ଚାଷୀଙ୍କ ଧାନ ସଂଗ୍ରହ ପରିମାଣ କମିବାରୁ ତେଜୁଛି ଅସନ୍ତୋଷ।
ଗମନାଗମନ ପାଇଁ କେଉଁଠି କାଠ ପୋଲ ତ କେଉଁଠି ଜଙ୍ଗଲ ରାସ୍ତା ଉପରେ ଲୋକେ ନିର୍ଭର କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ।ଏଣୁ ଭାଗ୍ୟକୁ ଆଦରି ରହୁହିଛନ୍ତି ଲୋକେ।
ଯାଯାବରର ଅର୍ଥ ଯାହାଙ୍କ ଠିକଣା ନଥାଏ। ତାହାଲେ ଏମାନେ କଣ ଯାଯାବର ? ଆପଣ ହଁ କହିପାରନ୍ତି... କାହିଁକିନା କୁଆଡେ ଯାଆନ୍ତି, କୁଆଡେ ରୁହନ୍ତି ଠିକଣା ନଥାଏ। ରାସ୍ତା କଡ଼ରେ ଲୁହାରେ ତିଆରି ଘର ସାମଗ୍ରୀ ବିକ୍ରି କରିବା ଏମାନଙ୍କ କାମ। ବୋଧହୁଏ ଏମାନଙ୍କ ପରିଶ୍ରମ ହିଁ ଏମାନଙ୍କ ପରିଚୟ...
ଟଙ୍କା ଫେରି ପାଇବାକୁ ୧୦-୧୫ବର୍ଷ ଅପେକ୍ଷା କରିପାରିବେନି ଜମାକାରୀ,କେମିତି ଓ କେବେ ସୁଦ୍ଧା ଟଙ୍କା ଫେରାଯିବ ଜଣାଇବାକୁ ନିର୍ଦ୍ଦେଶ
ପଥରରେ ସୁକ୍ଷ୍ମ କାରୁକାର୍ଯ୍ୟ। କେଉଁଠି ହକି ଷ୍ଟିକ୍ ତ କେଉଁଠି ଭଗବାନ ବୁଦ୍ଧଙ୍କ ଷ୍ଟାଚ୍ୟୁ । ଆଉ କେଉଁଠି ପଥର ଓ ବିଭିନ୍ନ ଧାତୁରେ ନିର୍ମିତ ସୁନ୍ଦର ତୋରଣ . .
ଚିଟ୍ଫଣ୍ଡ ଠକେଇ ମାମଲାରେ CBIକୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାଆ କୁଆଡ଼େ ଚାଲିଗଲେ । ବାପା ଖୋଜିଖୋଜି ମାନସିକ ଭାରସାମ୍ୟ ହରାଇ ସେ ମଧ୍ୟ କୁଆଡ଼େ ପଳାଇଛନ୍ତି। ଏବେ ଘରର ବଡ଼ ଝିଅ ଗିର୍ଜନୀ ଉପରେ ନିର୍ଭର ଅନ୍ଧ ବୁଢ଼ା ବାପା ଓ ୨ ସାନଭାଇ...
୭୫ ବର୍ଷର ଗଛ ସହ ପ୍ରେମ , ବୟସର ଅପରାହ୍ନରେ ଲଗାଇ ଚାଲିଛନ୍ତି ଲକ୍ଷ ଲକ୍ଷ ଗଛ । ଚମ ଧୁଡୁ ଧୁଡୁ ହେଲାଣି ତଥାପି ପ୍ରତିଦିନ ଗଛ ଟିଏ ନ ଲଗାଇଲେ ମନ ବୁଝୁନି.. ଦେଖନ୍ତୁ ପ୍ରକୃତିର ସବୁଜିମା ଭିତରେ ହଜି ଯାଇଥିବା ଏମିତି ଜଣେ ଗଛ ମଣିଷର କାହାଣୀ ।
କେନ୍ଦୁଝରରେ ହଜାର ହଜାର ବିଦେଶୀ ଅତିଥି । ଏଇ ଦୁଇ ତିନି ଦିନ ହେଲା ମାଧପୁର ଫାର୍ମ ପୋଖରୀକୁ ଦଳ ଦଳ ହୋଇ ଆସିଛନ୍ତି.. ଜଳକ୍ରୀ଼ଡ଼ା କରୁଛନ୍ତି..
ଓଡ଼ିଶାର ସରକାରୀ ଜମିକୁ କବ୍ଜା କରିଛନ୍ତି ଆନ୍ଧ୍ର ଡାକ୍ତର। ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କାପଲଡ଼ାର ଜମିକୁ ନେଇ ସୃଷ୍ଟି ହୋଇଛି ଏଭଳି ବିବାଦ।
ଆଜି ଫଟୋ ଦେଖାଇ ଫ୍ୟୁଜ୍ କଲା ନାରଣ..
