/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666865002.jpg)
Jharkhand woman's death
ମହିଳାଙ୍କ ମୃତ୍ୟୁକୁ ନେଇ ଭୁବନେଶ୍ୱର ବାଲିଅନ୍ତା ଥାନା ଘେରିଲେ ପରିବାରଲୋକେ । ଗତ ମାସ ୨୪ ତାରିଖରେ ଝାଡ଼ଖଣ୍ଡ ଷଢେଇକଳା ଅଞ୍ଚଳର ମହିଳା ସୀମା ସାହୁଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦେବା ପରେ ବି କୌଣସି କାର୍ଯ୍ୟରନୁଷ୍ଠାନ ହୋଇନଥିବାରୁ ଆଜି ଥାନାକୁ ଘେରିଛନ୍ତି ମହିଳାଙ୍କ ପରିବାରଲୋକେ । ପୋଲିସ୍ର କାର୍ଯ୍ୟାନୁଷ୍ଠାନ ହୋଇନଥିବାକୁ ନେଇ ତାତିଛନ୍ତି । ଶୋଭାଯାତ୍ରା କରି ଉତ୍କଳ ଜନନୀ ସଂଘ ସହ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବାଲିଅନ୍ତା ଥାନା ରଙ୍ଗବଜାର ଅଞ୍ଚଳରେ ରହୁଥିବା ଆକାଶ ମହାରଣାଙ୍କୁ ସୀମା ୨୦୧୩ରେ ବିବାହ କରିଥିଲେ । ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଆକାଶ ବହୁଥର ସୀମାଙ୍କୁ ମାରପିଟ କରିବା ସହ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଉଭୟଙ୍କ ଏକ ୮ ବର୍ଷର ପୁଅ ବି ରହିଛି ।
ତେବେ ମୃତକଙ୍କ ପରିବାର ଲୋକ କହିଛନ୍ତି, ‘ଆମେ ଝାଡ଼ଖଣ୍ଡ ଲୋକ । ସେଥିପାଇଁ ଆମ ସହ ପାତରଅନ୍ତର ହେଉଛି। ଓଡ଼ିଶା ଲୋକ ହୋଇଥିଲେ ହିନସ୍ତା ହୋଇ ନ ଥାନ୍ତୁ। ଆମ ଝିଅ ମାସେ ହେଲା ମଲାଣି, ହେଲେ ପୋଲିସ୍ କିଛି ଶୁଣୁନି। ସବୁବେଳେ ୪ଶହ କିମି ଦୌଡ଼ି ଆସିପାରିବୁନି, ଏଥର ନ୍ୟାୟ ନ ମିଳିଲେ ଏଠୁ ଯିବୁନି। ’
ସେପ୍ଟେମ୍ବର ୨୪ ତାରିଖରେ ଶାଶୁ ଘରୁ ଝୁଲନ୍ତା ଅବସ୍ଥାରେ ସୀମାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସୀମାଙ୍କ ଶାଶୁ ଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହିଥିଲେ । ପୁଅର ଦେହ ଭଲ ନ ଥିବାରୁ ତାକୁ ଧରି ମେଡିକାଲ ଯାଇଥିବା ବେଳେ ସୀମା ରଶି ଲଗାଇ ନିଜ ଜୀବନ ହାରିଥିବା ସେମାନେ କହିଥିଲେ । ମାତ୍ର ତାଙ୍କ ବାପଘର ଲୋକେ ଏହାକୁ ଗ୍ରହଣ କରି ପାରି ନ ଥିଲେ ଓ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଥିଲେ। ମାତ୍ର ମାସେ ପରେ ବି ପୋଲିସ୍ ଚୁପଚାପ ବସିଛି। ସେପଟେ ଏହି ଅଭିଯୋଗ ନେଇ ସୀମାଙ୍କ ଶ୍ୱଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)