ଏମିତି ବନ୍ଧୁ କେବେ ଦେଖିନଥିବେ ! ଏକା ସାଙ୍ଗରେ ମଣିଷ-ମାଙ୍କଡ଼-କୁକୁର-ଚଢେଇ ବାହାରୁଛନ୍ତି ବୁଲି । ପୁଣି କୁକୁରଠାରୁ କ୍ଷୀର ପିଉଛି ମାଙ୍କଡ଼ । କେହି କାହାକୁ କାମୁଡୁନାହାନ୍ତି କି ଆକ୍ରମଣ କରୁନାହାନ୍ତି । ନିଜେ ନଖାଇ ଏମାନଙ୍କ ମୁହଁରେ ଦାନା ଦେଉଛନ୍ତି ପୀତବାସ
ମୁହଁ ଖୋଲିଲେ ଦଣ୍ଡ ! ଦିବ୍ୟାଙ୍ଗଙ୍କ ଦୋକାନ ମୁହଁରେ ଜମୁଛି ଆଣ୍ଠୁଏ ପାଣି । ବନ୍ୟା ପାଣି ଯେଉଁ ନାଳରେ ଯିବା କଥା ତାକୁ ବନ୍ଦ କରିଦେଲେ, ପ୍ରଶାସନ ପାଖରେ ଗୁହାରି କରିବା ପରେ ବି ଦିନ ଗଡୁଛି ହେଲେ ସମସ୍ୟାର ସମାଧାନ ହେଉନି
କି କଷ୍ଟ ! ସ୍ୱାମୀ ନାହାନ୍ତି...ବୟସ ବି ଢେର ଅଧିକ ହେଲାଣି । ସହାୟତା ପାଇଁ ଗୁହାରୀ କରିଥିଲେ ହେଲେ ଘର ମିଳିଲା କିନ୍ତୁ ଭତ୍ତା ମିଳିଲାନି । ଘର ତିଆରି ଚାଲିଛି ଯେ ସରିବାର ନା ଧରୁନି । ବୁଢୀ ଶାଶୂ ଓ ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ପର ବିଲରେ ମଜୁରୀ ଖଟୁଛି ବୋହୂ ।
ସମ୍ପର୍କରେ ଏମାନେ ସ୍ୱାମୀ-ସ୍ତ୍ରୀ...୧୦ ବର୍ଷ ହେଲାଣି ରୋଗରେ ପଡିଛି ସ୍ୱାମୀ । ଖରାପ ପରିସ୍ଥିତିରେ ବି ହାର ମାନିନି ସ୍ତ୍ରୀ । ୭ ଜନ୍ମର ସାଥୀ ହେବାକୁ ଯେଉଁ ଶପଥ କରିଥିଲା ଆଜି ବି ତା’କୁ ପାଳନ କରୁଛି । ମଜୁରୀ ଖଟି ଆସିବା ପରେ ସ୍ତ୍ରୀର ମୁହଁକୁ ପୋଛି ଦେଉଛି ସ୍ୱାମୀ । ଆଉ କହୁଛନ୍ତି, ବଞ୍ଚିଥିବା ପର୍ଯ୍ୟନ୍ତ ସାଥୀ ହୋଇ ରହିବୁ
ଚକାଚକ୍ ସ୍କୁଲକୁ ହାଇଫାଇ କ୍ଲାସରୁମ୍। ନୂଆ ବେଞ୍ଚଡେସ୍କ ସାଙ୍ଗକୁ କାନ୍ଥରେ ଲାଗିଛି ସ୍ମାର୍ଟବୋର୍ଡ। କେଉଁଟି ଫାଇଭ୍-ଟି ସ୍କୁଲ ଭାବେ ରୂପାନ୍ତରିତ ହୋଇଛି, ତ ଆଉ କେଉଁଟି ଆଦିବାସୀ ବିଦ୍ୟାଳୟ ଭାବେ। ହେଲେ ବାହାରୁ ଦେଖି ଜମାରୁ ଭଳି ଯାଆନ୍ତୁ ନାହିଁ । ଏସବୁ ତୁଚ୍ଛା ମଲାଟ ମାତ୍ର ।
ଖୋର୍ଦ୍ଧାରେ ଚିହ୍ନଟ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୯୦ ପ୍ରତିଶତ କେବଳ ଭୁବନେଶ୍ୱର ମହାନଗର ନିଗମରୁ ଚିହ୍ନଟ ହୋଇଛନ୍ତି।
ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଜଣାଇବୁ । ଯାହାଦ୍ୱାରା ଆପଣ ଖୁବ୍ ସହଜରେ ମୂଷାଙ୍କୁ ଘରୁ ତଡ଼ିଦେଇପାରିବେ ।
ବନ୍ୟା ଖବର ସଂଗ୍ରହ ବେଳେ ହଠାତ୍ ପାଣିରେ ଭାସି ଆସିଲା ନାଗ ସାପ। ହୁଏତ ଏହି ସମୟରେ ସାପକୁ ଦେଖିପାରି ନଥିଲେ, ସାପ ଯେ କାମୁଡ଼ି ଦେଇ ନଥାନ୍ତା ଏଥିରେ ସନ୍ଦେହ ନାହିଁ।
