/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672033901.jpg)
streetlights
ଅନ୍ଧକାରରୁ ମୁକ୍ତି ପାଇଁ ଗା ଗାଁରେ ଲାଗିଲା ଷ୍ଟ୍ରିଟ ଲାଇଟ । ମାତ୍ର କିଛି ଦିନ ଜଳିବା ପରେ ଆଉ ଜଳୁନି ଷ୍ଟ୍ରିଟ ଲାଇଟ୍ । କୋରାପୁଟ ଜିଲ୍ଲାର କେତେକ ଗ୍ରାମାଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଜିଲ୍ଲାର ପ୍ରତି ଗାଁରେ ବିଦ୍ୟୁତିକରଣ ପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଯୋଜନା ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ଆସିଛି ।
ଗତ ୨୦୨୧-୨୨ମସିହାରେ ଆଉଁଳି ପଞ୍ଚାୟତରେ ମୋଟ ୯୪ଟି ହାଇଭୋଲଟେଜ ଷ୍ଟ୍ରିଟ ଲାଇଟ ଲାଗିଥିଲା । ୨ ମାସ ଧରି ଲୋକ ଷ୍ଟ୍ରିଟ ଲାଇଟ ସୁବିଧା ପାଇଥିଲେ, ହେଲେ ତାପର ଠାରୁ ଅନ୍ଧାର ପଞ୍ଚାୟତର ଗଳିକନ୍ଦି । କେବଳ ଯେ ଆଉଁଳି ଗାଁ ନୁହଁ ବୋରିଗୁମ୍ମା ବ୍ଲକର ବେଣାଶୁର, ଗୁମୁଡା, ହରିଡାଗୁଡା, ଚମ୍ପାପଦର, କାଠରଗଡା ଆଦି ପଞ୍ଚୟାତରେ ନାମକୁ ମାତ୍ର ଷ୍ଟିଟ୍ ଲାଇଟ ଲାଗିଛି ହେଲେ ରାତି ହେଲେ ଗଳିକନ୍ଦିରେ ଅନ୍ଧାରର ରାଜୁତି ।
ଲାଇଟ ଲାଗିବା ପରେ ଜଳିଛି ମାତ୍ର ୧୫ ଦିନ, ୨ ବର୍ଷ ହେଲାଣି ଅନ୍ଧାରରେ ଗାଁ ଲୋକେ...
#Odisha#OTVpic.twitter.com/PCqLI2Y4xS— ଓଟିଭି (@otvkhabar) December 26, 2022
ସେପଟେ କୋରାପୁଟ ଜିଲ୍ଲାରଜୟପୁର ବ୍ଲକ ସମେତ ଜୟପୁର ସହରର ବିଭିର୍ଣ୍ଣ ଗଳି କନ୍ଦିରେ ଖୁଣ୍ଠ ଅଛି, ହେଲେ ଲାଇଟ୍ ଜଳୁନି । ଜୟପୁର ବ୍ଲକ ପଞ୍ଚାୟତର ଟାଙ୍କୁଆ ଗାଁରେ ମଧ୍ୟ ବିଭିର୍ଣ୍ଣ ଯୋଜନାରେ ଷ୍ଟ୍ରିଟ ଲାଇଟ ଲାଗିଥିଲେ ବି ଅନ୍ଧାରରେ ଗଳିକନ୍ଦି । ଏପରି ଅବ୍ୟବସ୍ଥାକୁ ନେଇ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ କହିଛନ୍ତି, ଯେ ତୁରନ୍ତ ବ୍ଲକ ପ୍ରଶାସନ ସହ ଆଲୋଚନା କରି ଷ୍ଟ୍ରିଟ ଲାଇଟ ଲଗେଇଥିବା ସଂସ୍ଥା ବିରୋଧରେ ପଦକ୍ଷେପ ନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)