• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖେଳ ଖେଳିବା ହେଲା କାଳ । ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ । କଟକ ନିଶ୍ଚିନ୍ତକୋଇଲି ଥାନା ବନମାଳିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ଝିଅକୁ ହରାଇ ବାପାମା ତଥା ପରିବାର ଲୋକ ନିଜକୁ ସମ୍ଭାଳି ପାରୁନାହାନ୍ତି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆଜି ସକାଳେ ଗାଁର ଦୁଇ ନାବାଳକ ଭଉଣୀ ଗାଁ ପାଖ ପୋଖରୀକୁ ଯାଇଥିଲେ । ୯ ବର୍ଷ ବୟସର ଲିପସିତା ପଣ୍ଡା, ୫ ବର୍ଷ ବୟସର ଇପସିତା ପଣ୍ଡା ସେଠି ଖେଳୁଥିବା ବେଳେ କେଉଁ ଆଡ଼େ ନିଖୋଜ ହୋଇଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ବି ତାଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିଲା । ତେବେ କିଛି ସମୟ ପରେ ସେମାନଙ୍କୁ ପୋଖରୀରେ ଭାସୁଥିବା ଦେଖୁବାକୁ ମିଳିଲା । ତୁରନ୍ତ ତାଙ୍କୁ ନିଶ୍ଚିନ୍ତକୋଇଲି ପିଏଚସିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ପୋଖରୀରେ କେମିତି ବୁଡ଼ିଲେ ସେ ନେଇ ଏବେ ତଦନ୍ତ ଚାଲିଛି ।

ମୃତ ଦୁଇ ଭଉଣୀଙ୍କ ଦାଦା ବିକାଶ ପଣ୍ଡା କହିଛନ୍ତି,  ଛୁଆ ଦୁଇଟି ଘର ପାଖ ରାସ୍ତାରେ ଖେଳୁଥିଲେ । ଖେଳୁ ଖେଳୁ କେତେବେଳେ ପୋଖରୀ ପାଖକୁ ଚାଲି ଯାଇଥିଲେ । ହେଲେ ଘର ଲୋକ କେହି ଦେଖି ପାରି ନଥିଲେ । ପରେ ସେମାନେ ଆଖପାଖରେ କେଉଁଠି ଦେଖା ନଯିବାରୁ ଖୋଜାଖୋଜି କରାଯାଇଥିଲା । ପୋଖରୀରେ ବଡ଼ ଝିଅର ମୃତଦେହ ଭାସୁଥିଲା । ସାନ ବୁଡ଼ି ଯାଇଥିଲା । ଅନୁମାନ କରାଯାଉଛି,  ସାନ ଝିଅଟି ପ୍ରଥମେ କୌଣସି କାରଣରୁ ପୋଖରୀରେ ବୁଡ଼ି ଯିବାରୁ ବଡ଼ ଝିଅ ତାକୁ ରକ୍ଷା କରିବାକୁ ଯାଇ ବୁଡ଼ି ଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now