ବୌଦ୍ଧ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଥିଲେବି କଂଟାମାଳ ସୀମାନ୍ତରେ ରହିଥିବା ଏହି ଖଣ୍ଡିକନପା ଅଂଚଳଟି ପିକନିକ ପାଇଁ ବେଶ ଆକର୍ଷଣୀୟ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିସାରିଥିବାବେଳେ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି । ବିଶେଷକରି ପିକିନିକ ଋତୁ ଆସିଲେ ଏହି ସ୍ଥାନରେ ଜମେ ପର୍ଯ୍ୟଟକଙ୍କ ଭିଡ ।
ଇଏ ପ୍ରକୃତିର ଓଢ଼ଣୀ... ଯୁଆଡ଼େ ଚାହିଁବେ ସବୁଜବନାନୀ । ପାହଡ଼ ଆଉ ଗଛଲତାରେ ଭରପୂର ଏ ସ୍ଥାନ । କଳା ମଚମଚ ପଥରରେ ଅଚ୍ଛାଦିତ ହୋଇଛି ପାହାଡ଼ର ଛାତି । ଦେଖୁନାହାନ୍ତି ଏ ସୁନ୍ଦର ଦୃଶ୍ୟକୁ... ଯାହା ପ୍ରକୃତିପ୍ରମୀଙ୍କୁ ଏଠାକୁ ଟାଣି ଆଣୁଛି ।
ଏନଜିଓ, ଇକୋ କ୍ଲବ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଏହି ସବୁ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ଲୋକଙ୍କୁ ସଚେତନ କରାଯିବ ।
ହାତରେ ଆଉ ଦିନ କେଇଟା, ସରିଯିବ ବର୍ଷ 2022 । 2023କୁ ସ୍ୱାଗତ ପାଇଁ ଏବେ ସବୁଠି ପ୍ରସ୍ତୁତି ଚାଲିଛି, ଏହାରି ମଧ୍ୟରେ 2022କୁ ଅଧିକ ସ୍ମୃତିମୟ କରିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍....