Advertisment

ମଣିଷ ମରା ନକଲି ଡାକ୍ତର: ବର୍ଷ ବର୍ଷ ଧରି ଚିକିତ୍ସା କରୁଥିଲେ, କେହି ଟେର୍‌ ବି ପାଉନଥିଲେ...

ବେଆଇନ୍‌ କ୍ଲିନିକ୍‌ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରଙ୍କୁ ପୋଲିସ୍‌ ଗିରଫ କରିଛି। ଏହାସହ ତାଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ଔଷଧ ଜବତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Fake Doctor In Odisha

Fake Doctor arrested for allegedly treating patients without license

ବେଆଇନ୍‌ କ୍ଲିନିକ୍‌ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରଙ୍କୁ ପୋଲିସ୍‌ ଗିରଫ କରିଛି। ଏହାସହ ତାଙ୍କ ଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ଔଷଧ ଜବତ ହୋଇଛି। ଦେବଗଡ ଜିଲ୍ଲା କଦମଦର୍ହ ଗାଁରେ ବେଆଇନ୍‌ କ୍ଲିନିକ ଖୋଲି ଚିକିତ୍ସା କରୁଥିବା ପ୍ରଶାନ୍ତ ରାଏଙ୍କୁ ପୋଲିସ୍‌ ଗିରଫ କରିଛି। ତାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡ଼ିଛି।  ୪ ବର୍ଷ ହେଲା କଦମଦର୍ହ ଗାଁରେ କ୍ଲିନିକ୍‌ କରି ନକଲି ଡାକ୍ତର ସାଜି ସେ ଚିକିତ୍ସା କରି ଆସୁଥିଲେ। ସବୁଠାରୁ ବଡ଼ କଥା, କେହିବି ଏସମ୍ପର୍କରେ କିଛିବି ଟେର୍‌ ପାଉ ନଥିଲେ। 

Advertisment

ସୂଚନା ଅନୁସାରେ, ପ୍ରଶାନ୍ତ ଜାଲ୍‌ ସାର୍ଟିଫିକେଟ ଦେଖାଇ ଲୋକଙ୍କୁ ଠକି ଚିକିତ୍ସା କରୁଥିଲେ। ବିଭିନ୍ନ ଅସ୍ତ୍ରୋପଚାର କରୁଥିବା ମଧ୍ୟ ପୋଲିସ ତଦନ୍ତ ବେଳେ ସାମ୍ନାକୁ ଆସିଛି। ଏଥିସହ ଏହି ବେଆଇନ୍‌ କ୍ଲିନିକରେ ପ୍ରସବ ମଧ୍ୟ ସେ କରାଉଥିଲେ। ଆଦିବାସୀ ବହୁଳ ଅଞ୍ଚଳରେ ଡାକ୍ତରର ପରିଚୟ ଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଏହି ନକଲି ଡାକ୍ତରଙ୍କ କଳା କାରନାମା ଜଣାପଡ଼ିବା ପରେ ପୋଲିସ୍‌ ତାଙ୍କୁ ଗିରଫ କରିଛି। ଏହାସହ ଲକ୍ଷାଧିକ ଟଙ୍କାର ଔଷଧ ମଧ୍ୟ ଜବତ କରିଛି। ବିଭିନ୍ନ କମ୍ପାନୀର ପ୍ରାୟ ୧୦୦ ପ୍ରକାରର ଔଷଧ ଜବତ ହୋଇଛି।

ଅଧିକ ପଢ଼ନ୍ତୁ: ଲଜ୍‌ରେ ରେଡ୍‌ କରି ନକଲି ପୋଲିସ୍‌କୁ ଧରିଲା ଅସଲି ପୋଲିସ୍‌

ଏହା ପୂର୍ବରୁ ସେ ଝାରସୁଗୁ଼ଡ଼ା ରେ ୮ ବର୍ଷ ଧରି ବେଆଇନ ଭାବେ ଚିକିତ୍ସା କରୁଥିଲେ ବୋଲି ତଦନ୍ତ ବେଳେ ଜଣାପଡ଼ିଛି। ପୋଲିସ୍‌ ପ୍ରଶାନ୍ତଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। 

Advertisment
Fake Doctor
Advertisment
Advertisment