କେବେ ନିଯୁକ୍ତ ହେବେ ଜଣେ ସ୍ଥାୟୀ ମୁଖ୍ୟ ପ୍ରଶାସକ ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ୪ ବର୍ଷ ପରେ ବି ହେଲାନି ଅନୁପାଳନ । ସତ୍ୟପାଠ ଦାଖଲ ପାଖେଇ ଆସୁଥିବାରୁ ତତ୍ପର ଆଇନ ବିଭାଗ ।
ଉତ୍ତର ପ୍ରଦେଶ ସହ ଦିଲ୍ଲୀ ଏବଂ ପଞ୍ଜାବ ଯାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଉତ୍ତର ପ୍ରଦେଶ ଉଚ୍ଚମାଧ୍ୟମିକ ବୋର୍ଡକୁ ଯାଇ ଖୋଳତାଡ଼ କରିଥିଲା । ଏଠିକାର ଦଲାଲ ସହ ବୋର୍ଡରେ ଥିବା କିଛି କର୍ମଚାରୀଙ୍କ ଲିଙ୍କ୍ ଥିବା ଜଣାପଡ଼ଇଛି।
ସତ୍ୟବାଦୀ ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ।
ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର ଜନ୍ମମାଟିରେ ପହଞ୍ଚିଛି । ପୁରୀ ଜିଲ୍ଲା ସତ୍ୟବାଦୀର ବୀର ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ସେପଟେ ସହିଦ ହୋଇଥିବା ଅନ୍ୟ ୪ଜଣଙ୍କୁ ପଞ୍ଜାବରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି ।
ପଞ୍ଜାବର ୪ ସହିଦ କୁଲୱନ୍ତ ସିଂ, ହରକିଷନ ସିଂ, ସେବକ ସିଂ ଓ ମନଦୀପ ସିଂଙ୍କୁ ଶେଷ ଦର୍ଶନ କରୁଛନ୍ତି ହଜାର ହଜାର ଲୋକ । ପୂରା ପଞ୍ଜାବ ଏକପ୍ରକାର ଜନସମୁଦ୍ରରେ ପରିଣତ ହୋଇଛି ।
ମାଡାମ୍ଙ୍କ ପାଠ ବୁଝିବାକୁ ଆମର କ୍ୱାଲିଫିକେସନ୍ କାହିଁ? କଳାପଟାରେ ଇଏ କଣ ଲେଖୁଛନ୍ତି କିରେ ନାରଣ?
ମୋବାଇଲ୍ ବ୍ୟବହାରକୁ ନେଇ ପୁରୁଷ ଓ ମହିଳାଙ୍କ ପସନ୍ଦର ଖୁଲାସା ହୋଇଛି। ଏହି ରିସର୍ଚ୍ଚରେ ପାଖାପାଖି ୮.୫ କୋଟି ପୁରୁଷ ଓ ମହିଳାଙ୍କ ଦ୍ୱାରା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର ନେଇ ଖୁଲାସା କରାଯାଇଛି।
ପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍ ନିଉଟନ୍ଙ୍କ ଭବିଷ୍ୟବାଣୀ ଅନୁସାରେ ୨୦୬୦ରେ ବିଶ୍ୱ ଶେଷ ହୋଇଯିବ । ତେବେ ଆଇଜାକ୍ ନିଉଟନ୍ଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।
ଆଶ୍ଚର୍ଯ୍ୟ ! ଅଛି ଅଛି ଘରେ ନିଆଁ ଲାଗିଯାଉଛି । ହୁତୁହୁତୁ ହୋଇ ଜଳୁଛି ପାଳ ସହିତ ଘର । ଦମକଳ ନିଆଁ ଲିଭାଇବା ପରେ ବି ଜଳୁଛି । ୩ ଦିନ ହେଲାଣି ଡରିଡରି ବଞ୍ଚୁଛନ୍ତି ଗାଁ ଲୋକେ
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ-JTA ସେକ୍ସନର ଦୁଇଟି ଫାଇଲ ଆଇନ ବିଭାଗ ପାଉନଥିବା ଚର୍ଚ୍ଚା ହୋଇଥିଲା।
