/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691122130.jpg)
Bhadrak Flood
ଧୀରେ ଧୀରେ ବିଗୁଡ଼ୁଛି ଭଦ୍ରକ ସ୍ଥିତି । ବନ୍ୟାଜଳରେ ଭଦ୍ରକର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ବର୍ତ୍ତମାନ ଅସୁରାଳ ବଜାର ଉପରେ ୩ ଫୁଟ୍ର ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ ପ୍ରବାହିତ ହେତୁ ଆଖଣ୍ଡଳମଣିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ସେପଟେ ଏବେ ମଧ୍ୟ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ଥିବାବେଳେ ସକାଳ ୭ଟା ସୁଦ୍ଧା ୧୮.୩୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । NDRF ଟିମ ଧାମନଗର ଫଳପୁରରୁ ୮ ଜଣଙ୍କୁ ଉଦ୍ଧାର କରିଛି । ଅନେକ ପଞ୍ଚାୟତ ଏବେ ମଧ୍ୟ ଜଳବନ୍ଦୀ ।
ଅଧିକ ପଢ଼ନ୍ତୁ: ଯୁଆଡ଼େ ଦେଖିବ ଖାଲି ପାଣି ! ନୟାଗଡ଼-ବୌଦ୍ଧ-ସୋନପୁରରେ ବୁଡ଼ିଲାଣି ଗାଁ
ସାଳନ୍ଦୀରେ ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି । ଭଦ୍ରକ ଆରଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଉପର ମୁଣ୍ଡରୁ ଜଳସ୍ଥର କମ ହେଉଥିବାବେଳେ ଉପରସ୍ଥରରେ ବନ୍ୟାଜଳ ପ୍ରବେଶ କରୁଛି ।
ଧୁଷୁରୀ , ଅସୁରାଳି , କଶିମପୁର , ହାସନାବାଦ, ପଙ୍ଗଟା , ଫଳପୁର , ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି । NDRF, ଓଡ୍ରାଫ ଓ ଅଗ୍ନିସମ୍ବହିନୀ ବିଭିନ୍ନ ସ୍ଥାନରେ ମୃତୟନ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)