ତୁରନ୍ତ ରତ୍ନଭଣ୍ଡାର ଖୋଲି ଏହାର ସ୍ଥିତି ଯାଞ୍ଚ ସହ ଆବଶ୍ୟକସ୍ଥଳେ ମରାମତି ପାଇଁ ମ୍ୟାନେଜିଂ କମିଟିକୁ ଚିଠି ଲେଖିଥିଲା ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ବା ASI । ଯାହାକୁ ଗୁରୁତ୍ବ ଦେଇ ୨୦୨୪ ରଥଯାତ୍ରାବେଳେ ରତ୍ନଭଣ୍ଡାର ଖୋଲିବାକୁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବାଜିଛି ମୋହର।
ବର୍ଷକୁ ବର୍ଷ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଉଛି ସହରୀ ବନ୍ୟା। ହେଲେ କାହିଁକି ? କଣ ପାଇଁ ଏ ସମସ୍ୟା ? କଣ ଏହାର ସମାଧାନ ? ବିଶେଷଜ୍ଞଙ୍କ ମତରେ ରାଜ୍ଧାନୀର ସ୍ବରେଜ ବ୍ୟବସ୍ଥାକୁ ସମ୍ଭାଳୁଥିବା ୧୦ ଟି ପ୍ରାକୃତିକ ନାଳ ଏବେ ଅବହେଳିତ। ପ୍ରାକୃତିକ ନାଳର ଅବକ୍ଷୟ ପାଇଁ ଏ ଦୁର୍ଦ୍ଦଶା।
ଜୀବନ ବଦଳାଇ ଦେଲା ଜେଲ୍ । ଗିରଫ ହୋଇ ଝାରପଡା ଜେଲ୍ରେ ରହିଲେ...ଏବେ RJ ତୁଷାର କହିଲେ ସମସ୍ତେ ଜାଣୁଛନ୍ତି...ଆଙ୍କରିଂଙ୍କୁ ଭୂରିଭୂରି ପ୍ରଶଂସା କରୁଛନ୍ତି।
ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବନକଲାଗି କରାଯିବ ।
ଆଖି ଯେତେ ଯାଏଁ ପାଇବ, ସେତେ ଯାଏଁ କେବଳ ପାଣି ହିଁ ପାଣି...କାହା ଘରେ ପାଣି ପଶିଲାଣି ତ କାହା ବେଡ୍ରୁମ୍ରେ । ଏମିତି ସ୍ଥିତିରେ ଛେଳିକୁ ନେଇ ଧାଇଁଲେ ଯୁବତୀ।
ନାରଣ ସେଇଟା କଣ ଆମେରିକାରେ କି ? ଆହାର କେନ୍ଦ୍ର କେବଳ ଓଡ଼ିଶାରେ, ତୁ କାହିଁ ଆମେରିକାରେ ତାକୁ ମନେ ପକାଉଛୁ କିରେ ? ନାରଣ..ଗନ୍ଧିଆ ପାଣି ଯେଉଁଠି, ଆହାର କେନ୍ଦ୍ର ସେଇଠି...
ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ । ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା । ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନ ଥିବାରୁ ରିଟ୍ ପିଟିସନ୍ ହୋଇଥିଲା ।
ସରକାରୀ ସ୍କୁଲ ହେଲେ ଶୁକ୍ରବାର ଛୁଟି, ରବିବାର ଖୋଲା ରହୁଛି । ପିଲାମାନେ ପାଠ ପଢୁଛନ୍ତି କିନ୍ତୁ ଅଭିଭାବକ ଅସନ୍ତୋଷ ଝାଡୁଛନ୍ତି ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ! ଇଏ ଏମିତି ଏକ ନଦୀ ଯେଉଁଠି କେହି ବି ହଳଦୀ ଲଗାଇ ଗାଧାନ୍ତି ନାହିଁ କି ଲାଲ୍ ବସ୍ତ୍ର ପିନ୍ଧି ନଈରେ ପଶନ୍ତି ନାହିଁ । ଯଦି ପୂର୍ବପୁରୁଷଙ୍କର ଏହି ପରମ୍ପରାକୁ କେହି ନମାନନ୍ତି କୁମ୍ଭୀର ତାଙ୍କୁ ଆକ୍ରମଣ କରେ, ଗାଁରେ ଝାଡାବାନ୍ତି ବ୍ୟାପେ...
