ସେଦିନ କହୁଥିଲେ ଆମର କିଛି ଦୋଷ ନାହିଁ...ଆଜି କିନ୍ତୁ ମୁହଁ ଲୁଚାଇ କୋର୍ଟ ଯାଉଛନ୍ତି...କ୍ୟାମେରା ସାମ୍ନାରେ ସତରେ କଣ ମନଗଢା କାହାଣୀ କହୁଥିଲେ କି ଶାଶୂ?
ମେଡିକାଲ ବେଡ୍ରେ ଶୋଇଛି ସ୍ୱାମୀ। ଛୁଆକୁ କୋଳରେ ଧରି ଭୋଭୋ କାନ୍ଦୁଛି ସ୍ତ୍ରୀ...ଚେତା ବି ହରାଇ ଦେଉଛି। ରୋଜଗାରିଆ ପୁଅ କଥା ଶୁଣିଲା ବେଳକୁ ମାଆର ପାଟି ଖନି ମାରିଦେଉଛି। ସେପଟେ ବାପା କେବେ ଆସିବ ବୋଲି ପ୍ରଶ୍ନ କରୁଛି କୁନି ପୁଅ.
ଚାଲିଥିଲା ଏନଏସି ବୈଠକ। କାଉନସିଲର ଚେୟାରମ୍ୟାନଙ୍କୁ ପ୍ରଶ୍ନ କଲେ ହୁ ଆର୍ ୟୁ? ବାସ୍ ଚେୟାରମ୍ୟାନ କହିଲେ ତୁ କଣ ମତେ ଜାଣିପାରୁନୁ? ପରେ ଦେଖନ୍ତୁ ହେଲା କଣ?
ଏଣିକି ଚିଲିକା ଏବଂ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ଠାବ କରିବ ଡ୍ରୋନ୍ କ୍ୟାମେରା। ଏହି ସବୁ ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ୪ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ନିରନ୍ତର ଅଭ୍ୟାସ ଏବଂ ଇଚ୍ଛାଶକ୍ତି ହିଁ ଯେକୌଣସି 'ଅକ୍ଷମତା'କୁ ଏକ ଆଶ୍ଚର୍ଯ୍ୟଜନକ 'ଦକ୍ଷତା'ରେ ପରିଣତ କରିଦିଏ। ଭାଇରାଲ ହେଉଥିବା ଏହି ଭିଡିଓ ଦେଖିଲେ ଆପଣ ଏହାର ପ୍ରମାଣ ପାଇଯିବେ।
ମନଇଚ୍ଛା ଆସିଲେ, ଗଛ କାଚିଦେଲେ...ଏସବୁ ଜମା ଭଲ ହେଉନି
ହାଇସିକ୍ୟୁଟି ନମ୍ବର ପ୍ଲେଟ ମାମଲାରେ ଆଜି ରାଜ୍ୟ ପରିବହନ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଲୋକଙ୍କୁ ସହଜରେ ନମ୍ବର ପ୍ଲେଟ ଯୋଗାଇ ଦେବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବଦରେ ବିସ୍ତୃତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କୋର୍ଟ କହିଛନ୍ତି।
ଧନ ତୁମେ ଖୁସିର ରୁହ। ମୁଁ ଆଉ ବଂଚିବାକୁ ଚାହୁଁନି...ବାସ୍ ଏମିତି ଚିଠି ଲେଖି ଜୀବନ ହାରିଲେ ଛାତ୍ରୀ...ସେପଟେ ପରିବାର ଲୋକ କହିଲେ....