ପୁରୀ ସରକାରୀ ITIରେ ଇନଷ୍ଟ୍ରକଟର ଚାକିରି କରୁଥିବା ପତ୍ନୀ ସୁଶ୍ରୀ ସଂଗୀତା ଡ୍ୟୁଟିରେ ଥିବାରୁ ପରେ କଥା ହେବେ କହି ଫୋନ୍ ରଖିଥିଲେ। ହେଲେ ସେହି କଲ ଯେ, ସ୍ବାମୀଙ୍କ ଶେଷ କଲ ପାଲଟିଯିବ, ସେ କଥାକୁ ବିଶ୍ବାସ କରି ପାରୁ ନାହାନ୍ତି ସେ।
ପୁରୀ ସରକାରୀ ITIରେ ଇନଷ୍ଟ୍ରକଟର ଚାକିରି କରୁଥିବା ପତ୍ନୀ ସୁଶ୍ରୀ ସଂଗୀତା ଡ୍ୟୁଟିରେ ଥିବାରୁ ପରେ କଥା ହେବେ କହି ଫୋନ୍ ରଖିଥିଲେ। ହେଲେ ସେହି କଲ ଯେ, ସ୍ବାମୀଙ୍କ ଶେଷ କଲ ପାଲଟିଯିବ, ସେ କଥାକୁ ବିଶ୍ବାସ କରି ପାରୁ ନାହାନ୍ତି ସେ।
କାନଭାସ ଉପରେ ମୟୂରପୁଚ୍ଛ ପ୍ରଛଦରେ ଚିତ୍ର ଆଙ୍କୁଥିବା ଚିତ୍ରକର ହେଉଛନ୍ତି ମୟୂରଭଞ୍ଜ ଉଦଳାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବଯାନୀ ଭୂୟାଁ । ବ୍ୟସ୍ତ ବହୁଳ ପ୍ରଶାସନିକ ଜୀବନଶୈଳୀରେ ଛନ୍ଦି ହୋଇ ମଧ୍ୟ ନିଜ ଚିତ୍ର ଆଙ୍କିବା ନିଶା ପାଇଁ ସମୟ ବାହାର କରି ସୃଷ୍ଟି କରିଛନ୍ତି ଏତେ ସବୁ ଚମତ୍କାର ଚିତ୍ରକଳା ।
ସାଧାରଣ ନିର୍ବାଚନ ପରି ପ୍ରାର୍ଥୀ ଚୟନ ପାଇଁ ହେଉଥିବା ଏହି ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏଜେଣ୍ଟ ମାନଙ୍କ ସହ ପ୍ରିଜାଇଡିଙ୍ଗ ଏବଂ ପୁଲିଙ୍ଗ ଅଫିସରଙ୍କ ଦାୟିତ୍ୱ ତୁଲାଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।
ସମ୍ବଲପୁର ଜିଲ୍ଲା ପ୍ରଶାସନ କର୍ଫ୍ୟୁ କୋହଳ ସମୟକୁ ବଢ଼ାଇଛି। ଆଜିଠୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯିବ।
ଗତକାଲି ଆତଙ୍କବାଦୀମାନେ ସେନା ବାହିନୀର ଗାଡ଼ିକୁ ଗ୍ରେନେଡ୍ ମାଡ଼ କରିଥିଲେ। ସହିଦ ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଲାନ୍ସ ନାଏକ ଦେବାଶିଷ ବିଶ୍ୱାଳ ଅଛନ୍ତି। ଦେବାଶିଷଙ୍କ ବିୟୋଗ ଖବର ପାଇବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଧାର୍ମିକ ସ୍ଥଳରେ ମଧ୍ୟ ଏକତ୍ରିତ ହେବାକୁ କଟକଣା ଜାରି ହୋଇଛି । ଯଦି ଲୋକେ କୌଣସି ସ୍ଥାନରେ ଏକାଠି ହୁଅନ୍ତି, ତେବେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ।
ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ପରେ ଆଜିକୁ ୮ ଦିନ ହେବ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ୍। ଗୋଟେପଟେ କର୍ଫ୍ୟୁ ଅନ୍ୟ ପଟେ ଇଣ୍ଟରେନେଟ୍ ସେବାରେ କଟକଣାରୁ ଦୁର୍ବିସହ ହୋଇପଡ଼ିଛି ଜିଲ୍ଲାବାସୀଙ୍କ ଜୀବନ।
