• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

 Heavy Rainfall
ବୁଡାଇ ଦେଲା ବର୍ଷା : ଛାରଖାର ହେଲା ଚାଷୀର ସ୍ୱପ୍ନ, ଋଣ ଟଙ୍କା ସୁଝିବ କେମିତି ?

ବର୍ଷା ଆଣିଲା ବିପତ୍ତି । ଉଜାଡିଦେଇଛି ଚାଷୀର ସୁନାର ଫସଲ । କେଉଁଠି ତଳି ପଡିଥିବା ଧାନ ବିଲରେ ପାଣି ପଶି ଫସଲ ଧୋଇ ଯାଇଛି ତ କେଉଁଠି ବେକେ ପାଣିରେ ବୁଡି ରହିଛି ପନିପରିବା ଫସଲ । ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟା ଜଳ। ଆଖି ଆଗରେ ଫସଲ ଉଜୁଡୁଥିବା ଦେଖି ଚାଷୀଙ୍କୁ ଘାରିଛି ଋଣ ସୁଝିବା ଚିନ୍ତା ।

River Baitarani
ଭୟ ବଢ଼ାଇଲା ବୈତରଣୀର ଜଳସ୍ତର: କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ଭଦ୍ରକକୁ ଭୟ

କେନ୍ଦୁଝରରୁ ଢେଙ୍କାନାଳ, ଯାଜପୁରରୁ ଭଦ୍ରକ। ୪ ଜିଲ୍ଲାକୁ ଭୟ ବଢ଼ାଇଛି ବୈତରଣୀ ନଦୀର ଜଳସ୍ତର। ଏବର୍ଷର ପ୍ରଥମ ବନ୍ୟାଜଳ ବୈତରଣୀ ଓ ବ୍ରାହ୍ମଣୀ ସମେତ ଏହାର ଶାଖାନଦୀ ସବୁ ବିଭିନ୍ନ ସ୍ଥାନରେ ବିପଦ ସଙ୍କେତ ଟପିଥିବାବେଳେ ଗାଁ ଭୂଇଁ, ମଠ ମନ୍ଦିର, ଶିକ୍ଷାନୁଷ୍ଠାନ ଏବେ ଉବୁଟୁବୁ ଅବସ୍ଥାରେ। ଆଜି ବୈତରଣୀ ଜଳସ୍ତର ଖସିଥିଲେ ବି ରାଇଜିଂ ଟ୍ରେଣ୍ଡରେ ଥିବା ବ୍ରାହ୍ମଣୀ କିନ୍ତୁ ବିପଦ ବଢ଼ାଇଛି। ସମ୍ଭାବ୍ୟ ସ୍ଥିତିକୁ ଦେଖି ରେସ୍କ୍ୟୁ ଟିମକୁ ସଜାଗ ରଖାଯାଇଛି।

Rise of water level in Baitarani River raises concern
ଭୟ ବଢ଼ାଇଲା ବୈତରଣୀର ଜଳସ୍ତର: କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ ଭଦ୍ରକକୁ ଭୟ

ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି କୋରାଇ ବ୍ଲକ ସାଳବା ଗାଁ। କେବଳ କୋରାଇ ବ୍ଲକ ନୁହେଁ, ଜିଲ୍ଲାର ଯାଜପୁର ବ୍ଲକ ସମେତ ଦଶରଥପୁର, ବିଞ୍ଝାରପୁର ବ୍ଲକ ସାଂଘାତିକ ପ୍ରଭାବିତ ହେଲାଣି ବୈତରଣୀ ନଦୀରେ ଆସିଥିବା ବର୍ଷର ପ୍ରଥମ ବନ୍ୟା ଜଳରେ। 

2 youths trapped in river get rescued by fire dept team in Dhenkanal
‘ଆମେ ପାଣି ଘେରରେ ରହିଯାଇଥିଲୁ, ରାତିରେ ସାପ ଉପରକୁ ଉଠି ଆସୁଥିଲେ’

‘ଆମେ ପାଣି ଘେରରେ ରହିଯାଇଥିଲୁ । ବ୍ରାହ୍ମଣୀ ନଦୀର ଘୁ ଘୁ ଗର୍ଜନ ସାଙ୍ଗକୁ ରାତିରେ ସାପ ଉପରକୁ ଉଠି ଆସୁଥିଲେ । ଆମେ ଡରି ଯାଇଥିଲୁ । ସକାଳୁ ଆମକୁ ଉଦ୍ଧାର କଲେ । ’

  • Thursday, 03 August 2023
flood water enters in Maa Bhattarika temple in Cuttack
ମାଆ ଭଟ୍ଟାରିକାଙ୍କ ପୀଠରେ ପଶିଲା ପାଣି

କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ପଶିଲା ପାଣି । ପ୍ରବଳ ବର୍ଷା ଯୋଗୁ ମନ୍ଦିର ବେଢ଼ା ସମେତ ଗର୍ଭଗୃହରେ ମହାନଦୀ ପାଣି ପଶିଛି । ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ସ୍ଥାନାନ୍ତର କରାଯାଇଛି ।

  • Thursday, 03 August 2023
Unit 2 Market Building
ଖୋଲିଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ, ଶୋ’ ରୁମ୍‌ ବନ୍ଦ

ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ- BMC ଆଲୋଚନା ଜାରି ରହିଛି । କ’ଣ ପାଇଁ ଶୋ’ ରୁମ୍‌ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ ।

Rise in dengue cases raises concern among locals in Angul
ଡେଙ୍ଗୁ ଯାହାକୁ ହୋଇଛି ସିଏ ତା’ କଷ୍ଟ ଜାଣିଛି...

ଏଭଳି ସ୍ଥିତି ଦେଖି ୨୦୧୧ କଥା ଭାବି ଡରିଲେଣି ସହରବାସୀ.. ପୁଣି ଲେଉଟିବ କି ଅତୀତ ? ଛନକାରେ ଅନୁଗୁଳ ବାସିନ୍ଦା...

  • Thursday, 03 August 2023
Polythene cover to hide stadium condition draws ire
ହଇରେ ନାରଣ ଏ ପାଲ ନୁହଁ ତ ବିଶ୍ୱସ୍ତରୀୟ ତାଳି...

ହଇରେ ନାରଣ ଏ ପାଲ ନୁହଁ ତ ବିଶ୍ୱସ୍ତରୀୟ ତାଳି...

  • Thursday, 03 August 2023
Singhanatha Temple
ମା’ ଭଟ୍ଟାରିକା ଓ ସିଂହନାଥ ପୀଠରେ ଲାଗିଲା ୧୪୪ ଧାରା

ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସ୍ଥିତିକୁ ନେଇ ମା’ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି ।

Brahmani river
ହଠାତ୍‌ ମାଡ଼ି ଆସିଲା ବନ୍ୟାଜଳ; ବ୍ରାହ୍ମଣୀ ନଦୀ ଭିତରେ ଫସିରହିଛନ୍ତି ୨ ଯୁବକ

ରାଧାଦେଇପୁର ପଞ୍ଚାୟତ ନୂଆପଡ଼ା ଗାଁର ୨ଜଣ ଯୁବକ ଫସିରହିଥିବା ଜଣାପଡ଼ିଛି । ଉଭୟ ଯୁବକ ନଦୀରେ ଏକ ମେଗା ପ୍ରୋଜେକ୍ଟର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ।

 OAS exam
'ବାପାଙ୍କ କଥା ମାନି OAS ପାଇଲି'

ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଠ ପଢୁଥିଲେ । ଗତ ବର୍ଷ ବାପାଙ୍କ ଦେହାନ୍ତ ହୋଇଥିଲା । ପ୍ରତିକୂଳ ପରିସ୍ଥିତିରେ ପାଠ ପଢି ବାପାଙ୍କ ଅବର୍ତ୍ତମାନରେ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଶ୍ୱେତଲିନା ସାହୁ । ତାଙ୍କ ପାଇଁ ନିଆଳି ଅଞ୍ଚଳରେ ଖେଳିଯାଇଛି ଖୁସିର ଲହରୀ ।

Migrant labourer
ଦାଦନ ଦୁଃଖର କରୁଣ ଚିତ୍ର, ସୁଦୂର ଦୁବାଇରେ କୋମାରେ ଅଛନ୍ତି ରାଜୁ

ଜନ୍ମ ମାଟି ଓ ପରିବାର ଛାଡ଼ି ଦୂର ଜାଗାକୁ ଯିବାଠାରୁ ବଳି ଦୁଃଖ ନାହିଁ। ତଥାପି ପେଟ ପୋଷିବାକୁ, ପରିବାର ଚଳାଇବାକୁ ଘରଦ୍ବାର ଛାଡ଼ି ଦେଶ ବିଦେଶକୁ ଯିବାକୁ ପଡ଼େ। ସେଠାରେ ଯଦି କିଛି ଅଘଟଣ ଘଟେ, ବଢ଼ିଯାଏ ଦୁଃଖ ।

heavy rain
ଅସୁରକ୍ଷିତ ଡ୍ରେନେଜ୍ ପାଇଁ କଲବଲ ଜୀବନ; ବର୍ଷା ଜଳ ନିଷ୍କାସନ ସମସ୍ୟାରୁ ହୀନସ୍ତା ସହରୀ ମଣିଷ

