ ସ୍ୱର ଓ ସମସ୍ୟା ପ୍ରଶାସନ ପାଖରେ ପହଞ୍ଚାବାର ସାଜିଛନ୍ତି ମାଧ୍ୟମ ।

ମାଓନେତା ସୁକଦେବଙ୍କ ହିଂସା ଛାଡି ଆତ୍ମସମର୍ପଣ କଲା ପରେ ସେ ଏବେ ଜିଉଁଛନ୍ତି ସାଧାରଣ ଜୀବନ । କାଲିମେଳାର ଲ୍ୟାମ୍ପ ସଭାପତି ଭାବେ ନିର୍ବାଚିତ ହେବା ପରେ ବଢିଛି ତାଙ୍କ ଉତ୍ତରଦାୟିତ୍ୱ । ଲୋକଙ୍କ ସମସ୍ୟାକୁ ପାଖରୁ ଦେଖିଥିବା ସୁକଦେବ ଏବ ଚାଷୀଙ୍କ ସମସ୍ୟା ସୁଧାରିବାକୁ ପଣ କରିଛନ୍ତି ।.

୨୦୦୪ ରୁ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ସୁକଦେବ ମିଲିସିଆ ସଦସ୍ୟରୁ ବନିଯାଇଥିଲା ମାଓ କମାଣ୍ଡର । ମାଲକାନଗିରିଏବଂ କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳେଇବା ସହ ବନ୍ଧୁକ ମୁନରେ ଲୋକଙ୍କୁ ଭୟଭୀତ କରି ରଖିଥିଲେ । ଉଭୟ ଜିଲ୍ଲାରେ ବଡ ବଡ ହିଂସାକାଣ୍ଡ ଘଟାଇବା ସହ ଉନ୍ନୟନ ମୂଳକ କାର୍ଯ୍ୟକୁ କଡା ବିରୋଧ କରୁଥିଲା ।

ହେଲେ ନିଜର ଭୁଲ ବୁଝିବା ପରେ ପୁଲିସ ନିକଟରେ ଆତ୍ମସମର୍ପଣ କରି ଫେରି ଥିଲେ ମୁଖ୍ୟସ୍ରୋତକୁ । ଜମି ଭାଗରେ ନେଇ ଚାଷ କରି ନିଜର ପରିବାର ଚଳାଇ ଆସୁଛନ୍ତି ସୁକଦେବ । ଚାଷୀଙ୍କ ସମସ୍ୟା ଅତି ନିକଟରୁ ଦେଖିବା ପରେ ଏହି ସମସ୍ୟାର ସମାଧାନ ପାଇଁ ସେ ଚିନ୍ତା କରି କାଲିମେଳା ଲ୍ୟାମ୍ପର ସଭାପତି ଦୌଡରେ ରହି ର୍ନିବାଚିତ ମଧ୍ୟ ହୋଇଛନ୍ତି । ଏହାରି ଭିତରେ ସେ ମାଓ ନେତାରୁ ବନି ଯାଇଛନ୍ତି ଚାଷୀନେତା । ଦିନରେ ଚାଷୀ କିଭଳି ଉଚିତ ପ୍ରାପ୍ୟ ପାଇବା ସହ ଲାଭବାନ ହୋଇପାରିବ ସେହା ହିଁ ଲକ୍ଷ୍ୟ ବୋଲି ସୁକଦେବ କହିଛି ।

ସୁକଦେବର ଏହି ପରିବର୍ତ୍ତନ ଓ ଲୋକଙ୍କ ପାଇଁ କାମ କରିବାର ଇଛାଶକ୍ତି ଦେଖି ବେଶ ପ୍ରଶଂସା କରୁଛନ୍ତି ସ୍ଥାନୀୟ ଲୋକେ । ରତ୍ନାକରରୁ ବାଲ୍ମିକୀ ପାଲଟିଥିବା ସୁକଦେବ ଉପରେ ଭରସା କରିଛନ୍ତି ଚାଷୀ । ପୁଲିସ ମଧ୍ୟ ସୁକଦେବର ଏହି ପରିବର୍ତ୍ତନ ପାଇଁ ତାଙ୍କର ପ୍ରଶଂସା କରିଛି । ଏହି ପରିବର୍ତ୍ତନ କେବଳ ମାଓବାଦୀ ନୁହେଁ ବରଂ ଖରାପ ରାସ୍ତାକୁ ଯାଉଥିବା ଯୁବ ପିଢୀମାନଙ୍କୁ ଏକ ବଡ ଉଦାହରଣ ହେବ ।