• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶକ୍ତି ବିଭାଗ ସଚିବ ଦାୟିତ୍ୱରୁ ମୁକ୍ତ ହୋଇପାରନ୍ତି ବରିଷ୍ଠ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବର୍ତ୍ତମାନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ମଧ୍ୟ କାମ କରୁଛନ୍ତି । ତେବେ ନିର୍ବାଚନ କମିଶନଙ୍କ ପାଖରୁ ଆଜି ଜାରି ଏକ ନିର୍ଦ୍ଦେଶନାମା ପରେ ତାଙ୍କୁ ଶକ୍ତି ବିଭାଗରୁ ଅବ୍ୟାହତି ଦିଆଯିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନ୍ୟ ବିଭାଗ ଦାୟିତ୍ୱରୁ ମୁକ୍ତ କରିବା ନେଇ ଆଜି ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ କେବଳ ଏ ସଂକ୍ରାନ୍ତୀୟ କାମ ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓଙ୍କୁ ଅଧିକ ଧ୍ୟାନ ଦେବାକୁ ପଡିବ । ଏଥିପାଇଁ ଯଦି ସିଇଓ ଅନ୍ୟ କୌଣସି ଦାୟିତ୍ବରେ ଥାଆନ୍ତି ତାଙ୍କୁ ତୁରନ୍ତ ଦାୟିତ୍ୱ ମୁକ୍ତ କରିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

କେବଳ ସିଇଓ ନୁହଁନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସରେ ଥିବା ଆଡିସନାଲ ସିଇଓ, ଯୁଗ୍ମ ସିଇଓ, ଡେପୁଟି ସିଇଓ ଏବଂ ଆସିଷ୍ଟାଣ୍ଟ ସିଇଓଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ୱରୁ ଅବ୍ୟାହତି ଦେବା ଲାଗି କହିଛନ୍ତି ନିର୍ବାଚନ କମିଶନ । ସିଇଓଙ୍କୁ ବଦଳି ବା ଅନ୍ୟ କିଛି କଲେ ପୂର୍ବରୁ ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରାକ୍ ଅନୁମତି ଜରୁରୀ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।