/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691038481.jpg)
Singhanatha Temple
କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ମହାନଦୀର ବନ୍ୟାଜଳ ପ୍ରଭାହିତ ହେଉଛି । ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି । ମନ୍ଦିର ବେଢ଼ା ସମେତ ଗର୍ଭଗୃହ ଭିତରେ ମହାନଦୀ ପାଣି ପଶିଛି । ଫଳରେ ମନ୍ଦିର ଭିତରେ ପ୍ରାୟ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।
ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସ୍ଥିତିକୁ ନେଇ ମା’ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ତହସିଲଦାର । ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି ।
ବନ୍ୟା ଆଶ୍ରୟସ୍ଥଳିରେ ମାଆଙ୍କର ପୂଜାନୀତିରେ ଯେପରି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେପଟେ ସିଂହନାଥ ପୀଠରେ ମଧ୍ୟ କଟକଣା ଜାରି କରାଯାଇଛି । ଭଟ୍ଟାରିକା ଓ ସିଂହନାଥଙ୍କ ପୀଠରେ ୧୪୪ ଧାରା ଲାଗୁ କରିଛି ପ୍ରଶାସନ । ସମ୍ଭାବ୍ୟ ସ୍ଥିତିକୁ ଦେଖି ୧୪୪ ଜାରି କରିଛନ୍ତି ବଡ଼ମ୍ବା ତହସିଲଦାର ।
ଗତ ଦୁଇଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ମା’ଙ୍କ ମନ୍ଦିର ଛୁଇଁଥିଲା ମହାନଦୀର ବନ୍ୟାଜଳ । ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଥିଲା । ପୂର୍ବରୁ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିବାର ସମ୍ଭାବନା ଥିବାରୁ ମାଙ୍କ ସେବାୟତ ସମେତ ଦେବୋତ୍ତର ବିଭାଗ ସଜାଗ ରହିଥିଲେ ।
ଗତକାଲି ମନ୍ଦିରରେ ପାଣି ପଶିବାରୁ ମା’ଙ୍କ ବିଗ୍ରହକୁ ସ୍ଥାନାନ୍ତର କରାଯାଇଛି । ରତ୍ନଗିରି ପାହାଡ଼ସ୍ଥିତ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ହୋଇଛନ୍ତି ମା’ଙ୍କ ବିଗ୍ରହ । ଧୀରେ ଧୀରେ ବନ୍ୟା ପାଣି ବଢ଼ିବାରୁ ଏପରି ନିଷ୍କତ୍ତି ନିଆଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)