Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଧଉଳିରେ ବଳି ପଡ଼ିଲା ଶହ ଶହ ଗଛ !

ଧଉଳିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ପୁଣି ବଳି ପଡିଛି ଶହ ଶହ ଗଛ। ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି ଅଭିଯୋଗ ଆଣିଛନ୍ତି। ଶାନ୍ତି ସ୍ତୁପର ୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଥିବାବେଳେ ଏହା ପୂର୍ବରୁ ଗଛ କଟାକୁ ନେଇ ଏବେ ରାଜନୀତି ଜୋର ଧରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dhauli Santi Stupa

Dhauli to celebrate its Golden Jubilee on Oct 28, trees around Pagoda axed

ପୁରୁଣା ଭୁଲ୍‌ରୁ କିଛି ଶିଖିଲେନି, କି ବୁଝିଲେନି ସରକାର ? ଭୁବନେଶ୍ୱର MLA କଲୋନୀର ଗଛକଟାକୁ ସବୁ ମହଲରୁ ବିରୋଧ କରାଯିବା ପରେ ସରକାର ନିଷ୍ପତ୍ତିରୁ ଓହରିଥିଲେ। ହେଲେ ଏବେ ଧଉଳିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ପୁଣି ବଳି ପଡିଛି ଶହ ଶହ ଗଛ। ବିରୋଧୀ କଂଗ୍ରେସବିଜେପି ଏଭଳି ଅଭିଯୋଗ ଆଣିଛନ୍ତି। ଶାନ୍ତି ସ୍ତୁପର ୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଥିବାବେଳେ ଏହା ପୂର୍ବରୁ ଗଛ କଟାକୁ ନେଇ ଏବେ ରାଜନୀତି ଜୋର ଧରିଛି। ଗଛ କଟା ଯାଉନି ବରଂ ଅଳ୍ପ କିଛି ଟ୍ରିମିଂ ହେଉଛି ବୋଲି ବିଜେଡି କହିଛି। ବିଶ୍ୱ ଐତିହ୍ୟରେ ସ୍ୱତନ୍ତ୍ର ସ୍ଥାନ ରଖିଥିବା ଧଉଳି ଶାନ୍ତି ସ୍ତୁପକୁ ଘେରି ରହିଥିବା ଏକାଧିକ ଗଛ ମାଟିରେ ଲୋଟିଛି।

Advertisment

ଆସନ୍ତା ୨୮ ତାରିଖରେ ଧଉଳିରେ ଶାନ୍ତି ସ୍ତୁପ ପ୍ରତିଷ୍ଠାର ୫୦ତମ ବାର୍ଷିକ ଉତ୍ସବ ଅବସରରେ ବୌଦ୍ଧ ସମ୍ମିଳନୀ ହେବ। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ବହୁ ଅତିଥିଙ୍କ ସମେତ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ। ତା’ ପୂର୍ବରୁ ଗଛ କଟା ହେଉଥିବାରୁ ଏବେ ଅନେକ ପ୍ରଶ୍ନ ଉଠିଛି। ଏହାସହ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ସୌନ୍ଦର୍ଯ୍ୟକରଣ ନାଁରେ ପ୍ରାୟ ୩ ହଜାର ଗଛ କଟାଯାଇଛି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଅଭିଯୋଗ ଆଣିଛନ୍ତି। ସେହିପରି ବିଜେପି ବି ଗଛ କଟାକୁ ବିରୋଧ କରିଛି। ଆଲୋଚନା ନକରି ଏଭଳି ଗଛ କଟାକୁ ଦଳ ତ୍ରୀବ ବିରୋଧ କରିଛି। 

ଧଉଳି ଶାନ୍ତି ସ୍ତୁପକୁ ପ୍ରତିବର୍ଷ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଲୋକେ ଆସନ୍ତି। ବୌଦ୍ଧି ସ୍ମୃତି ରାଜି ବହନ କରୁଥିବା ଏହି ଅଞ୍ଚଳ ପ୍ରାକୃତିକ ପରିବେଶ ପାଇଁ ବେଶ୍‌ ପରିଚିତ। ହେଲେ ବର୍ଷା ଦିନ ପରେ ଗଛ ଗୁଡ଼ିକୁ ଯେଭଳି କଟା ଯାଇଛି ତାହା ଧଉଳି ଚାରିପାଖର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରିବନି ତ ? ବିରୋଧୀ ଆଣୁଥିବା ଗଛକଟା ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ, ୩୦ରୁ ୪୦ଟି ଗଛକୁ କେବଳ ଟ୍ରିମିଂ କରାଯାଉଛି। 

Advertisment

ଏବର୍ଷ ଶାନ୍ତି ସ୍ତୁପ ପ୍ରତିଷ୍ଠାର ୫୦ତମ ବାର୍ଷିକ ଉତ୍ସବ ପାଳନ ହେବ। ଯେଉଁଥିରେ ଦେଶ ବିଦେଶର ବୌଦ୍ଧ ସନ୍ଥମାନେ ଭାଗ ନେବେ। ଏହି କାର୍ଯ୍ୟକ୍ରମରେ ଅନେକ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ କରାଯିବ। ହେଲେ ତା’ ପୂର୍ବରୁ ଗଛକଟାକୁ ନେଇ ଏବେ ରାଜନୀତି ଜୋର ଧରିଛି।

(ରିପୋର୍ଟ- ଜଗଦୀଶ ଦାସ, ଭୁବନେଶ୍ୱର)

BJD BJP Congress Odisha Politics Dhauli
Advertisment
Advertisment