ତିସ୍ତା ବନ୍ୟାର କରାଳ ରୂପ ସିକିମବାସୀଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି । ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ବର୍ଷା ଆଣିଲା ବିପତ୍ତି । ଉଜାଡିଦେଇଛି ଚାଷୀର ସୁନାର ଫସଲ । କେଉଁଠି ତଳି ପଡିଥିବା ଧାନ ବିଲରେ ପାଣି ପଶି ଫସଲ ଧୋଇ ଯାଇଛି ତ କେଉଁଠି ବେକେ ପାଣିରେ ବୁଡି ରହିଛି ପନିପରିବା ଫସଲ । ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟା ଜଳ। ଆଖି ଆଗରେ ଫସଲ ଉଜୁଡୁଥିବା ଦେଖି ଚାଷୀଙ୍କୁ ଘାରିଛି ଋଣ ସୁଝିବା ଚିନ୍ତା ।
ରୁଆ ଧାନ ବିଲରେ ଲହଡି ଭାଙ୍ଗୁଛି ବନ୍ୟା ଜଳ..ବେକେ ପାଣିରେ ବୁଡି ରହିଛି ପରିବା ଫସଲ ।