• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

News Fuse
ଜମାରୁ ମିସ୍ କରନ୍ତୁନି ସ୍ପେଶାଲ ଧମାକାଦାର ନ୍ୟୁଜଫ୍ୟୁଜର ଏପିସୋଡ୍

୨୨ର ବଛା ବଛା ଭିଡିଓ ରହିଛି ଏହି ଅଧ୍ୟାୟରେ । ଜମାରୁ ମିସ୍ କରନ୍ତୁନି ସ୍ପେଶାଲ ଧମାକାଦାର ନ୍ୟୁଜଫ୍ୟୁଜର ଏପିସୋଡ୍...

MLA Soumya Patnaik
ନବୀନଙ୍କ ସାମ୍ନାରେ ମନକଥା କହିଦେଲେ ସୌମ୍ୟ...

ମଂଚରେ ଥିଲେ ମୁଖ୍ୟମନ୍ତ୍ରୀ, ମନକଥା କହୁଥିଲେ ସୌମ୍ୟରଂଜନ ପଟ୍ଟନାୟକ। କହିଲେ ବବି ବାବୁ ମତେ ୫ ମିନିଟ୍‌ ଦେଇଛନ୍ତି...ସେତିକିରେ ସବୁ କହିଦେବି। ଆଉ ମାଇକ୍‌ ଧରୁ ଧରୁ...

craft exhibition
କାଗଜରେ ତିଆରି ଗହଣା..ପାଣି ପଡ଼ିଲେ ବି ନଷ୍ଟ ହେବନି..

କଲର୍ କମ୍ବିନେସନ ଯେମିତି.. ଡିଜାଇନ ବି ସେମିତି.. ଦେଖିଲା ମାତ୍ରେ ନିଜ ପାଇଁ କିଛି କିଣି ନେବାକୁ ଇଚ୍ଛା ହେଉଛି..

News Fuse
ହଇରେ ନାରଣ..ଏମାନେ ପିକନିକ୍ କରିବାକୁ ଆଇଛନ୍ତି ନା ମଜୁରୀ ଲାଗିବାକୁ..

ହଇରେ ନାରଣ..ଏମାନେ ପିକନିକ୍ କରିବାକୁ ଆଇଛନ୍ତି ନା ମଜୁରୀ ଲାଗିବାକୁ..

teachers protest against odisha govt
୮ ଦଫା ଦାବି ନେଇ ରାଜଧାନୀର ରାଜରାସ୍ତାରେ ଶିକ୍ଷକ ସଂଘର ଗର୍ଜନ

ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ ସହ ୨୦୧୭ ମାର୍ଚ୍ଚ ୧ରୁ କ୍ୟାଡରଭୁକ୍ତ କରିବାକୁ ମହାସଂଘ ଦାବି କରିଛି। 

Powell Anthem
ଋଷରୁ ରାୟଗଡ଼ା ଲିଙ୍କ୍ ! ପୁଟିନ୍‌ଙ୍କୁ ସମାଲୋଚନା କରୁଥିବା ପାଭେଲଙ୍କ ମୃତ୍ୟୁ ପଛରେ ଅଛି କି ଷଡ଼ଯନ୍ତ୍ର ?

ଜଣେ ସାଂସଦ ହୋଇ ମଧ୍ୟ କାହିଁକି ନେଲେ ଚରମ ନିଷ୍ପତ୍ତି ? ଜନ୍ମଦିନ ପାଳନ ପାଇଁ କାହିଁକି ଆସିଥିଲେ ରାୟଗଡ଼ା ?

Unemployed youth in Nuapada
ପାଠପଢା ଡିଗ୍ରୀ ଥାଇ ଚାକିରି ମିଳିଲାନି.. ଗେଣ୍ଡୁଫୁଲ କଲା ଲକ୍ଷପତି

ପାଖରେ ବିଏସଏସି, ବିଇଡି ଡିଗ୍ରୀ ଥାଇ ବି ହେଲେ ମିଳୁନଥିଲା ଚାକିରି..ବେରୋଜଗାର ହୋଇ ବୁଲୁଥିଲେ.. ଚିନ୍ତା କରୁ କରୁ ଦିନେ ଉପାୟ ମିଳିଗଲା.. ଆଜି ସେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି.. ଆଉ ନିଜ ଗାଁର ୧୦ ଜଣ ଶିକ୍ଷିତ ବେକାରୀଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି..

