• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆବର୍ଷ ଭେଟି ଦେଲେ ରାଜ୍ୟ ସରକାର । ବର୍ଷେ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା((State Food Security Act)ର ଅବଧି ବୃଦ୍ଧି କରାଯାଇଛି । ହିତାଧିକାରୀଙ୍କୁ ଆଉ ବର୍ଷେ ମାଗଣା ଚାଉଳ(Free Ration) ପ୍ରଦାନ କରାଯିବ । ୨୦୨୩ ଜାନୁଆରୀରୁ ଡିସେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ ।

ଆଉ ବର୍ଷେ ଲୋକଙ୍କୁ ମାଗଣା ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଫଳରେ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ମିଳିବ । ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେବ ପ୍ରାୟ ୧୮୫ କୋଟି ।

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୨୦୧୮ରୁ ମିଳୁଛି ମାଗଣା ଚାଉଳ । ମହାମାରୀ ସମୟରୁ ସହାୟତା ସ୍ୱରୂପ ହିତାଧିକାରୀଙ୍କୁ ମିଳୁଛି ଚାଉଳ ଓ ଡାଲି । ପ୍ରାୟ ଦୁଇ ବର୍ଷରୁ ଅଧିକ ହେଲାଣି ରାଜ୍ୟ ସରକାର ଲୋକଙ୍କ ମାଗଣା ଚାଉଳ ପ୍ରଦାନ କରୁଛନ୍ତି ।  

ଏହା ପୂର୍ବରୁ ଡିସେମ୍ବର ୨୩ରେ କେନ୍ଦ୍ର ସରକାର ମାଗଣା ରାସନର ଅବଧି ବୃଦ୍ଧି କରିଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ୮୧.୩ କୋଟି ଗରିବ ଲୋକଙ୍କୁ ବର୍ଷେ ଯାଏ ଅର୍ଥାତ୍‌ ୨୦୨୩ ମସିହା ଡିସେମ୍ବର ଯାଏ ମାଗଣାରେ ରାସନ୍‌ ପ୍ରଦାନ କରାଯିବ ।