ଗାଁ ହେଉ କି ସହର ସବୁଠି ଛତୁ ଫୁଟିଲା ଭଳି ଖାଦ୍ୟ ସାମଗ୍ରୀ ଦୋକାନ । ହେଲେ ଏସବୁ ସ୍ଥାନରେ ମିଳୁଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟକର? ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ ପାଇଁ ସରକାର ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । କିନ୍ତୁ ଉଦବେଗର ବିଷୟ ହେଲା ସେଥିରୁ ୪୩ଟି ପଦବି ଏବେ ଫାଙ୍କା ପଡ଼ିଛି । ଫଳରେ ଅନେକ ସ୍ଥାନରେ ମାସ ମାସ ଧରି ଖୋଲାମେଲାରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ମାନ ଯାଞ୍ଚ ହୋଇପାରୁନାହିଁ ।
Published By: Sarbeswar
Last updated: 03 August 2023, 10:25 PM IST
ଖୋଲିଲା ରାଜଧାନୀର ମାର୍କେଟ ବିଲ୍ଡିଂ । ବିଏମସିର ଲିଖିତ ପ୍ରତିଶ୍ରୁତି ପରେ ୧୯ ଦିନ ପରେ ପୁଣି ଚଳଚଂଚଳ ହୋଇ ଉଠିଛି ୟୁନିଟ-୨ ମାର୍କେଟ ବିଲ୍ଡିଂ । ଆଜି ସକାଳୁ ପ୍ରଥମେ ଛୋଟ ରେଡିମେଡ୍ ଦୋକାନ ଖୋଲିଥିବା ବେଳେ ସନ୍ଧ୍ୟାରେ ସୋରୁମ୍ ମଧ୍ୟ ଖୋଲିଛି । ନିଷ୍ପତ୍ତି ଅନୁସାରେ ଏଣିକି ମାର୍କେଟ୍ ବିଲ୍ଡିଂ ପରିସରରେ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ । ମୋଟ୍ ୧୨ଟି ପଏଣ୍ଟରେ ସ୍ଥାୟୀ ବ୍ୟବସାୟୀ ଓ BMC ମଧ୍ୟରେ ଏକ ଚୁକ୍ତି ହୋଇଛି । ସେପଟେ କିନ୍ତୁ ମାର୍କେଟ୍ ବିଲ୍ଡିଂ ପରିସରରେ ବସିବା ଜିଦ୍ରେ ଅଟଳ ରହିଛନ୍ତି ଉଠା ଦୋକାନୀ ।