Mentally disturbed lady
ଦୁଇ ବର୍ଷ ହେଲା ଖୁଣ୍ଟ ପରି ଠିଆ ହୋଇଛନ୍ତି.. କାହାକୁ ମୁହଁ ଦେଖାଉ ନାହାନ୍ତି

ଆଶ୍ଚର୍ଯ୍ୟ ହେଲେ ବି ୟେ ସତ ଘଟଣା.. ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ.. ମାସେ କି ଦୁଇ ମାସ ନୁହେଁ.. ଦୀର୍ଘ ଦୁଇ ବର୍ଷ ହେଲା ସେ ଏମିତି ଛିଡ଼ା ହୋଇଛନ୍ତି..

Sambalpur Court
ଗୁମ୍‌ସୁମ୍‌ ସମ୍ବଲପୁର କୋର୍ଟ; ନାକେଦମ୍‌ ହେଲେଣି ମହକିଲ..

ନିଜର ତାରିଖ ପଡିଲେ ନ୍ୟାୟ ପାଇଁ ସମ୍ବଲପୁର କୋର୍ଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଉ କେତେ ବା ଧୈର୍ଯ୍ୟ ରୁହନ୍ତା । ସହିବାର ସୀମା ଡେଇଁଗଲା ପରେ ଆଉ ବା କି ପ୍ରତିକ୍ରିୟା ରୁହନ୍ତା ମହକିଲ ମାନଙ୍କର । ଏକଦା ସକାଳ ୯ଟା ହେଲେ ଓକିଲ ମହକିଲଙ୍କ ଗହଳିରେ ଫାଟିପଡୁଥିବା ସମ୍ବଲପୁର କୋର୍ଟ ଆଜିକୁ ପ୍ରାୟ ୨ ସପ୍ତାହ ହେଲା ଗୁମ୍‌ସୁମ୍ । ନ୍ୟାୟିକ ସେବା ପାଇଁ ନିଜ ନିଜ ଓକିଲଙ୍କୁ ଖୋଜୁଥିବା ମହକିଲଙ୍କୁ ଖାଲି ହାତରେ ନିରାଶ ହୋଇ ଫେରିବାକୁ ପଡୁଛି ।

special story
ରକ୍ତ ସଂଗ୍ରହ ଗାଡ଼ିରେ ପିକ୍‌ନିକ୍‌ : ଭିଡିଓ ଭାଇରାଲ୍ ହେବା ପରେ ଅଡୁଆରେ କର୍ମଚାରୀ

ରକ୍ତ ସଂଗ୍ରହ ପାଇଁ ବ୍ୟବହାର କରାଯାଉଥିବା ଭ୍ରାମ୍ୟମାଣ ଗାଡିକୁ ପିକନିକ ଯିବା ପାଇଁ ବ୍ୟବହାର କରିଛନ୍ତି ।

  • Monday, 26 December 2022
  • Picnic
tourists loose life
ରାୟଗଡ଼ାରେ ୨ ଋଷ୍ ଟୁରିଷ୍ଟଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ହଇଚଇ

ସାତ ଦରିଆ ଡେଇଁ ସାଥି ହୋଇ ଆସିଥିଲେ ବୁଲିବା ପାଇଁ...ଦେଖିଥାନ୍ତେ ଓଡ଼ିଶାର ସୌନ୍ଦର୍ଯ୍ୟକୁ, ସାଉଁଟିଥାନ୍ତେ ରୋମାଞ୍ଚ ଅନୁଭୂତିା ହେଲେ ଭାଗ୍ୟର ବିଡ଼ମ୍ବନା ଦୁଇ ବନ୍ଧୁ ହାତ ଧରାଧରି ହୋଇ ଚାଲିଗଲେ ଆରପାରିକୁ ।

special story
ଚୋଟ ମାରିଲା ଲାଉଡଙ୍କିଆ : ବିଷାକ୍ତ ସାପକୁ ଧରି ହସ୍ପିଟାଲ ପହଞ୍ଚିଗଲେ ଯୁବକ

କାମୁଡ଼ିଥିବା ସାପକୁ ଧରି ମେଡ଼ିକାଲରେ ଯୁବକ....

