• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଅଛି ଅଛି ହଠାତ୍‌ ନିଆଁ ଲାଗିଯାଉଛି । ଚାହୁଁଚାହୁଁ ଜଳିପୋଡ଼ି ଛାରଖାର ହୋଇଯାଉଛି ଘରଦ୍ୱାର, ଧନସଂପତ୍ତି । ହେଲେ ନିଆଁ କେମିତି ଲାଗୁଛି? କିଏ ଲଗାଉଛି ସେନେଇ କାହା ପାଖରେ କିଛି ସୂଚନା ନାହିଁ । ଆଉ ଏମିତି ଆଶ୍ଟର୍ଯ୍ୟ କଲା ପରି ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ରୋକଟ ଗାଁରେ ।

ଆପେ ଆପେ ଜଳୁଛି ନିଆଁ । ହଠାତ୍ ଜଳୁଛି ଚାଳ ଘର, ପାଳ ଗଦା ସହ ଗଛପତ୍ର । ଦେଖୁ ଦେଖୁ ଶୁଖିଲା ଚାଳରେ ନିଆଁ ବି ଲାଗି ଯାଉଛି । ଆଉ ତାପରେ କୁହୁଳିବାରେ ଲାଗୁଛି । ଦିନେ କି ଦୁଇଦିନ ନୁହେଁ ବରଂ ୩ ଦିନ ହେଲାଣି ଭୁବନେଶ୍ବର ଉପକଣ୍ଠ ରୋକଟ ଗାଁରେ ଦେଖିବାକୁ ମିଳୁଛି ଏମିତି ଅଦ୍ଭୁତ ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।

ଏମିତି ଘଟଣାକୁ ନେଇ ଗାଁଲୋକ ବି ଆଶ୍ଚର୍ଯ୍ୟ । ନିଆଁ ଲାଗୁଛି କାହିଁକି? କିଏ ଲଗାଉଛି? ନିଆଁ ମନୁଷ୍ୟକୃତ ନା ପ୍ରଚଣ୍ଡ ତାତିର ପ୍ରଭାବ ? କାହିଁକି ନିର୍ଦ୍ଧିଷ୍ଟ ଅଞ୍ଚଳରେ ଏଭଳି ନିଆଁ ଲାଗୁଛି, ତାର ଉତ୍ତର କାହା ପାଖରେ ନାହିଁ। ନିଆଁ ଲାଗିବା ପରେ ଗାଁଲୋକ ଏକାଠି ହୋଇ ନିଆଁ ଲିଭାଇ ଦେଉଛନ୍ତି ସତ ହେଲେ ପୁଣି ଜଳିଉଠୁଛି । ନିଆଁ ନଲିଭିବାରୁ ଗାଁରେ ପୂଜା ପାଠ ଆରମ୍ଭ ହୋଇଗଲାଣି । ଗ୍ରାମଦେବୀ ହିଙ୍ଗୁଳାଙ୍କ ପ୍ରକୋପରୁ ଏଭଳି ହେଉଥିବା ସନ୍ଦେହ କରି ମାଆଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଗାଁ ଲୋକେ ।

ସେପଟେ ଗାଁରେ ଡେରା ପକାଇଛି ଅଗ୍ନିଶମ ବାହିନୀର ଟିମ୍ । ନିଆଁ ଲାଗିବା କ୍ଷଣି ସାଙ୍ଗେ ସାଙ୍ଗେ ପହଁଚି ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବିଭାଗ । ହେଲେ ଲିଭାଯାଇଥିବା ସ୍ଥାନରେ ପୁଣି ନିଆଁ ଲାଗିବା ଅଗ୍ନିଶମ ଅଧିକାରୀଙ୍କୁ ବି ଦ୍ବନ୍ଦ୍ବରେ ପକାଇଛି । ଗାଁ ନୁହେଁ ବରଂ ରାଜଧାନୀ ଉପକଣ୍ଠରେ ହଠାତ୍‌ ଏମିତି ନିଆଁ ଲାଗିବା ଘଟଣାକୁ ନେଇ ସବୁଆଡ଼େ ଚର୍ଚ୍ଚା । କେମିତି ଏମିତି ଅଦ୍ଭୁତ ଘଟଣା ଘଟୁଛି ଓ ଏଥିଲାଗି କିଏ ଦାୟୀ ତାହାର ଚାଲିଛି କାରଣ ଖୋଜା...

 

  • Reported by:
  • ATULYA BOUT