ଅସ୍ତ୍ରୋପଚାର ପ୍ରସବରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା ! ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ- ୧୫ ପ୍ରତିଶତରେ ସୀମିତ ରଖ । ହେଲେ ରାଜ୍ୟର ଘରୋଇ ହସ୍ପିଟାଲରେ ଏଇ ହାର ୭୦ ପ୍ରତିଶତରୁ ଅଧିକ ।
ସମ୍ବଲପୁରରେ ଆହୁରି ୪୮ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା...କର୍ଫ୍ୟୁ କଷଣ ସାଙ୍ଗକୁ ୮ ଦିନ ଧରି ଇଣ୍ଟରନେଟ୍ ସେବା ବନ୍ଦରୁ ଦୁର୍ବିସହ ଜିଲ୍ଲାବାସୀଙ୍କ ଜୀବନ । ଜରୁରୀ ଆବଶ୍ୟକତା ପାଇଁ ପଡ଼ୋଶୀ ଜିଲ୍ଲାକୁ ଧାଉଁଛନ୍ତି ଲୋକେ
ଆସନ୍ତାକାଲି ହେବାକୁ ଥିବା ରାଜ୍ୟବ୍ୟାପୀ ଅଭିଭାବକ-ଶିକ୍ଷକ ବୈଠକ ସକାଳ ସାଢେ ୬ରୁ ସାଢେ ୧୦ ମଧ୍ୟରେ ଅନୁଷ୍ଠିତ ହେବ । ଯେଉଁଠି ପିଲାଙ୍କ ଗ୍ରୀଷ୍ମ ଅବକାଶ ହୋମୱାର୍କ, ସାଇବର ସିକ୍ୟୁରିଟି ବିଷୟରେ ଅଭିଭାବକଙ୍କ ଅବଗତ କରାଯିବ ।
ଯାଜପୁର ଏସ୍ପି ଅଫିସଠାରୁ ଖଣ୍ଡରପୁରକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ପୂରା ବେହାଲ l ରାସ୍ତା ଉପରେ ତିନୋଟି ପଞ୍ଚାୟତର ଲୋକେ ନିର୍ଭର ବି କରନ୍ତି l ପ୍ରତିଦିନ ପାଖାପାଖି ୧୦ ହଜାର ଲୋକ ସେହି ରାସ୍ତା ଦେଇ ଯାଆସ ବି କରନ୍ତି । ହେଲେ ରାସ୍ତା ଅବସ୍ଥା ଏତେ ବେହାଲ ଯେ କେତେବେଳେ ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ । ଏମିତିକି ରାସ୍ତା ମରାମତି ଲାଗି ବାରମ୍ବାର ଦାବି ହେବା ପରେ ବି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ।
ସ୍କୁଲ ଘର ଅଧାପନ୍ତରିଆ ହୋଇ ପଡରହିବାର କାରଣ ଜାଣିଲେ ଆପଣ ତାଜୁବ ହୋଇଯିବେ । ସ୍କୁଲର ଅତିରିକ୍ତ କୋଠରୀ ଓ ଦୁଇଟି ଶୌଚାଳୟ ନିର୍ମାଣ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଆସିଥିଲା ୯ ଲକ୍ଷ ଟଙ୍କାର ଅନୁଦାନ l କିନ୍ତୁ ଏହି ଅଧାଗଢା କୋଠାରେ ଅଟକି ଯାଇଛି ନିର୍ମାଣ କାର୍ଯ୍ୟ।
ଜଗତସିଂହପୁରରୁ ନିଖୋଜ, ଯାଜପୁରରୁ ମୃତଦେହ ଉଦ୍ଧାର। ନିଖୋଜ CRPF ଯବାନ ସୂର୍ଯ୍ୟକାନ୍ତ କୁଆଁରଙ୍କ ଝୁଲନ୍ତା ମୃତଦେହ ଘଞ୍ଚ ଜଙ୍ଗଲ ପାହାଡ଼ ଉପରୁ ପୋଲିସ୍ ଉଦ୍ଧାର କରିଛି।
ସୁନ୍ଦରଗଡ ଜିଲ୍ଲା କୋଇଡ଼ା ବ୍ଲକ୍ର ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜ୍ଙ୍କ ବଦଳି ହୋଇଛି। ଏକାଧିକ ଘଟଣାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ।