କଟକ ବଡ଼ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ। ଲାଇନ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ବିନା ଲାଇଟ୍ ଓ ଫ୍ୟାନରେ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ିଛି।
ମେଡିକାଲ୍ ସାମ୍ନାରେ ଆମ୍ବୁଲାନ୍ସ ଡୋର୍ ଅଧଘଣ୍ଟାଏ ଧରି ନଖୋଲିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ବ୍ୟସ୍ତତା ବଢି ଯାଇଥିଲା।
ଘରେ ନପଶଣୁ ମୁଣ୍ଡରେ ଚାଳ, ରାଜ୍ୟ ସରକାରଙ୍କ ନୂଆ ବସ୍ ଯୋଜନା ଲକ୍ଷ୍ମୀକୁ ଆରମ୍ଭରୁ ବିରୋଧ । ଅକ୍ଟୋବର ୨ରୁ ଲକ୍ଷ୍ମୀ ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ଗଡ଼ିପାରେ ଏହି ଅତ୍ୟାଧୁନିକ ବସ୍ । ଏଥିପାଇଁ ମାଲକାନଗିରିରେ ପ୍ରସ୍ତୁତ ଭାରତ ବେଞ୍ଜ୍ କମ୍ପାନୀର ୩୬ଟି ଶୀତତାପ ନିୟନ୍ତ୍ରିତ ବସ ।
ଅନ୍ଲାଇନ୍ ବାଇକ୍ ସର୍ଭିସ ବିରୋଧରେ ପରିବହନ ବିଭାଗର ଛାଟ ପରେ ରାସ୍ତାକୁ ଓହ୍ଲାଇଲେ ବାଇକ୍ ସର୍ଭିସ କର୍ମଚାରୀ। ସରକାର ସ୍ୱଳ୍ପ ବେତନ ପାଉଥିବା ବାଇକରଙ୍କ ପ୍ରତି କଠୋର ହୋଇଥିବା ଅଭିଯୋଗ କରିଛନ୍ତି।
ସରକାରଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାରୁ ଚାକିରି ଗଲା ! ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଅଭିଯୋଗ ହୋଇଛି।
ବର୍ତ୍ତମାନ ପାର୍କିଂ ସମସ୍ୟାକୁ ନେଇ ୧ ନଂ ହାଟରେ ଅନୁରୂପ ସ୍ଥିତି ଉପୁଜିଛି । ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି ।
ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ବିଭାଗ ଦାୟିତ୍ୱରୁ ମୁକ୍ତ କରିବା ନେଇ ଆଜି ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ କେବଳ ଏ ସଂକ୍ରାନ୍ତୀୟ କାମ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓଙ୍କୁ ଅଧିକ ଧ୍ୟାନ ଦେବାକୁ ପଡିବ ।
୨ ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ରହିଛି । ଏ ନେଇ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି ।
କଟକ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ବାଙ୍କୀ ବ୍ଲକ ଉତ୍ତର ପାର୍ଶ୍ୱରେ ଥିବା କନ୍ତ ପହଁରା ଗାଁରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଯେଉଁଠି ମଣିଷ ଭୋଗୁଛି ଜଳ ଯନ୍ତ୍ରଣା । ପାଣି ପାଇଁ ଧୀରେ ଧୀରେ ଖାଲି ହେବାରେ ଲାଗିଲାଣି ଗାଁ ।
ଗାଧୋଇବା ସମୟରେ ହିଁ ଉଭୟେ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି...
ନିସ୍ୱାର୍ଥପର ସେବା ଯାହାର ମନ୍ତ୍ର । ବିପଦରେ ସାହାଯ୍ୟ କରିବାକୁ ଯାହାର ମନ । ତାଙ୍କୁ ବା ଡର କ’ଣ, ଭୟ କ’ଣ । ବାରିପଦା ବାରୁଣୀ ଘାଟ ଶ୍ମଶାନରେ ବେଶ୍ ପରିଚିତା ନାଁ ଲକ୍ଷ୍ମୀ ଜେନା । ଦୀର୍ଘ ୧୩ବର୍ଷ ଧରି ଅବିରତ କରି ଚାଲିଛନ୍ତି ଶବ ସତ୍କାର ।
ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ ।
ନିସ୍ୱାର୍ଥପର ସେବା ଯାହାର ମନ୍ତ୍ର । ବିପଦରେ ସାହାଯ୍ୟ କରିବାକୁ ଯାହାର ମନ । ତାଙ୍କୁ ବା ଡର କ’ଣ, ଭୟ କ’ଣ । ବାରିପଦା ବାରୁଣୀ ଘାଟ ଶ୍ମଶାନରେ ବେଶ୍ ପରିଚିତା ନାଁ ଲକ୍ଷ୍ମୀ ଜେନା । ଦୀର୍ଘ ୧୩ବର୍ଷ ଧରି ଅବିରତ କରି ଚାଲିଛନ୍ତି ଶବ ସତ୍କାର ।
ଆମେ ପିଆଜକୁ କେବଳ ଖାଦ୍ୟ ଭାବେ ବ୍ୟବହାର କରୁ। ବିହାର ଏବଂ ୟୁପି ସମେତ ଦେଶର ଅନେକ ଅଞ୍ଚଳରେ ଲୋକମାନେ ଏହାକୁ ଲୁ’ରୁ ରକ୍ଷା ପାଇଁ କିମ୍ବା ଜ୍ୱରର ଚିକିତ୍ସା ପାଇଁ ବ୍ୟବହାର କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ପରମାଣୁ ପରୀକ୍ଷଣ ପାଇଁ ପିଆଜ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ?
ପୁଣି ଜନନୀ ଯନ୍ତ୍ରଣା। ରାସ୍ତାକଡ଼ରେ ହେଲା ପ୍ରସବ। ଅଟୋରେ ହସ୍ପିଟାଲ୍ ନେବା ବାଟରେ ହିଁ ମହିଳାଙ୍କ ପ୍ରସବ ହୋଇଛି।
୩ ଟଙ୍କା ପାଇଁ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ।
ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବଦେବୀଙ୍କ ଚିହ୍ନ ଥିବା ମୁଦ୍ରା ପ୍ରଚଳନ କରିବେ ଗଜପତି।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅଞ୍ଚଳରେ ପ୍ରଭାବଶାଳୀଙ୍କ କବଜାରେ ଗୋଚର ଜମି । ସରକାରଙ୍କ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ହାନି ।
ଆଜି ମଧ୍ୟାହ୍ନ ଧୂପ ଛେକ ପରେ ପ୍ରାୟ ୨ରୁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଅଭାବ ଯୋଗୁଁ ଘରକୁ ଛପର କରିପାରୁନାହାନ୍ତି । ଗୋଟିଏ ଘରେ ଖିଆପିଆ , ପୁଅର ପାଠପଢ଼ା, ଠାକୁର ପୂଜା । ଆଜି ପର୍ଯ୍ୟନ୍ତ ବି ପାଖରେ ପହଞ୍ଚିପାରିନି ଆବାସ ଯୋଜନା ।
ରାସ୍ତା ସାରା ଖାଲଖମାରେ ଭର୍ତ୍ତି । କେଉଁଠି ବଡ଼ ବଡ଼ ଖାଲ ତ କେଉଁଠି ପିଚୁ ଉଠିଯାଇଛି । ଅନେକ ସ୍ଥାନରେ ରାସ୍ତା ଧୋଇଯାଇଛି । ରାସ୍ତାରେ ଯାଉଥିବା ଲୋକଙ୍କ ପାଇଁ ରହିଛି ପାଦେ ପାଦେ ବିପଦ । ଦୁର୍ଗମ ଅଞ୍ଚଳରେ ଗମନାଗମନର ସୁବିଧା ପାଇଁ ଏହି ରାସ୍ତା ନିର୍ମାଣ ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ପାଲଟିଛି ମରଣ ଯନ୍ତା ।
ହଜିଗଲା ମାନବିକତା। ଚିକିତ୍ସା ବଦଳରେ ଶ୍ରମିକଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଇବା ବଦଳରେ ମରି ଯାଇଥିବା ଭାବି ରାସ୍ତାରେ ଫିଙ୍ଗି ଦେଲେ।
ବଲାଙ୍ଗିରରେ ରାଜେନ୍ଦ୍ର ୟୁନିଭର୍ସିଟି ଜମିରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବଲାଙ୍ଗିର ତହସିଲଦାରଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କରାଯାଇଛି।
କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ। ଫାର୍ମରେ ପଶି ୧୪ କୁକୁଡ଼ା ମାରିବା ସହ ୧୦ଟି କୁକୁଡ଼ା ଅଜଗର ଗିଳି ଦେଇଥିବା ଅନୁମାନ କରାଯାଉଛି।