ବନକଲାଗି ବିଭ୍ରାଟ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଲୋଚନା ନେଇ ଏଜେଣ୍ଡାରେ ସ୍ଥିର ହୋଇନି । ତେବେ ସଭାପତିଙ୍କ ଅନୁମତି କ୍ରମେ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ କି ନାହିଁ, ତାକୁ ଅପେକ୍ଷା ରହିଛି ।
ଆଖି ଯେତେ ଯାଏ ପାଇବ, ସେତେ ଯାଏ କେବଳ ପାଣି ହିଁ ପାଣି...କାହା ଘରେ ପାଣି ପଶିଲାଣି ତ କାହା ବେଡ୍ରୁମ୍ରେ । ଏମିତି ସ୍ଥିତିରେ ଛେଳିକୁ ନେଇ ଧାଇଁଲେ ଯୁବତୀ
ସାଳନ୍ଦୀରେ ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି ।
ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଗାଁ ଜଳବନ୍ଦୀ ହୋଇଛି। କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି।
୯୦ଟି ବ୍ଲକର ୭୬୨ ଗାଁ ଓ ୧୭ଟି ସହରାଞ୍ଚଳର ୬୬ ୱାର୍ଡ ପ୍ରଭାବିତ
ଗତ ବର୍ଷ ମେ ୧୫ରେ ୧୫ ବର୍ଷର ଝିଅ ସାଇସମୃଦ୍ଧିକୁ ହରାଇଥିଲେ। ହେଲେ ଆଶ୍ୱାସନା ଏତିକି ନିଜର ପ୍ରଥମ ସନ୍ତାନର ଜୀବନ୍ତ ସ୍ମୃତିକୁ ପାଇବାର ସୌଭାଗ୍ୟ ମିଳିଛି। କାହିଁକି ନା ମୃତ୍ୟୁ ପରେ ନିଜର କିଡନୀ ଦେଇ ଆଉ ଜଣଙ୍କୁ ଜୀବନ ଦେଇ ଯାଇଛନ୍ତି ସାଇସମୃଦ୍ଧା।
ଗାଁ ହେଉ କି ସହର ସବୁଠି ଛତୁ ଫୁଟିଲା ଭଳି ଖାଦ୍ୟ ସାମଗ୍ରୀ ଦୋକାନ । ହେଲେ ଏସବୁ ସ୍ଥାନରେ ମିଳୁଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟକର? ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ ପାଇଁ ସରକାର ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । କିନ୍ତୁ ଉଦବେଗର ବିଷୟ ହେଲା ସେଥିରୁ ୪୩ଟି ପଦବି ଏବେ ଫାଙ୍କା ପଡ଼ିଛି । ଫଳରେ ଅନେକ ସ୍ଥାନରେ ମାସ ମାସ ଧରି ଖୋଲାମେଲାରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ମାନ ଯାଞ୍ଚ ହୋଇପାରୁନାହିଁ ।
ଖୋଲିଲା ରାଜଧାନୀର ମାର୍କେଟ ବିଲ୍ଡିଂ । ବିଏମସିର ଲିଖିତ ପ୍ରତିଶ୍ରୁତି ପରେ ୧୯ ଦିନ ପରେ ପୁଣି ଚଳଚଂଚଳ ହୋଇ ଉଠିଛି ୟୁନିଟ-୨ ମାର୍କେଟ ବିଲ୍ଡିଂ । ଆଜି ସକାଳୁ ପ୍ରଥମେ ଛୋଟ ରେଡିମେଡ୍ ଦୋକାନ ଖୋଲିଥିବା ବେଳେ ସନ୍ଧ୍ୟାରେ ସୋରୁମ୍ ମଧ୍ୟ ଖୋଲିଛି । ନିଷ୍ପତ୍ତି ଅନୁସାରେ ଏଣିକି ମାର୍କେଟ୍ ବିଲ୍ଡିଂ ପରିସରରେ କୌଣସି ଅସ୍ଥାୟୀ ବ୍ୟବସାୟୀ ବସି ପାରିବେ ନାହିଁ । ମୋଟ୍ ୧୨ଟି ପଏଣ୍ଟରେ ସ୍ଥାୟୀ ବ୍ୟବସାୟୀ ଓ BMC ମଧ୍ୟରେ ଏକ ଚୁକ୍ତି ହୋଇଛି । ସେପଟେ କିନ୍ତୁ ମାର୍କେଟ୍ ବିଲ୍ଡିଂ ପରିସରରେ ବସିବା ଜିଦ୍ରେ ଅଟଳ ରହିଛନ୍ତି ଉଠା ଦୋକାନୀ ।