Advertisment

ପାକତ୍ୟାଗ ବେଳେ ଚିକେନ୍‌ ବିରିୟାନୀ ଖାଇଲେ ହେତୁବାଦୀ

ଗୋଟିଏ ପଟେ ଧର୍ମୀୟ ଭାବନା ଏବଂ ଅନ୍ୟପଟେ ବୈଜ୍ଞାନିକ ତଥ୍ୟ । ଏହାରି ମଧ୍ୟରେ ଛନ୍ଦି ହୋଇ ରହିଯାଉଛନ୍ତି ଲୋକେ । ସୂର୍ଯ୍ୟୋପରାଗ ପୂର୍ବରୁ ଚିକେନ୍‌ ବିରିୟାନୀ ଖାଇ ଅଭିନବ ପ୍ରତିବାଦ କଲେ ହେତୁବାଦୀ ।

author-image
Manoranjan Behera
ଅଦ୍ୟତନ ହୋଇଛି
Solar Eclipse 2022

Rationalists

ଆଉ ମାତ୍ର କିଛି ସମୟ ପରେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି । ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ । ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ । ଏସିଆ ଓ ୟୁରୋପ ମହାଦେଶରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। ଭୁବନେଶ୍ୱର ରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏ ଅର୍ଥାତ୍ ପ୍ରାୟ ୨୦ ମିନିଟ୍ ପାଇଁ ଏହି ମହାଜାଗତିକ ଦୃଶ୍ୟ ଦୃଶ୍ୟମାନ ହେବ। ଏଠି ଘୋଡ଼େଇ ହେବ ସୂର୍ଯ୍ୟଙ୍କ ମାତ୍ର ୧୦ରୁ ୧୫% ଅଂଶ।

Advertisment

ଗୋଟିଏ ପଟେ ଧର୍ମୀୟ ଭାବନା ଏବଂ ଅନ୍ୟପଟେ ବୈଜ୍ଞାନିକ ତଥ୍ୟ । ଏହାରି ମଧ୍ୟରେ ଛନ୍ଦି ହୋଇ ରହିଯାଉଛନ୍ତି ଲୋକେ । ଧର୍ମୀୟ ଭାବନା ଅନୁଯାୟୀ ସୂର୍ଯ୍ୟୋପରାଗ ବେଳେ ପାକ ତ୍ୟାଗ କରାଯିବ, ମନ୍ଦିରରେ ନୀତିକାନ୍ତି ବନ୍ଦ କରାଯିବ, ହାଲକା ଖାଇବାକୁ ହେବ ଏବଂ ହାଣ୍ତିଛାଡ଼ ହେବ । କିନ୍ତୁ ଏହିସବୁ ନୀତିକୁ ଏକ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ହେତୁବାଦୀ । ନିଜେ ଚିକେନ୍‌ ବିରିୟାନୀ ଖାଇବା ସହ ଅନ୍ୟମାନଙ୍କୁ ବିରିୟାନୀ ଖୁଆଉଥିବାର ଦେଖିବାକୁ ମିଳିଛି । ତାଙ୍କ କହିବାନୁସାରେ ସୂର୍ଯ୍ୟୋପରାଗ ସ୍ୱାଭାବିକ ଖାଦ୍ୟପେୟ ଉପରେ କୌଣସି ପ୍ରଭାବ ପକାଏନାହିଁ । ବରଂ ଖାଦ୍ୟ ନଖାଇଲେ ମଣିଷର ଶରୀର ଅସୁସ୍ଥ ହୋଇଥାଏ ।

ଅଧିକ ପଢ଼ନ୍ତୁ: ଆଜି ବର୍ଷର ଶେଷ ସୂର୍ଯ୍ୟପରାଗ: ଭୁଲ୍‌ରେ କରନ୍ତୁନି ଏହିସବୁ କାମ...

ହେତୁବାଦୀ ଭାଇମାନେ ସୂର୍ଯ୍ୟୋପରାଗ ନୀତିକୁ ପ୍ରତିବାଦ କରିଛନ୍ତି । ଯେଉଁଠି କୁହାଯାଉଛି କି ସୂର୍ଯ୍ୟୋପରାଗ ପୂର୍ବରୁ କୌଣସି ଗରିଷ୍ଠ ଖାଦ୍ୟ ଖାଇବା କଥା ନୁହେଁ, କିନ୍ତୁ ସେମାନେ ଚିକେନ୍‌ ବିରିୟାନୀ ଖାଇ ଏକ ଭିନ୍ନ ପ୍ରତିବାଦ କରିଛନ୍ତି । ସେମାନଙ୍କ କହିବାନୁସାରେ ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ଯେପରି ସକାଳ-ରାତି ହୁଏ, ଏହାମଧ୍ୟ ସେହିପରି ଏକ ପ୍ରାକୃତିକ ପ୍ରକ୍ରିୟା । ଯାହା ମଣିଷର ଖାଦ୍ୟପେୟ ଉପରେ କୌଣସି ପ୍ରଭାବ ପକାଏନାହିଁ । ଏଭଳି ନୀତି ଲୋକଙ୍କୁ ବିଭ୍ରାନ୍ତ କରୁଛି ।

Advertisment
Solar Eclipse Protest
Advertisment
Advertisment