• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆରମ୍ଭ ହୋଇଯାଇଛି ପିକ୍‌ନିକ୍‌ ଋତୁ । ଶୀତ ହାଡ଼ ଥରାଇ ଦେଉଥିବା ବେଳେ ବିଭିନ୍ନ ସ୍ଥାନରେ ଜମୁଛି ବଣଭୋଜିର ଆସର । ପରିବାର ଲୋକ ତଥା ସାଙ୍ଗସାଥୀଙ୍କ ସହ ଭୋଜିଭାତରେ ମସଗୁଲ ଲୋକେ । ହେଲେ ଭୀମଭୋଇ ମେଡିକାଲ କଲେଜ ହସପିଟାଲର ବ୍ଲଡବ୍ୟାଙ୍କ କର୍ମଚାରୀମାନଙ୍କ ପିକ୍‌ନିକ୍‌ ଷ୍ଟାଇଲ୍‌ ପାଇଁ ଏନେ ଚାରିଆଡ଼େ ଚର୍ଚ୍ଚା । ରକ୍ତ ସଂଗ୍ରହ ଗାଡ଼ିରେ ପିକ୍‌ନିକ୍‌ ପାଇଁ ଯାଇ ଭୋଜିଭାତ କରିଛନ୍ତି କର୍ମଚାରୀ ।

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ବ୍ଲଡବ୍ୟାଙ୍କ କର୍ମଚାରୀମାନେ ପିକନିକ ଯାଇ ଏବେ ଚର୍ଚ୍ଚାରେ ଅଛନ୍ତି । ରକ୍ତ ସଂଗ୍ରହ ପାଇଁ ବ୍ୟବହାର କରାଯାଉଥିବା ଭ୍ରାମ୍ୟମାଣ ଗାଡିକୁ ପିକନିକ ଯିବା ପାଇଁ ବ୍ୟବହାର କରିଛନ୍ତି । ରକ୍ତ ସଂଗ୍ରହ କରାଯାଉଥିବାରୁ, ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ଭ୍ରାମ୍ୟାମାଣ ଗାଡିରେ ସତର୍କତାର ସହ ରକ୍ତ ରଖାଯାଇଥାଏ । ହେଲେ ଏହି ଗାଡିରେ ୧୫ରୁ ୨୦ ଜଣ ଯାଇ ପିକନିକ କରିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରୁ ସେମାନଙ୍କ ଦାୟିତ୍ୱହୀନତା ସ୍ପଷ୍ଟ ରୂପରେ ବାରି ହେଉଛି ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି, କର୍ମଚାରୀମାନେ ପାଖରେ ଗାଡ଼ି ଛିଡ଼ା କରି ଜୋରସୋରରେ ରୋଷେଇରେ ମାତିଛନ୍ତି । ଗ୍ୟାସ ସହ ଚୁଲାରେ ଚାଲିଛି ରୋଷେଇ । ଭଳି କି ଭଳି ବ୍ୟଞ୍ଜନ ତିଆରି କରି ମଜାରେ ଖାଇବା ପରେ ଘରକୁ ଫେରିଛନ୍ତି ।

ତେବେ କର୍ମଚାରୀମାନେ କେଉଁ ସ୍ଥାନକୁ ପିକ୍‌ନିକ୍‌ କରିବା ପାଇଁ ଯାଇଛନ୍ତି, ତାହା ଜଣାପଡି ନଥିବାବେଳେ ହସ୍ପିଟାଲ କର୍ମଚାରୀଙ୍କ ଏଭଳି କାରନାମାକୁ ନେଇ ସବୁଠି ଚର୍ଚ୍ଚାଜୋର ହେଉଛି ।