Advertisment

ସମ୍ବଲପୁରରେ ବଢ଼ିଲା କର୍ଫ୍ୟୁ କୋହଳ ସମୟ, ଏକତ୍ରିତ ହେବାକୁ କଟକଣା ଜାରି...

ସମ୍ବଲପୁର ଜିଲ୍ଲା ପ୍ରଶାସନ କର୍ଫ୍ୟୁ କୋହଳ ସମୟକୁ ବଢ଼ାଇଛି। ଆଜିଠୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sambalpur Curfew News

Curfew time relaxed in Sambalpur

ସମ୍ବଲପୁରରେ ବଢ଼ିଲା କର୍ଫ୍ୟୁ କୋହଳ ସମୟ। ସମ୍ବଲପୁର ଜିଲ୍ଲା ପ୍ରଶାସନ କର୍ଫ୍ୟୁ କୋହଳ ସମୟକୁ ବଢ଼ାଇଛି। ଆଜିଠୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯିବ। ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ କର୍ଫ୍ୟୁ କୋହଳ କରାଯାଉଥିଲା।

Advertisment

ତେବେ ଏହି ସମୟ ମଧ୍ୟରେ କୌଣସି ସ୍ଥାନରେ ଲୋକମାନେ ଏକାଠି ହୋଇପାରିବେ ନାହିଁ। ଧାର୍ମିକ ସ୍ଥଳରେ ମଧ୍ୟ ଏକତ୍ରିତ ହେବାକୁ କଟକଣା ଜାରି ହୋଇଛି। ଯଦି ଲୋକେ କୌଣସି ସ୍ଥାନରେ ଏକାଠି ହୁଅନ୍ତି, ତେବେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ। ଯେଉଁମାନେ ଏକତ୍ରିତ ହେବାକୁ ଅନୁମତି ପାଇଛନ୍ତି, ସେମାନେ ସୁନିୟନ୍ତ୍ରିତ ଟ୍ରାଫିକ ପରିଚାଳନାକୁ ନିଶ୍ଚିତ କରିବେ ବୋଲି ସମ୍ବଲପୁରୁ ଉପଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସୂଚନାଥାଉ କି, ହନୁମାନ ଜୟନ୍ତୀ ବାଇକ୍ ଶୋଭାଯାତ୍ରା  ସମୟରେ ଟେକାପଥର ମାଡ଼ ଘଟଣା ଏବଂ ୧୪ ତାରିଖ ଦୋକାନ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ୮୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଛି। ଆଉ କିଛି ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଚାଲିଛି। 

Advertisment
Advertisment
Advertisment