ନିଜର ତାରିଖ ପଡିଲେ ନ୍ୟାୟ ପାଇଁ ସମ୍ବଲପୁର କୋର୍ଟକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଉ କେତେ ବା ଧୈର୍ଯ୍ୟ ରୁହନ୍ତା । ସହିବାର ସୀମା ଡେଇଁଗଲା ପରେ ଆଉ ବା କି ପ୍ରତିକ୍ରିୟା ରୁହନ୍ତା ମହକିଲ ମାନଙ୍କର । ଏକଦା ସକାଳ ୯ଟା ହେଲେ ଓକିଲ ମହକିଲଙ୍କ ଗହଳିରେ ଫାଟିପଡୁଥିବା ସମ୍ବଲପୁର କୋର୍ଟ ଆଜିକୁ ପ୍ରାୟ ୨ ସପ୍ତାହ ହେଲା ଗୁମ୍ସୁମ୍ । ନ୍ୟାୟିକ ସେବା ପାଇଁ ନିଜ ନିଜ ଓକିଲଙ୍କୁ ଖୋଜୁଥିବା ମହକିଲଙ୍କୁ ଖାଲି ହାତରେ ନିରାଶ ହୋଇ ଫେରିବାକୁ ପଡୁଛି ।
Published: Sarbeswar
Last updated: 26 December 2022, 10:13 PM IST
ଆବୁଡା ଖାବୁଡା ଖାଲ ଢିପ ଭରା ମାଟି ପଡିଆ, ତାରି ଭିତରେ ୬ ଖଣ୍ଡ କାଠରେ ତିଆରି ହୋଇଛି ଗୋଲ ପୋଷ୍ଟ । ହାତରେ ଖଣ୍ଡିଏ ଖଣ୍ଡିଏ ହକି ଷ୍ଟିକ୍ ଧରି ସେଠାରେ ଅଭ୍ୟାସ କରୁଛନ୍ତି ଖେଳାଳି । ସୁନ୍ଦରଗଡ଼ ବାଲିଶଙ୍କରା ବ୍ଳକ୍ର ଲୁଲକିଡିହି ଗାଁ, ଏହି ଗାଁରୁ ହିଁ ବାହାରିଛନ୍ତି ଇଗ୍ନେସ ତିର୍କି, ପ୍ରବୋଧ ତିର୍କି ଏବଂ ଦୀପଗ୍ରେସ ଏକ୍କାଙ୍କ ଭଳି ଅଲିମ୍ପିଆନ୍ ।