/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671957642.jpg)
special story
କୋବି ତୋଳିବାକୁ ଯାଇଥିବା ସମୟରେ କାମୁଡ଼ି ପକାଇଲା ଲାଉଡଙ୍କିଆ ସାପ । ଭୟରେ ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଗଲେ ଯୁବକ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କଲ୍ୟାଣପୁର ପଂଚାୟତର ଗାଙ୍ଗପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଗାଙ୍ଗପୁର ଗାଁର ଭାଗବତ ପ୍ରଧାନ ଆଜି ସକାଳୁ ନିଜ ବିଲକୁ କୋବି ତୋଳିବାକୁ ଯାଇଥିଲେ । ଆଉ ସେହି ସମୟରେ ଏକ ନାଉଡଙ୍କିଆ ସାପ ଭାଗବତଙ୍କୁ କାମୁଡି ଦେଇଥିଲା । ପ୍ରଥମେ ଭାଗବତ ଟିକେ ଡ଼ରିଯାଇଥିଲେ । ହେଲେ ପର ମୁହୂର୍ତ୍ତରେ ସାପକୁ ଜରିରେ ଭର୍ତ୍ତି କରି ଦେଇଥିଲେ । ଡାକ୍ତରଖାନାକୁ ଗଲେ ଡାକ୍ତର ପଚାରିଲେ, କ’ଣ କହିବେ ଚିନ୍ତା କରି ସେ ଏପରି କରିଥିଲେ ।
କାମୁଡ଼ିଥିବା ସାପକୁ ଧରି ମେଡ଼ିକାଲରେ ଯୁବକ....#snakebite#Balasore#Odisha#OTVpic.twitter.com/UQyHph21k0
— ଓଟିଭି (@otvkhabar) December 25, 2022
ଆଉ ତା’ପରେ ସାପକୁ ଧରି ସିଧା ଡାକ୍ତରଖାନାରେ ପହଞ୍ଚିଯାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଡାକ୍ତର ଭାଗବତଙ୍କୁ ଇଞ୍ଜେକ୍ସନ ଦେବା ପରେ ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)