ଗଦାଗଦା ଫଳୁଛି ସପୁରୀ । ଦେଖିଲେ ଖାଇବାକୁ ଇଚ୍ଛା ହେବ । ପାହାଡ ଉପରେ ଏତେ ମାତ୍ରାରେ ସପୁରୀ ଫଳିବା ପରେ କାନ୍ଧରେ ବୋହି ବୋହି ବଜାରରେ ପସରା ମେଲାଇଛନ୍ତି ପାହାଡିଆ ଅଂଚଳରେ ରହୁଥିବା ଆଦିବାସୀମାନେ । ଆଉ ସପୁରୀ ଏତେ ମାତ୍ରାରେ ସ୍ୱାଦିଷ୍ଟ ଯେ ଯିଏ ଥରେ ଖାଉଛି ସିଏ ବାରମ୍ବାର ଖାଇବାକୁ ମନ କରୁଛି । କାରଣ ଏଠାରେ କୌଣସି ରସାୟନିକ ସାର ନୁହେଁ ବରଂ ପୂରା ଜୈବିକ ପଦ୍ଧତିରେ ଫଳୁଛି ସପୁରୀ ।
Published By: Sarbeswar
Last updated: 08 July 2023, 05:07 PM IST
ମେଡିକାଲ ଅଛି ହେଲେ ଡାକ୍ତର ନାହାନ୍ତି । ଦେହ ଖରାପ ହେଲେ ରୋଗୀ ଆସୁଛନ୍ତି ସତ ହେଲେ ଫେରିକି ଯାଉଛନ୍ତି । କାରଣ ମେଡିକାଲରେ ଜଣେ ମାତ୍ର ଫାର୍ମାସିଷ୍ଟ ଓ ଜଣେ ଆୟୁଷ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀସେବା । ଜାଣି ଆଶ୍ଚର୍ଯ୍ୟ ହେବେ କି ମେଡିକାଲ ଉପରେ ପ୍ରାୟ ୪ରୁ ଊର୍ଦ୍ଧ୍ୱ ପଂଚାୟତର ଲୋକେ ନିର୍ଭର କରୁଥିବା ପରେ ବି ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଆଉ ହଇରାଣ ହେଉଛନ୍ତି ଶହଶହ ଲୋକ ।