/odishatv-khabar/media/post_attachments/uploadimage/library/16_9/16_9_0/s_1672889790.jpg)
Andhra Attempt To Encroache Odisha Land
ଓଡ଼ିଶାର ସରକାରୀ ଜମିକୁ କବ୍ଜା କରିଛନ୍ତି ଆନ୍ଧ୍ର ଡାକ୍ତର। କୋରାପୁଟ ଜିଲ୍ଲା ର ବନ୍ଧୁଗାଁ ବ୍ଲକ୍ ଅନ୍ତର୍ଗତ ଆନ୍ଧ୍ର ସୀମାନ୍ତ କାପଲଡ଼ାର ଜମିକୁ ନେଇ ସୃଷ୍ଟି ହୋଇଛି ଏଭଳି ବିବାଦ। ଏନେଇ ସୂଚନା ପାଇବା ପରେ ଆନ୍ଧ୍ରର ଡାକ୍ତର ଡି. ରାମ ମୋହନରାଓଙ୍କ ସମେତ ୪ ଜଣଙ୍କ ନାଁରେ ବନ୍ଧୁଗାଁ ତହସିଲଦାର ଏତଲା ଦେଇଛନ୍ତି।
ଡାକ୍ତର ଡି. ରାମ ମୋହନରାଓ ବନ୍ଧୁଗାଁ ତହସିଲ କାପଲଡ଼ା ମୌଜାରେ ପ୍ରାୟ ୩୦ରୁ ୪୦ ଏକର ଜମିରେ ପାମୋଲିନ୍ ଚାଷ ପାଇଁ ଜମି ପ୍ରସ୍ତୁତ କରିଛନ୍ତି। ଏହା ମଧ୍ୟରେ ପ୍ରାୟ ୧୫ ଏକରରୁ ଅଧିକ ସରକାରୀ ଗୋଚର କିସମ ଜମି ଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: 'ଆନ୍ଧ୍ର ସିଜ୍ କରୁଛି, ଓଡ଼ିଶା ଜଳକା ହୋଇ ଚାହିଁଛି'
ବନ୍ଧୁଗାଁ ତହସିଲଦାର ସଦାଶିବ ଭତ୍ରା ପହଞ୍ଚି ଉକ୍ତ ଜମି ସରକାରୀ ଖାତାରେ ଥିବା ଦର୍ଶାଇ ସେଠାରେ ଲାଲ୍ ପତାକା ପୋତି ୧୪୪ ଧାରା ଜାରି କରିଛନ୍ତି। ଅନ୍ୟପକ୍ଷେ, ଏହି ଜମି ହିମେରିକା କୁରୁମା ବ୍ୟକ୍ତି ନିଜର ପଟ୍ଟା ଜମି ବୋଲି ବନ୍ଧୁଗାଁ ତହସିଲଦାର ଦାବି କରିଛନ୍ତି। ସେପଟେ ଡାକ୍ତର ରାଓ କହିଛନ୍ତି ଜମି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ଚାଷୀଙ୍କୁ ପାମୋଲିନ୍ ଚାଷ ପାଇଁ ଚାରା ଓ ସାର ଯୋଗାଉଥିବା ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)