• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଞ୍ଚଭୂତରେ ଲୀନ ହେଲା ସହିଦ୍ ଦେବାଶିଷ ବିଶ୍ୱାଳ (martyr Debasish Biswal) ଙ୍କ ପାର୍ଥିବ ଶରୀର । ସତ୍ୟବାଦୀର ଖଣ୍ଡାୟତ ସାହିରେ ଦେବାଶିଷଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଦେବାଶିଷଙ୍କୁ ମୁଖାଗ୍ନି ଦେଲେ ସାନଭାଇ ଦେବପ୍ରସାଦ ବିଶ୍ୱାଳ । ଗାଁ ଶ୍ମଶାନରେ ସହିଦ ଦେବାଶିଷଙ୍କ ଶେଷକୃତ୍ୟ କରାଯାଇଛି । ଖଣ୍ଡାୟତ ସାହି ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ସେନାବାହିନୀ ପକ୍ଷରୁ ସହିଦଙ୍କୁ ଦିଆଯାଇଛି ତୋପ ସଲାମୀ । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଅନ୍ୟେଷ୍ଟି ସମ୍ପନ୍ନ ହୋଇଛି । ବୀରପୁତ୍ରଙ୍କୁ ହରାଇ କୋହରେ ଭିଜିଛି ସତ୍ୟବାଦୀ ଖଣ୍ଡସାହି ଗାଁ । ଯବାନ ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଲୋକାରଣ୍ୟ ପାଲଟିଥିଲା ଜନ୍ମମାଟି ।

ଶବାଧାରରେ ସାମିଲ ହୋଇଥିଲେ ହଜାର ହଜାର ସଂଖ୍ୟାରେ ଜନତା । ଦେବାଶିଷଙ୍କ ପରଲୋକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବିରାଟ ପଟୁଆରରେ ଆସି ମରଶରୀର ପହଞ୍ଚିଥିଲା ଅଳଗୁମ ସାହିରେ । ଲୋକେ ଯାଇ ମର ଶରୀରକୁ ଶେଷ ଦର୍ଶନ କରିଥିଲେ । ଦେବାଶିଷ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସାରା ପରିବେଶ । ....

ସୂଚନାଯୋଗ୍ୟ, ଜାମ୍ମୁ ଓ କାଶ୍ମୀର ପୁଞ୍ଛରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଯବାନ ସହିଦ୍ ହୋଇଥିଲେ । ପଞ୍ଜାବର ୪ ସହିଦ କୁଲୱନ୍ତ ସିଂ, ହରକିଷନ ସିଂ, ସେବକ ସିଂ ଓ ମନଦୀପ ସିଂ ଓ ପୁରୀ ଜିଲ୍ଲା ସତ୍ୟବାଦୀର ବୀର ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳ ଦେଶ ପାଇଁ ଜୀବନ ଦେଇଥିଲେ । ପଞ୍ଜାବର ୪ ସହିଦ ପରିବାରକୁ ରାଜ୍ୟ ସରକାର ୧ କୋଟି ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ଓଡ଼ିଶା ସରକାର ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

  • Reported by:
  • MADHUSUDAN MISHRA