/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688800505.jpg)
Puri Rath Jatra
ପୂର୍ବରୁ ବାରମ୍ବାର ଶ୍ରୀମନ୍ଦିର ଭିତର ପରିସରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏପରି ଘଟଣା ଅନେକ ଥର ନଜରକୁ ଆସିଥିବାବେଳେ ଶ୍ରୀମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ସୁରକ୍ଷା କର୍ମୀଙ୍କ ଦ୍ୱାୟିତ୍ୱକୁ ନେଇ ଅଙ୍ଗୁଳି ଉଠାଇଛନ୍ତି ଭକ୍ତ । ହେଲେ ବର୍ତ୍ତମାନ ଶ୍ରୀମନ୍ଦିର ଭିତରର ନୁହେଁ ବରଂ ରଥଯାତ୍ରା ବେଳର କିଛି ଫଟୋ ଓ ଭିଡିଓ ଭାଇରାଲ ହେବାର ଲାଗିଛି ।
ରଥ ଉପରେ ଅଣସେବାୟତ ଶ୍ରୀଜିଉଙ୍କୁ ଅଲିଙ୍ଗନ କରି ବିଭିନ୍ନ ପୋଜରେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣାପଡ଼ିଛି କି, ରଥଯାତ୍ରା ବେଳେ ରଥରେ ବୁଲୁଥିଲେ ଅଣ ସେବାୟତ । ମହାପ୍ରଭୁଙ୍କୁ କୁଣ୍ଠାଉଥଲେ, ରଥ ଉପରେ ରିଲସ୍ ସୁଟ୍ କରୁଥିଲେ । ଏବେ ଏଭଳି କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ରଥ ଉପରେ ମାଳମାଳ ଅଣସେବାୟତ ବେଫିକର ଭାବେ ବୁଲୁଥିଲେ । ଶ୍ରୀଅଙ୍ଗକୁ ଛୁଇଁବା ସହ ବିଗ୍ରହଙ୍କ ଅତି ନିକଟରେ ଏମାନେ ଥିଲେ । ଏହି ସମୟରେ ବିଭିନ୍ନ ପୋଜ୍ ଦେଇ ଫଟୋ ଉଠାଇ୍ ଥିଲେ । କେମିତି ଏମାନେ ବିନା ପରିଚୟପତ୍ର ଥାଇ ରଥ ଉପରକୁ ଚଢ଼ିଲେ, କେହି ସୁରକ୍ଷାକର୍ମୀ ଏମାନଙ୍କୁ କାହିଁକି ବାରଣ କଲେନି ? ଏବେ ଏହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)