ଚିଟ୍ଫଣ୍ଡ ମାମଲାରୁ ବାଦ୍ ଦେବାକୁ ଅଶୋକଙ୍କ ଅପିଲ୍ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଆବେଦନ ଖାରଜ ସହ ସିବିଆଇ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାଙ୍କଡର ମୁହଁ ଏମିତି କାହିଁକି ? କାହିଁକି ଜିରାଫର ବେକ ଏତେ ଲମ୍ବା ? କାହିଁକି ସିଂହ ବେକରେ ଥାଏ କେଶର ? ସ୍ରଷ୍ଟାଙ୍କର ଅଦ୍ଭୁତ ସୃଷ୍ଟିକୁ ନିରେଖି ଦେଖିଲେ ଏମିତି ଅନେକ ପ୍ରଶ୍ନ ଆସେ ମନରେ। କିଏ ଦେବ ଏସବୁର ଉତ୍ତର ?
ଏଇଠି ବସ୍ ଯାତ୍ରା କରିବାକୁ ହେଲେ କେତେବେଳେ ବି ହୋଇପାରନ୍ତି ଶେଷଯାତ୍ରାର ଶିକାର। ବାରମ୍ବାର ପ୍ରଶାସନକୁ କହିବା ପରେ ବି ନିଦାବିଷ୍ଣୁ ଅଫିସର୍...ହଇରାଣ ହେଉଛନ୍ତି ଯାତ୍ରୀ
ଧଉଳିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ପୁଣି ବଳି ପଡିଛି ଶହ ଶହ ଗଛ। ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି ଅଭିଯୋଗ ଆଣିଛନ୍ତି। ଶାନ୍ତି ସ୍ତୁପର ୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଥିବାବେଳେ ଏହା ପୂର୍ବରୁ ଗଛ କଟାକୁ ନେଇ ଏବେ ରାଜନୀତି ଜୋର ଧରିଛି।
ମହିଳା ଓକିଲଙ୍କୁ ନେଇ ଆସିଲା ଅଜବ ନୋଟିସ୍। କୋର୍ଟ ପରିସରରେ ସେମାନେ ନିଜ କେଶ ସଜେଇ ପାରିବେ ନାହିଁ। ଏମିତି କରିବା ଦ୍ୱାରା ଏହା କୋର୍ଟର ପ୍ରକ୍ରିୟାକୁ ବ୍ୟାହତ କରୁଛି ବୋଲି କୁହାଯାଇଛି। ଭାରତର କେଉଁଠୁ ଆସିଛି ଏହି ନୋଟିସ୍ ଜାଣିବା ପାଇଁ ପଢନ୍ତୁ।
ରିଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ବର୍ଷରେ ଅକ୍ଷତା ୧୨୬.୬୧ କୋଟି ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି। ତେବେ ଆସନ୍ତୁ ତାଙ୍କ ସମ୍ପତ୍ତି ଓ ରୋଜଗାରର ବିଭିନ୍ନ ଦିଗ ବିଷୟରେ ନଜର ପକେଇବା।
ରସିକିଆ ସ୍କୁଲ ସାର୍...ଗୋଟିଏ ନାବାଳିକା ପଛରେ ଦୁଇ ଶିକ୍ଷକ ପ୍ରେମରେ ପାଗଳ। ପୁଣି ଧମକ ଦେଉଛନ୍ତି ଯଦି ତୁମେ ଆମ କଥାରେ ରାଜି ନହେବ ତେବେ ପରୀକ୍ଷାରେ ଫେଲ ହେବ।
