Advertisment

ନନ୍ଦନକାନନରେ ଆସିଲେ ନୂଆ ଅତିଥି: 'ରୂପା' ଜନ୍ମ ଦେଲା ୩ ଶାବକ

ମାଆ ଓ ଶାବକଙ୍କ ଗତିବିଧିକୁ ସିସିଟିଭି ଜରିଆରେ ନଜରରେ ରଖାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Tigress Rupa Gives Birth to 3 Cubs in Nandankanan Zoo

Tiger

କିଛି ଦିନର ବ୍ୟବଧାନ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖେଳିଛି ଖୁସି। ନନ୍ଦନକାନନରେ ଧଳାବାଘ ରୂପା ଜନ୍ମ ଦେଇଛି ୩ଟି ଶାବକ। ଏମାନେ ସବୁ କେଉଁ ପ୍ରଜାତିର ତାହା ଚିହ୍ନଟ ହୋଇନଥିବା ବେଳେ ଦୁଇଟି ନାଲି ରଙ୍ଗର ଓ ଗୋଟିଏ ଧଳା ରଙ୍ଗର ରହିଛି। ଏବେ ପ୍ରାଣୀ ଉଦ୍ୟାନ ଭିତରେ ମାଆ ରୂପା ପାଖରେ ରହିଛନ୍ତି ତିନିଟି ଯାକ ଛୁଆ।

Advertisment

ମାଆ ଓ ଶାବକଙ୍କ ଗତିବିଧିକୁ ସିସିଟିଭି ଜରିଆରେ ନଜରରେ ରଖାଯାଇଛି। ଯେପରି କୌଣସି ସମସ୍ୟା ଉପୁଜିବନି ସେ ନେଇ ବି ଧ୍ୟାନ ଦିଆଯାଉଛି। ଏହାକୁ ମିଶାଇବା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮ରେ ପହଞ୍ଚିଛି। ବିଗତ କିଛି ଦିନ ଧରି ନନ୍ଦନକାନନରେ ଲଗାତାର ଭାବେ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଥିଲା।

ଅଧିକ ପଢ଼ନ୍ତୁ: ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ନନ୍ଦନକାନନ ! ଘରେ ବସି ଚିଡିଆଖାନାର ମଜା ନେଉଛନ୍ତି ଦର୍ଶକ

Advertisment
Nandankanan Zoo
Advertisment
Advertisment