• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜା ପାଉଛନ୍ତି ପଥରରେ ନିର୍ମିତ ରହସ୍ୟମୟ ଜଗନ୍ନାଥ । ଶ୍ରୀମନ୍ଦିର ବରିଷ୍ଠ ସେବକ ତଥା ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ଠାରୁ ଏହି ଜଗନ୍ନାଥ ମନ୍ଦିର ସମ୍ପର୍କରେ ଖବର ପାଇ ସେଠାକୁ ଯାଇଥିଲେ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ।

ସେଠାରୁ ଫେରି ଉଭୟ ଏକ ପ୍ରେସମିଟ୍ କରିଥିଲେ । ଏଥିରେ ସବ୍ୟସାଚୀ ଓ ଅର୍ଚ୍ଚିତା ସୂଚନା ଦେଇଥିଲେ ଯେ, ଏହି ମନ୍ଦିର ଅତ୍ୟନ୍ତ ଭବ୍ୟ ଓ ସୁନ୍ଦର । ଆଖପାଖ ୫ଟି ଗାଁର ଲୋକେ ତାଙ୍କୁ ସ୍ୱାଗତ କରିଥିଲେ । ପରେ ସେମାନେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସପ୍ତାହରେ ୩ ଦିନ ମନ୍ଦିରରେ ଜଗନ୍ନାଥଙ୍କୁ ପୂଜା କରାଯାଉଛି । ଦ୍ୱାଦଶ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିରର ବିକାଶ ପାଇଁ ସବ୍ୟସାଚୀ ନିବେଦନ କରିଛନ୍ତି ।

ଆଗାମୀ ୬ ମାସ ପର୍ଯ୍ୟନ୍ତ ସବ୍ୟସାଚୀ ଏହି ମନ୍ଦିରର ପୂଜାର୍ଚ୍ଚନା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ଉତ୍ତରକାଶିର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ରହିଥିବା ଏହି ସ୍ଥାନକୁ ଅଧିକରୁ ଅଧିକ ଭକ୍ତଙ୍କ ଆଗମନ ପାଇଁ ସବ୍ୟସାଚୀ ନିବେଦନ କରିଛନ୍ତି ।