Advertisment

ଆସନ୍ତାକାଲିଠୁ ସମ୍ବଲପୁରରେ ଆହୁରି କୋହଳ ହେବ କର୍ଫ୍ୟୁ

ଧାର୍ମିକ ସ୍ଥଳରେ ମଧ୍ୟ ଏକତ୍ରିତ ହେବାକୁ କଟକଣା ଜାରି ହୋଇଛି । ଯଦି ଲୋକେ କୌଣସି ସ୍ଥାନରେ ଏକାଠି ହୁଅନ୍ତି, ତେବେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Sambalpur Violence

sambalpur violence

ସମ୍ବଲପୁରରେ କର୍ଫ୍ୟୁ ସମୟ ଆହୁରି କୋହଳ କରାଯାଇଛି । ଆସନ୍ତାକାଲିଠୁ କର୍ଫ୍ୟୁ କୋହଳ ସମୟକୁ ବଢାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଆସନ୍ତାକାଲିଠୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ କରାଯିବ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ କର୍ଫ୍ୟୁ କୋହଳ କରାଯାଉଥିଲା ।

Advertisment

ଏହି ସମୟ ମଧ୍ୟରେ କୌଣସି ସ୍ଥାନରେ ଲୋକମାନେ ଏକାଠି ହୋଇପାରିବେ ନାହିଁ । ଧାର୍ମିକ ସ୍ଥଳରେ ମଧ୍ୟ ଏକତ୍ରିତ ହେବାକୁ କଟକଣା ଜାରି ହୋଇଛି । ଯଦି ଲୋକେ କୌଣସି ସ୍ଥାନରେ ଏକାଠି ହୁଅନ୍ତି, ତେବେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ: ସମ୍ବଲପୁରରେ ଇଣ୍ଟରନେଟ୍ କଟକଣା, ଅନଲାଇନ୍ ଆସିପାରୁନଥିବାରୁ ଦୁର୍ବିସହ ଜିଲ୍ଲାବାସୀଙ୍କ ଜୀବନ

Advertisment

ଯେଉଁମାନେ ଏକତ୍ରିତ ହେବାକୁ ଅନୁମତି ପାଇଛନ୍ତି, ସେମାନେ ସୁନିୟନ୍ତ୍ରିତ ଟ୍ରାଫିକ ପରିଚାଳନାକୁ ନିଶ୍ଚିତ କରିବେ ବୋଲି ସମ୍ବଲପୁରୁ ଉପଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

Curfew
Advertisment
Advertisment