• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ମେଡିକାଲ ଅଛି ହେଲେ ଡାକ୍ତର ନାହାନ୍ତି । ଦେହ ଖରାପ ହେଲେ ରୋଗୀ ଆସୁଛନ୍ତି ସତ ହେଲେ ଫେରିକି ଯାଉଛନ୍ତି । କାରଣ ମେଡିକାଲରେ ଜଣେ ମାତ୍ର ଫାର୍ମାସିଷ୍ଟ ଓ ଜଣେ ଆୟୁଷ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀସେବା । ଜାଣି ଆଶ୍ଚର୍ଯ୍ୟ ହେବେ କି ମେଡିକାଲ ଉପରେ ପ୍ରାୟ ୪ରୁ ଊର୍ଦ୍ଧ୍ୱ ପଂଚାୟତର ଲୋକେ ନିର୍ଭର କରୁଥିବା ପରେ ବି ପ୍ରଶାସନ ନିଦାବିଷ୍ଣୁ ସାଜିଛି । ଆଉ ହଇରାଣ ହେଉଛନ୍ତି ଶହଶହ ଲୋକ ।

ମୟୂରଭଞ୍ଜ କପ୍ତିପଦା ଉପଖଣ୍ଡ ନଛିପୁର ପ୍ରାଥମିକ ସ୍ଵ୍ୟସ୍ଥକେନ୍ଦ୍ର । ଏହି ସ୍ଵ୍ୟସ୍ଥକେନ୍ଦ୍ର ଉପରେ ୪ ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ବେଳେ ଡାକ୍ତର ନଥିବାରୁ ଚିକିତ୍ସା ପାଇଁ ଉଦଳା, ବାରିପଦା ମେଡିକାଲକୁ ଶହଶହ ଟଙ୍କା ଖର୍ଚ୍ଚ କରି ଯାଉଛନ୍ତି ଲୋକେ । ଯାହା ପାଖରେ ପଇସା ଅଛି ସେମାନେ ସହରୀ ମେଡିକାଲ ସିନା ଯାଉଛନ୍ତି ହେଲେ ଯାହା ପାଖରେ ଅର୍ଥ ନାହିଁ ସେମାନେ ଭଗବାନଙ୍କ ଭରସାରେ ରହୁଛନ୍ତି ।

ତେବେ ଏହି ମେଡିକାଲକୁ ବାହାରୁ ଯିଏ ଦେଖିବ ସିଏ କହିବ ସବୁ ଠିକ୍‌ଠାକ୍‌ ଅଛି ବୋଲି । ହେଲେ ଭିତରକୁ ପ୍ରବେଶ କରିବା ପରେ ଅଧାରୁ ଅଧିକାଂଶ ବିଭାଗରେ ତାଲା ଝୁଲୁଥିବା ଦେଖିବେ । ଆଦିବାସୀ ବହୁଳ ତଥା ଶିମିଳିପାଳ ପାଦଦେଶରେ ଏହି ମେଡିକାଲ ରହିଥିବା ବେଳେ ରୋଗୀସେବା ବାଧାପ୍ରାପ୍ତ ହେଉଥିବା ସ୍ଥାନୀୟ ଅଂଚଳର ଲୋକ ଅଭିଯୋଗ କରିଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କି ଜଣେ ମେଡିକାଲ ଅଫିସର ଏଇ ମେଡିକାଲରେ ନିଯୁକ୍ତି ହେବା ପରେ ମଧ୍ୟ ଥରେ ହେଲେ ବି ବାବୁଙ୍କର ଦର୍ଶନ କେହି ପାଇନଥିବା ସ୍ଥାନୀୟ ଲୋକ କହିଛନ୍ତି ।

ସ୍ୱାସ୍ଥ୍ୟବିଭାଗକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ବାରମ୍ବାର ଡିଡିମ୍ବ ପିଟୁଛନ୍ତି । ହେଲେ ବାରମ୍ବାର ସ୍ୱାସ୍ଥ୍ୟବସ୍ଥା କେମିତି ବେହାଲ ହୋଇ ପଡୁଛି ତାହାର ନଗ୍ନ ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ତେବେ ମେଡିକାଲ ସମସ୍ୟା ସମ୍ପର୍କରେ ପ୍ରଶାସନର କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ ।

 

  • Reported by:
  • Manas Pani