• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଜ୍ଞାନ ରୂପକ ଅନ୍ଧକାରକୁ ଜ୍ଞାନର ଆଲୋକରେ ଭରି ଦିଅନ୍ତି ଗୁରୁ । ସରଳ, ନୀରିହ ଆଖିରେ ସ୍ୱପ୍ନ ଦେଖିବାର ଇନ୍ଧନ ଯୋଗାନ୍ତି । ଆମର ପାରିବା ପଣିଆ ଠାରୁ ବି ଅଧିକ ଗଢ଼ି ତୋଳନ୍ତି । ସତରେ ଅତୁଳନୀୟ ତାଙ୍କର ଅବଦାନ । ଗୁରୁ ଯେ ଇଶ୍ୱରଙ୍କ ଠାରୁ ବି ତାହା ପ୍ରମାଣିତ କରିଦେଇଛନ୍ତି କେନ୍ଦ୍ରାପଡ଼ାର ଜଣେ ଶିକ୍ଷକ । ଛାତ୍ରଙ୍କୁ ଉଦ୍ଧାର କରିବାକୁ ଯାଇ କଣ୍ଟିଲୋ ମହାନଦୀରେ ବୁଡ଼ି ତାଙ୍କର ଜୀବନ ଚାଲିଯାଇଛି । ନୟାଗଡ଼ ଖଣ୍ଡପଡା ବ୍ଳକ ଅଧୀନ କଣ୍ଟିଲୋ ମହାନଦୀ ଶ୍ମଶାନ ତୁଠରେ ବୁଡି ଶିକ୍ଷକଙ୍କ ମୃତ୍ୟୁ ହୋଇଛି ।

ମୃତ ଶିକ୍ଷକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ଅଞ୍ଚଳର ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମର ୩୨ ବର୍ଷୀୟ ସରୋଜ କୁମାର ଦାସ । ସେ ମହାକାଳପଡ଼ା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ କଣ୍ଟିଲୋ ଯାଇଥିଲେ ପିକନିକ୍ । ହେଲେ ସେଠାରେ ମହାନଦୀରେ ଗାଧୋଇବା ସମୟରେ ଗଭୀର ଜଳ ଭିତରକୁ ଚାଲି ଯାଇଥିଲେ । କିଛି ସମୟ ଭିତରେ ହିଁ ଶିକ୍ଷକ ଜଣକ ପାଣିରେ ନିଖୋଜ ହୋଇଯାଇଥିଲେ ।

ଅଧିକ ପଢ଼ନ୍ତୁ: ପୋଖରୀରେ ବୁଡ଼ି ୩ ଶିଶୁ ମୃତ

ଏତତ୍ ବ୍ୟତୀତ ଜଣେ ଛାତ୍ର ଜଣେ ଛାତ୍ର ମଧ୍ୟ ବୁଡି ଯାଉଥିବା ଦେଖି ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ । ପରେ ବହୁ ଖୋଜାଖୋଜି କଲାପରେ ଶିକ୍ଷକଙ୍କୁ ପାଇଥିଲେ । ତେବେ ତୁରନ୍ତ ତାଙ୍କୁ ମେଡିକାଲ ନେଲା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶିକ୍ଷକ ଜଣକ ଛାତ୍ରଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ମୃତ୍ୟୁ ମୁଖରେ ପଡିଛନ୍ତି ବୋଲି କୁହାଯାଇଛି ।