ଡ୍ରେନ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ମୁକୁଳା ଡ୍ରେନରେ ଗଳିପଡ଼ିଥିଲେ ସୁଜାତା । ଏଥର ବର୍ଷା ବିତ୍ପାତରେ ଖାଲି ଯେ ନୟାପଲ୍ଲୀରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ତା’ନୁହେଁ ।

  • Wednesday, 02 August 2023
  • Rain
heavy rain
ଅସୁରକ୍ଷିତ ଡ୍ରେନେଜ୍ ପାଇଁ କଲବଲ ଜୀବନ; ବର୍ଷା ଜଳ ନିଷ୍କାସନ ସମସ୍ୟାରୁ ହୀନସ୍ତା ସହରୀ ମଣିଷ

ଡ୍ରେନ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ମୁକୁଳା ଡ୍ରେନରେ ଗଳିପଡ଼ିଥିଲେ ସୁଜାତା । ଏଥର ବର୍ଷା ବିତ୍ପାତରେ ଖାଲି ଯେ ନୟାପଲ୍ଲୀରେ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି ତା’ନୁହେଁ ।

Satakosia
ସାତକୋଶିଆରେ ବାଘ ବଂଶ ବଢ଼ାଇବାକୁ ଜଙ୍ଗଲ ବିଭାଗର ବ୍ଲୁ ପ୍ରିଣ୍ଟ

ଏବେଠୁ ସାତକୋଶିଆରେ ବାଘଙ୍କ ଖାଦ୍ୟ ପାଇଁ ହରିଣ, ସମ୍ବର, କୁଟୁରା ଆଦି ତୃଣଭୋଜି ପ୍ରାଣୀଙ୍କ ବଂଶବୃଦ୍ଧି ଉପରେ ପଦକ୍ଷେପ ନିଆଯାଉଛି । ପ୍ରାଥମିକ ଭାବେ ଅନୁଗୁଳସ୍ଥିତ ନାଲକୋ ଚିଡ଼ିଆଖାନାରୁ ୬୦ଟି ଚିତ୍ରା ହରିଣକୁ ରାଇଗୁଡ଼ା ଅଞ୍ଚଳରେ ଛାଡ଼ିବା ବ୍ୟବସ୍ଥା ହୋଇଛି ।

Satakosia
ସାତକୋଶିଆରେ ବାଘ ବଂଶ ବଢ଼ାଇବାକୁ ଜଙ୍ଗଲ ବିଭାଗର ବ୍ଲୁ ପ୍ରିଣ୍ଟ

ଏବେଠୁ ସାତକୋଶିଆରେ ବାଘଙ୍କ ଖାଦ୍ୟ ପାଇଁ ହରିଣ, ସମ୍ବର, କୁଟୁରା ଆଦି ତୃଣଭୋଜି ପ୍ରାଣୀଙ୍କ ବଂଶବୃଦ୍ଧି ଉପରେ ପଦକ୍ଷେପ ନିଆଯାଉଛି । ପ୍ରାଥମିକ ଭାବେ ଅନୁଗୁଳସ୍ଥିତ ନାଲକୋ ଚିଡ଼ିଆଖାନାରୁ ୬୦ଟି ଚିତ୍ରା ହରିଣକୁ ରାଇଗୁଡ଼ା ଅଞ୍ଚଳରେ ଛାଡ଼ିବା ବ୍ୟବସ୍ଥା ହୋଇଛି ।

bear attack
ସହର ଭିତରେ ରାତିରେ ବୁଲୁଛି ଏଇ ଜନ୍ତୁ, ଲୋକେ ଆତଙ୍କିତ

ସହର ଭିତରେ ରାତିରେ ବୁଲୁଛି ଏଇ ଜନ୍ତୁ । ସିସିଟିଭିରେ କଏଦ୍ ହୋଇଛି ଏ ଦୃଶ୍ୟ । ଆତଙ୍କିତ ହୋଇପଡିଛନ୍ତି ଲୋକ

Heavy Rainfall
ରାଜ୍ୟରେ ବର୍ଷା ବିତ୍ପାତ : ଆଜି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ପ୍ରବଳ ବର୍ଷା ସ୍ଥିତିକୁ ଦେଖି ଆଜି ପାଇଁ ୧୧ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ମୟୂରଭଂଜ ଏବଂ ନୟାଗଡ଼ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି। ଲଗାଣ ବର୍ଷା ପାଇଁ ଜିଲ୍ଲାପାଳ ସ୍କୁଲ ଛୁଟି ନେଇ ନୋଟିସ୍ ଜାରି କରିଛନ୍ତି। ଜିଲ୍ଲାର ସମସ୍ତ ବିଡିଓଙ୍କୁ ସଜାଗ ରହିବାକୁ କୁହାଯାଇଛି।