ଆଜିଠୁ ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ଫିଂ ହେବ।
ନରସିଂହପୁରର ଐତିହ କୁହାଯାଉଥିବା ରାଜତନ୍ତ୍ର ସମୟର ଏହି ତହସିଲ କାର୍ଯ୍ୟାଳୟ ଏବେ ଜରାଜୀର୍ଣ୍ଣ । ଅଧା ଭାଗ ଭୁଶୁଡ଼ିବାକୁ ବସିଥିବାବେଳେ ବର୍ଷା ଦିନେ ପାଣିରେ ଭାସୁଛି ପୁରୁଣା କୋଠା ।
ଗାଁରେ ମାଡିଗଲା ହଇଜା। ଗୋଟିଏ କୋକେଇ ମଶାଣି ଯିବା ପରେ ଆଉ ଗୋଟିଏ କୋକେଇ ବନ୍ଧା ହେଉଥିଲା। ଘରେ ଘରେ ପଡୁଥିଲା କାନ୍ଦ ବୋବାଳି। ଏହି ସମୟରେ ଗାଁର ଜମିଦାର ଚିନ୍ତାରେ ପଡିଗଲେ। ଅସୁର ପୂଜା ଆୟୋଜନ କରିବା ପରେ ଗାଁରୁ ହଇଜା ପଳାଇଗଲା । ସେହି ଦିନଠାରୁ ଭଦ୍ରକର ଏଠି ପୂଜା ପାଉଛନ୍ତି ଶମ୍ବରାସୁର
ଫୁଟ୍ ପାଥରେ ଦଳ ଦଳ ବୁଲା କୁକୁର ଶୋଇଛନ୍ତି। ପୁଣି ଜଣେ ବୃଦ୍ଧାଙ୍କ ପାଖରେ। ସିଏ ବି ଶୀତ କାକରରେ ନିଆଁ ଜାଳି ବସିଛନ୍ତି। ହେଲେ କିଏ ଏହି ମହିଳା ? କଣ ପାଇଁ ଏମିତି ଏତେ ବୁଲା କୁକୁରମାନଙ୍କୁ ଆଶ୍ରୟ ଦେଇଛନ୍ତି ? ମାଆ ପରି ପାଳୁଛନ୍ତି ଏଇ ବୁଲା କୁକୁର ମାନଙ୍କୁ..
ଗାଁ ବାଲାଙ୍କୁ ମେଣ୍ଢା ମାଂସ ଆଉ ହାଣ୍ଡିଆ ଦେଲେ ଯାଇ ଘରକୁ ପଶିବ ମାଆ। ହେଲେ ବିଧବା ମାଆଟି ଏତେ ଟଙ୍କା ଆଣିବ କେଉଁଠୁ ? କେମିତି କରିବ ମୃତ ପୁଅର ଶୁଦ୍ଧି କ୍ରିୟା।
୨୪ ପାଇଁ ଚିନ୍ତା କରିବାକୁ ନେତା ଚେଇଁଛନ୍ତି ନା ଦେଖୁନ..
କେବଳ ଗତ ରଥଯାତ୍ରାରେ ୬କୋଟିରୁ ଅଧିକ ବ୍ୟୟ, ଆପତ୍ତି ଉଠାଇଲେ ପୂର୍ବତନ ମ୍ୟାନେଜିଂ କମିଟି ସଦସ୍ୟ ଓ ବୁଦ୍ଧୀଜୀବୀ
୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ
ସରକାରଙ୍କ ଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିନଥିବାରୁ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲେ।
ଜଣେ ଯୁବଚାଷୀ ରାସ୍ତାରୁ ପାଇଥିବା ଲକ୍ଷାଧିକ ଟଙ୍କାକୁ ଫେରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଭଳି ମଣିଷ ପଣିଆର ଏକ ଜ୍ୱଳନ୍ତ ଉଦାହରଣ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି।
ତୁ କେଉଁଠି ଅଛୁ ପୁଅ ଫେରିଆ...ତତେ ଖୋଜି ଖୋଜି ନୟାନ୍ତ ହେଲିଣି, ତତେ ଝୁରି ଝୁରି ମାଆ ଆଉ ନାହିଁ । ଯଦି ଦେଖୁଥିବୁ ଘରକୁ ଫେରିଆସ । ପୁଅର ଫଟୋକୁ ଧରି ଏମିତି ଆକୁଳ ନିବେଦନ କରିଛନ୍ତି ଜଣେ ବାପା
କୋରାପୁଟର ପ୍ରାକୃତିକ ମନଲୋଭା ଦୃଶ୍ୟକୁ ଉପଭୋଗ କରିବାକୁ ଆସୁଛନ୍ତି ଦଳ ଦଳ ବିଦେଶୀ ପର୍ଯ୍ୟଟକ । ହେଲେ ସେମାନଙ୍କ ସୁରକ୍ଷା ପାଇଁ ନାହିଁ କୌଣସି ପ୍ରକାର ବ୍ୟବସ୍ଥା । ଏବେଠୁ ଏ ସବୁ ଉପରେ ଧ୍ୟାନ ନଦେଲେ ଓଡିଶାରୁ ଗାଏବ ହୋଇଯିବେ ବିଦେଶୀ ପର୍ଯ୍ୟଟକ
ପ୍ରକୃତି କୋଳରେ ମାଛକାନ୍ଦଣା । ଶୀତ ଦିନ ବିଶେଷ କରି ନୂଆ ବର୍ଷ ଆସିଲେ ଏଇ ପର୍ଯ୍ୟଟନ ସ୍ଥଳୀ ବୁଲିବା ଓ ବଣ ଭୋଜି କରିବାର ମଜା ନେବାକୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ l ଏ ବର୍ଷ କୋଭିଡ କଟକଣା ନଥିବାରୁ ମାଛକାନ୍ଦଣାରେ ପ୍ରବଳ ଭିଡ ।