/odishatv-khabar/media/post_attachments/uploadimage/library/16_9/16_9_0/s_1666770157.jpg)
Orissa High Court Rejects Plea Of Former Advocate General Ashok Mohanty
ପୂର୍ବତନ ଏଜି ଅଶୋକ ମହାନ୍ତିଙ୍କୁ ହାଇକୋର୍ଟଙ୍କ ଝଟ୍କା। ଚିଟ୍ଫଣ୍ଡ ମାମଲାରୁ ବାଦ୍ ଦେବାକୁ ଅଶୋକଙ୍କ ଅପିଲ୍ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଆବେଦନ ଖାରଜ ସହ ସିବିଆଇ କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ନିୟମିତ ଶୁଣାଣି କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି।
Advertisment
ସୂଚନାଥାଉ କି, ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ମାମଲାରେ CBI ଅଶୋକଙ୍କୁ ଗିରଫ କରିଥିଲା। ସିବିଆଇ ଦ୍ୱାରା ଗିରଫ ପରେ ସେ ଜାମିନରେ ମୁକୁଳିଥିଲେ। ପରେ ମାମଲାରୁ ଛାଡ଼ ପାଇବା ଲାଗି CBI କୋର୍ଟରେ ଅଶୋକ ଅପିଲ କରିଥିଲେ। ତାଙ୍କର ଏହି ଅପିଲ୍କୁ CBI କୋର୍ଟ ଖାରଜ କଲା ପରେ ହାଇକୋର୍ଟ ଯାଇଥିଲେ ଅଶୋକ। ତେବେ ହାଇକୋର୍ଟ ମଧ୍ୟ ତାଙ୍କର ଏହି ଅପିଲ୍କୁ ଖାରଜ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)