Woman Wash Away While Bath
ଅଚାନକ ମାଡ଼ି ଆସିଲା ପାଣି; ଗାଧୋଇବା ବେଳେ ଭାସିଗଲେ ମହିଳା

ବୈତରଣୀ ନଦୀରେ ଗାଧୋଇବା ବେଳେ ଅଚାନକ ପାଣି ଆସିବାରୁ ଭାସିଗଲେ ମହିଳା ।

Maa Pataneswari Temple
ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି, ମା'ଙ୍କ ନୀତିକାନ୍ତି ବନ୍ଦ

ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା, ତଳି ଅଞ୍ଚଳରେ ପଶିଲା ପାଣି । ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି ।

Outsourcing employees
ବର୍ଷାରେ ଭିଜିଭିଜି ଆନ୍ଦୋଳନ

ବର୍ଷାରେ ଭିଜିଭିଜି ଆନ୍ଦୋଳନ । ଆନ୍ଦୋଳନକାରୀଙ୍କ ରଣହୁଙ୍କାରରେ କମ୍ପୁଛି ରାଜଧାନୀର ଗାନ୍ଧୀ ମାର୍ଗ...ଏତେ ବର୍ଷା ପରେ ବି ଆନ୍ଦୋଳନ ବନ୍ଦ କଲେନି ଆଉଟ୍‌ ସୋର୍ସିଂ କର୍ମଚାରୀ

Odisha Train Tragedy,
ବାହାନଗା ଟ୍ରାଜେଡିକୁ କାଲି ପୂରିବ ୨ ମାସ,ଏବେ ବି AIIMSରେ ପଡ଼ିଛି ୨୯ ମୃତଦେହ

ଚଳିତ ସପ୍ତାହରେ ଆସିବ ଶେଷ ପର୍ଯ୍ୟାୟ DNA ରିପୋର୍ଟ । ବଳକା ମୃତ ଶରୀର ନେଇ ସରକାର ନେବେ ନିଷ୍ପତ୍ତି ।

OCS Result 2021
ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହେଲେ ଆଦିବାସୀ ଯୁବକ ଚିନ୍ମୟ । କହିଲେ, ବିଫଳତା ହିଁ ସଫଳତାର ପାହାଚ

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ 188 ନମ୍ୱର ରାଙ୍କ ପାଇ ସଫଳତା ହାସଲ କରିଛନ୍ତି ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତୁନିପାର ଗାଁର ଚିନ୍ମୟ କୁମାର ସାହୁ । କହିଲେ, ବିଫଳତା ହିଁ ସଫଳତାର ପାହାଚ

  • Tuesday, 01 August 2023
  • OCS
mid-day meals
ଏ ଖାଇବା କିଏ ଖାଇବ? ଭାତରେ ପୋକ, ଡାଲିରେ ହଳଦୀ..ଅଣ୍ଡା ତରକାରୀ କଥା ପଚାରେ କିଏ?

ମଧ୍ୟାହ୍ନ ଭୋଜନ ଖାଇଲେ ପିଲାଙ୍କ ସ୍ୱାସ୍ଥ୍ୟ ବଢିବ ନା ମେଡିକାଲ ଯିବାକୁ ପଡ଼ିବ ? କୁନି କୁନି ପିଲାଙ୍କୁ ଦିଆଯାଉଥିବା ଭାତରେ ସାଲୁବାଲୁ ହେଉଛନ୍ତି ପୋକ, ଡାଲିରେ ଖାଲି ହଳଦୀ । ଆଉ ଅଣ୍ଡା ତରକାରୀ କଥା ପଚାରେ କିଏ?

Elephant attack
ନିମ୍ନମାନର କାମ ଲାଗି ଭୁଶୁଡ଼ିଗଲା ଛାତ, ସରପଂଚ କହୁଛନ୍ତି ରାତିରେ ଭାଙ୍ଗିଦେଲା ହାତୀ

ଛାତ ପଡିବାର ୨ ମାସ ପରେ ଭୁଶୁଡ଼ି ପଡ଼ିଲା । ଲୋକେ କହୁଛନ୍ତି ଅତି ନିମ୍ନମାନର କାମ ହୋଇଛି । ହେଲେ ସରପଂଚ ମାନିବାକୁ ନାରାଜ । କହୁଛନ୍ତି, ଅଧ ରାତିରେ ହାତୀ ଆସିଲା, ଛାତ ଭାଙ୍ଗି ପଳେଇଗଲା