ସରିଲା ପାର୍ବଣ ଆସିଲା ପର୍ଯ୍ୟଟନ ଋତୁ । ଟିକେଟ କାଟି କୋଣାର୍କ ଉଦୟଗିରି ବୁଲିବେ ପର୍ଯ୍ୟଟକ। ହେଲେ ତା ପୂର୍ବରୁ ଯେଉଁ ଟିକେଟ୍ ଘୋଟାଲା ତଥ୍ୟ ଆସିଛି ସାମ୍ନାକୁ ଶୁଣିଲେ ମୁଣ୍ଡ ଗୋଲ୍ ହୋଇଯିବ
୬୭ ବର୍ଷ ହେଲା ସେ ଗାଧୋଇ ନଥିଲେ। ପାଣିକୁ ଥିଲା ତାଙ୍କର ଡର। ଲୋକେ ଜବରଦସ୍ତ ଗାଧୋଇଦେଲେ। ଚାଲିଗଲା ଜୀବନ। ପୂରା କାହାଣୀ ଜାଣିବାକୁ ପଢନ୍ତୁ…
ଗୋଟିଏ ପଟେ ଧର୍ମୀୟ ଭାବନା ଏବଂ ଅନ୍ୟପଟେ ବୈଜ୍ଞାନିକ ତଥ୍ୟ । ଏହାରି ମଧ୍ୟରେ ଛନ୍ଦି ହୋଇ ରହିଯାଉଛନ୍ତି ଲୋକେ । ସୂର୍ଯ୍ୟୋପରାଗ ପୂର୍ବରୁ ଚିକେନ୍ ବିରିୟାନୀ ଖାଇ ଅଭିନବ ପ୍ରତିବାଦ କଲେ ହେତୁବାଦୀ ।
ଏଇଠି କାଳେ ଚାଲିଛି ସର୍ବଶିକ୍ଷା ଅଭିଯାନ। ଘର ନାହିଁ କି ଦ୍ୱାର ନାହିଁ....ଝାଟିମାଟି ଘରେ ପାଠ ପଢୁଛନ୍ତି ପିଲା, ପୁଣି ଇଟାରେ ତିଆରି ହୋଇଛି ବ୍ଲାକ୍ବୋର୍ଡ...ବାଃ ବାଃରେ ମୋ ସରକାର
ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ। ଏସିଆ ଓ ୟୁରୋପ ମହାଦେଶରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।
ଏମିତି ଚିତାକଟା ଠିକାଦାର ସଂସ୍ଥାରେ ନଥିବେ। ଲୋକଙ୍କୁ ବୁଝାଇ ସୁଝାଇ ଘର କରିବ ବୋଲି ଟଙ୍କା ନେଇଗଲା, ହେଲେ କାନ୍ଥ ଠିଆ କରି ଯାଇଛି ଯେ ଯାଇଛି…ଆଉ ଛାତ ପକାଇବା ପାଇଁ ଦେଉନାହାନ୍ତି ଧରାଛୁଆଁ…
ସ୍ତ୍ରୀ-ପ୍ରସୂତି ବିଭାଗର ଇଏ ବି ଜଣେ ଡାକ୍ତର। ବୁର୍ଲାରୁ ଆସି ବିନିକାରେ ମାଗଣାରେ ଦେଖୁଛନ୍ତି ରୋଗୀ…ଇଏ ଏମିତି ଜଣେ ଡାକ୍ତର ଯାହାଙ୍କୁ ରୋଗ ଦେଖାଇବାକୁ ଦିନଦିନ ଅପେକ୍ଷା କରନ୍ତି ରୋଗୀ
ଜାନୁ ଆମେ ଫଶିଗଲେ…ଜେଲରେ ଅର୍ଚ୍ଚନା-ଜଗବନ୍ଧୁଙ୍କୁ ମିଳୁନି ରାଜପଲଙ୍କ। ଶୋଇବାକୁ ପଡୁଛି ଭଙ୍ଗାଖଟରେ…ମିଳୁନି ଫାଇଭ୍ଷ୍ଟାର ହୋଟେଲର ଖାଇବା। ୨୦ ମିନିଟ୍ର କଥାବାର୍ତ୍ତାରେ କିଛି ଏମିତି ସୁଃଖ ଦୁଃଖ ହୋଇଥିଲେ ଅର୍ଚ୍ଚନା-ଜଗବନ୍ଧୁ
ଆଲୋକର ପର୍ବ ଦୀପାବଳି, କେଉଁଠି ହସ ତ ଆଉ କେଉଁଠି କାନ୍ଦ...କେଉଁଠି ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଛି ତ ପୁଣି କେଉଁଠି ବାଣ ଫୁଟାକୁ ନେଇ ବଚସାର କାହାର ଯାଇଛି ଜୀବନ।
ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟପରାଗ ଦେଖାଯାଏ।