 Drowning Deaths
ପୋଖରୀ କୂଳରେ ଖେଳିବା ହେଲା କାଳ : ବୁଡ଼ିଗଲେ ଦୁଇ ଭଉଣୀ

ବଡ଼ ଦିନରେ ଦୁ‍ଃଖଦ ଘଟଣା । ଚାରିଆଡ଼େ ଖ୍ରୀଷ୍ଟମାସ ପାଇଁ ଆନନ୍ଦ ଉଲ୍ଲାସ ଚାଲିଥିବା ବେଳେ ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି ଦୁଇ ଭଉଣୀ ।

Tomato farmers
କମାଲ କଲା କାବେରୀ ବିହନ...ଗୋଟିଏ ଗଛରେ ଫଳୁଛି ୩୦ ଟମାଟୋ

କାବେରୀ ବିହନ କରିଦେଲା କମାସ। ମାତ୍ର ଗୋଟିଏ ଗଛରେ ଫଳୁଛି ୩୦ ଟମାଟୋ...ବିଲାତି ଚାଷ କରି ଲକ୍ଷପତି ହେବାର ସ୍ୱପ୍ନ ଦେଖୁଛନ୍ତି ଚାଷୀ

News Fuse
ପେଟି ଖୋଲୁ ଖୋଲୁ ଖାଲି ଆସ୍କା-୪୦

ଆସ୍କା-୪୦, ପୂରା ଜୀବନ ମାଟି। ପୋଲିସ ଜାଣିନି...ଆମେ ଏଇଠି ଟିକେ ଲୁଚେଇ ବେପାର କରୁଛୁ...ଲେବର ପିଉଛନ୍ତି ବୋଲି ଆମେ ବିକୁଛୁ...

 Markfed after unable to repay loan amount
ବାଜିଲା ଡେଙ୍ଗୁରା ! ନିଲାମ ହେବ ମାର୍କଫେଡ୍ କୋଠା

ନିଲାମ ହେବ ମାର୍କଫେଡ୍ କୋଠା ! ସଂପତ୍ତି ବିକି ଋଣ ଶୁଝିବ ମାର୍କଫେଡ୍ ! ଡେଙ୍ଗୁରା ବାଡ଼େଇ କରାଗଲା ଘୋଷଣା। ଋଣର ପାହାଡ଼ ତଳେ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିମିଟେଡ୍- ମାର୍କଫେଡ୍। ଭୁବନେଶ୍ୱର ଲକ୍ଷ୍ମୀ ସାଗରରେ ମାର୍କଫେଡ୍‌ର ସେଇ ହତଭାଗା ମୁଖ୍ୟ କୋଠା, ଯାହାକି ଏବେ ନିଲାମୀ ଅପେକ୍ଷାରେ। ଆସନ୍ତା ଜାନୁଆରୀ ୨ରେ ଡକାଯିବ ନିଲାମୀ।

 Markfed after unable to repay loan amount
ବାଜିଲା ଡେଙ୍ଗୁରା ! ନିଲାମ ହେବ ମାର୍କଫେଡ୍ କୋଠା

କାହାର ତ୍ରୁଟି ପାଇଁ ତଳିତଳାନ୍ତ ରାଜ୍ୟ ସରକାରଙ୍କ ଏହି ଅନୁବନ୍ଧିତ ସଂସ୍ଥା?

Waterfall in Deojhar
ଆସ ବୁଲିଯିବା ଦେଓଝର...ଝରଣା ପାଣିରେ ବୁଡିବା, ବଣଭୋଜି କରିବା

ଥଣ୍ଡା ଥଣ୍ଡା ପାଗରେ ଆସ ବୁଲିଯିବ ଦେଓଝର। ପାହାଡ ଉପରୁ ପଡୁଥିବ ଝରଣାର ଗଦଗଦ ପାଣି...ହାଣ୍ଡିରେ ଫୁଟୁଥିବ ମାଂସ ଝୋଳ...ଗାଧେଇ ଆସିବା ପରେ ଗରମ ଗରମ ଭାତ ସାଙ୍ଗକୁ ମାଂସ ଝୋଳ...ଓଃ ମାହୋଲ ପୂରା ଜମିଯିବ

special story
ମାସିକ ୨ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଚାଷ କରୁଛନ୍ତି ଯୁବ ଇଞ୍ଜିନିୟର

