• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ଢେଙ୍କାନାଳ । ଢେଙ୍କାନାଳ ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ପଶିଛି । ପ୍ରବଳ ବର୍ଷା କାରଣରୁ ରାଜ୍ୟର ଅନ୍ୟ ଜିଲ୍ଲା ପରି ଢେଙ୍କାନାଳ ଜିଲ୍ଲାର ବି କେତେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ଫଳରେ ବ୍ରାହ୍ମଣୀ ନଦୀ ଭିତରେ ଫସିରହିଛନ୍ତି ୨ ଯୁବକ ।

ରାଧାଦେଇପୁର ପଞ୍ଚାୟତ ନୂଆପଡ଼ା ଗାଁର ୨ଜଣ ଯୁବକ ଫସିରହିଥିବା ଜଣାପଡ଼ିଛି । ଉଭୟ ଯୁବକ ନଦୀରେ ଏକ ମେଗା ପ୍ରୋଜେକ୍ଟର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ହେଲେ ହଠାତ୍‌ ବନ୍ୟା ଜଳ ମାଡ଼ି ଆସିବାରୁ ନଦୀ ଭିତରେ ଯୁବକ ଦୁଇଜଣ ଫସି ରହିଛନ୍ତି ।

ଅଧିକ ପଢ଼ନ୍ତୁ: ବିପଦ ସଙ୍କେତ ଉପରେ ବୈତରଣୀ: ସକାଳ ୬ଟା ସୁଦ୍ଧା ଜଳସ୍ତର ୧୯. ୮୮ମିଟର

ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବିଭାଗ । ସୁରକ୍ଷିତ ଭାବେ ଦୁଇ ଜଣଙ୍କୁ ଉଦ୍ଧାର କରାଯିବା ନେଇ ପ୍ରୟାସ କରାଯାଉଛି । ସେହିପରି କଙ୍କା ଗାଁରେ ବି ବନ୍ୟା ଉପୁଜିଛି । ଲଗାଣ ବର୍ଷା କରଣରୁ ସବୁଠି ପାଣି ଆଉ ପାଣି ଦେଖିବାକୁ ମିଳୁଛି ।

ଫଳରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି କଙ୍କା ଗାଁ । ଅନ୍ୟପଟେ ଢେଙ୍କାନାଳର ଆହୁରି କେତେକ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ରାସ୍ତା ଉପରେ ପାଣି ଚାଲୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଅଧିକ ପଢ଼ନ୍ତୁ: ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ: କେଉଁଠି ରାସ୍ତାରେ ପାଣି, ତ ଆଉ କେଉଁଠି ବୁଡ଼ିଛି ପୋଲ

  • Reported by:
  • RAJASHREE SATAPATHY