Advertisment

ଭାରତୀୟ ପୁରୁଷ ମୋବାଇଲ୍‌ରେ ଅଧିକ କ’ଣ ଦେଖନ୍ତି ? ମହିଳାଙ୍କ ପସନ୍ଦ ନେଇ କ’ଣ କହୁଛି ରିସର୍ଚ୍ଚ...

ମୋବାଇଲ୍‌ ବ୍ୟବହାରକୁ ନେଇ ପୁରୁଷ ଓ ମହିଳାଙ୍କ ପସନ୍ଦର ଖୁଲାସା ହୋଇଛି। ଏହି ରିସର୍ଚ୍ଚରେ ପାଖାପାଖି ୮.୫ କୋଟି ପୁରୁଷ ଓ ମହିଳାଙ୍କ ଦ୍ୱାରା ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ ବ୍ୟବହାର ନେଇ ଖୁଲାସା କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Indian Men Love Gaming Apps Reveals In A Report

Indian men love gaming apps reveals in a report

ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ଉପରେ କନଭର୍ସେସନ୍‌ ମିଡିଆ ପ୍ଲାଟ୍‌ଫର୍ମ ବବଲ୍‌ ଏଆଇ(Bobble AI) ଏକ ନୂଆ ରିସର୍ଚ୍ଚ କରିଛି। ଯେଉଁଥିରେ ମୋବାଇଲ୍‌ ବ୍ୟବହାରକୁ ନେଇ ପୁରୁଷ ଓ ମହିଳାଙ୍କ ପସନ୍ଦର ଖୁଲାସା ହୋଇଛି। ଏହି ରିସର୍ଚ୍ଚରେ ପାଖାପାଖି ୮.୫ କୋଟି ପୁରୁଷ ଓ ମହିଳାଙ୍କ ଦ୍ୱାରା ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ ବ୍ୟବହାର ନେଇ ଖୁଲାସା କରାଯାଇଛି। ରିପୋର୍ଟ ଅନୁସାରେ, ଅଧିକାଂଶ ଭାରତୀୟ ପୁରୁଷ ଗେମିଂ ଆପ୍ଲିକେସନ୍‌ ବ୍ୟବହାର କରିବା ପାଇଁ ପସନ୍ଦ କରୁଥିବା ବେଳେ ମହିଳାମାନେ ଫୁଡ୍‌ ଓ ମେସେଜିଂ ଆପ୍ଲିକେସନ୍‌କୁ ପସନ୍ଦ କରୁଛନ୍ତି।

Advertisment

ବବଲ୍‌ ଏଆଇର ରିପୋର୍ଟ ଅନୁସାରେ, ଗତବର୍ଷ ଭାରତୀୟଙ୍କ ସ୍ମାର୍ଟଫୋନ୍‌ ବ୍ୟବହାର ସମୟରେ ୫୦% ବୃଦ୍ଧି ପାଇଛି। ଯଦିଓ ସ୍ମାର୍ଟଫୋନ୍‌ ବ୍ୟବହାରରେ ମହିଳାଙ୍କ ସଂଖ୍ୟା ଲଗାତାର ଭାବେ ବଢ଼ୁଛି ହେଲେ ଭାରତରେ କେବଳ ୧୧.୩% ମହିଳା ପେମେଣ୍ଟ ଆପ୍‌ ବ୍ୟବହାର କରୁଥିବା ରିସର୍ଚ୍ଚରୁ ଜଣାପଡ଼ିଛି।

ପୁରୁଷଙ୍କ ପସନ୍ଦ ଏହି ଆପ୍‌...

ରିସର୍ଚ୍ଚରେ କୁହାଯାଇଛି ଯେ, ଭାରତୀୟ ପୁରୁଷ ନିଜ ସ୍ମାର୍ଟଫୋନ୍‌ରେ ଅଧିକ ଗେମିଂ ଆପ୍‌ର ବ୍ୟବହାର କରିଥାନ୍ତି। ହେଲେ ଏହାର ଠିକ୍‌ ଓଲଟା ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଗେମିଂ ଆପ୍‌ ପ୍ରତି ମହିଳାଙ୍କ ଆଗ୍ରହ ବହୁତ କମ୍‌ ଥିବା ଜଣାପଡ଼ିଛି। ରିସର୍ଚ୍ଚରେ ଖୁଲାସା ହୋଇଛି, କେବଳ ୬.୧% ମହିଳା ଗେମିଂ ଆପ୍ଲିକେସନ୍‌ର ବ୍ୟବହାର କରୁଛନ୍ତି।

Advertisment

ଏହିସବୁ ଜିନିଷକୁ ପସନ୍ଦ କରନ୍ତି ମହିଳା...

ଯଦିଓ ଗେମିଂ ଆପ୍‌ ପ୍ରତି ମହିଳାଙ୍କ ଆଗ୍ରହ କମ୍‌ ରହିଛି କିନ୍ତୁ ସୋସିଆଲ୍‌ ଓ ମେସେଜିଂ ଆପ୍‌ ବ୍ୟବହାର କରିବାର ସେମାନଙ୍କର ସଂଖ୍ୟା ତୁଳନାତ୍ମକ ଭାବେ ଅଧିକ। ରିସର୍ଚ୍ଚ ଅନୁସାରେ, ଭିଡିଓ ଆପ୍ଲିକେସନ୍‌ ବ୍ୟବହାର କରିବାରେ ମହିଳାଙ୍କ ସଂଖ୍ୟା ୨୧.୭% ଓ ଫୁଡ୍‌ ଆପ୍ଲିକେସନ୍‌ ବ୍ୟବହାର କରିବାରେ ୨୩.୫%। 

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ପେମେଣ୍ଟ ଆପ୍‌ ବ୍ୟବହାର କରିବାରେ ମହିଳାଙ୍କ ସଂଖ୍ୟା କେବଳ ୧୧.୩%। ଅର୍ଥାତ୍‌ ବହୁତ କମ୍‌ ସଂଖ୍ୟକ ମହିଳା ପେମେଣ୍ଟ ଆପ୍‌ ବ୍ୟବହାର କରୁଥିବା ରିସର୍ଚ୍ଚରୁ ଜଣାପଡ଼ିଛି। ସେହିପରି ମହିଳାମାନେ ୬.୧% ଗେମ୍‌ ଆପ୍‌ ବ୍ୟବହାର କରୁଛନ୍ତି। ଏହି ରିସର୍ଚ୍ଚ ମୋବାଇଲ୍‌ ମାର୍କେଟ୍‌ ଇଣ୍ଟେଲିଜେନ୍ସ ଡିଭିଜନ ଦ୍ୱାରା ଗୋପନୀୟତା ନିୟମକୁ ପାଳନ କରି ୮.୫ କୋଟି ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ ୟୁଜର୍ସଙ୍କୁ ନେଇ କରାଯାଇଥିଲା। ବବଲ୍‌ ଏଆଇ ପକ୍ଷରୁ ରିସର୍ଚ୍ଚ କରାଯାଇଥିଲା। 

Advertisment
Advertisment