ମାଲେସିଆରେ ୧୧ ବର୍ଷ ରହି ମାସିକ ୨ ଲକ୍ଷ ଟଙ୍କା ଦରମା ପାଉଥିବା ଆଇଟି ଇଞ୍ଜିନିୟର ସତ୍ୟ ପ୍ରବୀନ ଚାକିରି ଛାଡ଼ି ଚାଷ କରୁଛନ୍ତି ।

monkey attack
ହେଇ ଗଲା ଗଲା ଗଲା...ଧର ଧର ଧର...ଗାଁ ସାରା ଲୋକଙ୍କ ହାତରେ ବାଟୁଳିଖଡା

ହେଇ ଗଲା ଗଲା ଗଲା...ଧର ଧର ଧର...ଘରେ ପଶିଗଲା ଲୋ...ସକାଳୁ ସଞ୍ଜ ଯାଏଁ ପୂରା ଗାଁଟା ସାରା ଲୋକଙ୍କ ମୁହଁରେ ଏମିତି କଥା। ମାସେ ହେଲାଣି ଦୁଇ ମାଙ୍କଡ ଯାହାକୁ ଦେଖୁଛନ୍ତି ତାଙ୍କୁ କାମୁଡୁଛନ୍ତି...ବିନା ବାଟୁଳିଖଡା କି ଠେଙ୍ଗାରେ ଗାଁରୁ ବାହାରୁନାହାନ୍ତି ଲୋକ

craftworks
ସବାଇ ଘାସର ସୌନ୍ଦର୍ଯ୍ୟ : ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି

ସବାଇ ଘାସର ସୌନ୍ଦର୍ଯ୍ୟ...ଏଥିରେ ତିଆରି ହୋଇଥିବା ସାମଗ୍ରୀର ବଢୁଛି ଚାହିଦା। ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି...ଘାସରେ ତିଆରି ସାମଗ୍ରୀକୁ ବିକି ଭଲ ରୋଜଗାର କରୁଛନ୍ତି ମହିଳା

ରେସଲର୍ ଅନନ୍ତ ମଲ୍ଲିକ
ଅସହାୟ ଜୀବନ ବିତାଉଛନ୍ତି ଜାତୀୟସ୍ତରର କୁସ୍ତି ଯୋଦ୍ଧା !

ଗୋଟିଏ ପଟେ ଭାଇ ଭଉଣୀଙ୍କୁ ମଣିଷ କରିବାର ବୋଝ ଓ ଆଉ ଗୋଟିଏ ପଟେ ଆର୍ଥିକ ଅନଟନ ଅନନ୍ତଙ୍କୁ ଆଉ ଆଗକୁ ବଢ଼ିବାକୁ ଦେଉନାହିଁ।

  • Friday, 23 December 2022
ମୋ ଦୋକାନ ଭାଙ୍ଗିଦେଲେ, ମୁଁ ଚଳିବି କେମିତି?
"ସଂଧ୍ୟାରେ କହୁଛ, ସକାଳୁ ଜେସିବି ମଡାଇ ଦେଉଛ" ଆମେ ଚଳିବୁ କେମିତି?

ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀ ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରୁଛି ବିଏମ୍‌ସି। ବିନା ଥଇଥାନ ଓ କ୍ଷତିପୂରଣରେ ବିଏମ୍‌ସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରିଛନ୍ତି। ସେଥିପାଇଁ ଆଜି ବିଏମ୍‌ସିର ନର୍ଥ ଜୋନ୍ ଅଫିସକୁ ଘେରାଉ କରିଥିଲେ। ଏପରିକି ଉଠାଦୋକନୀମାନେ ବିଏମ୍ସି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ

BMC
ରାଜଧାନୀ ରାଜରାସ୍ତାରେ ଉଠା ଦୋକାନୀଙ୍କ ଗର୍ଜନ..

ଡମଣା ଓ ପଟିଆ ଅଞ୍ଚଳରେ BMC ର ଉଚ୍ଛେଦ ବିରୋଧରେ ଶହ ଶହ ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଛି । ବିନା ଥଇଥାନ ଓ କ୍ଷତିପୂରଣରେ ବିଏମସିଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରୁଛନ୍ତି । ଡମଣା ଛକଠାରୁ ଉଠା ଦୋକାନୀମାନେ ରାଲି କରି ପ୍ରତିବାଦ କରିଛନ୍ତି ଉତ୍ତର ବିଏମସି କାର୍ଯ୍ୟାଳୟ ଘେରାଉ କରିଛନ୍ତି ।