/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696146769.jpg)
SCB Medical
ବଡ଼ ମେଡିକାଲରେ ଚାଲିଛି କଣ ? ଅନ୍ଧାରରେ କଟକ ଏସସିବି ମେଡିକାଲ୍ । ଗତକାଲି ୧୦ ଘଣ୍ଟା ବିଦ୍ୟୁତ ନଥିଲା ଆଉ ଆଜି ସମାନ ଧରଣର ବିଭ୍ରାଟ । SCBର ଆଞ୍ଚଳିକ ନିଦାନ କେନ୍ଦ୍ରରେ ୬ ଘଣ୍ଟାରୁ ଅଧିକ ସମୟ ହେଲା ବିଦ୍ୟୁତ୍ ନାହିଁ ।
ବିଦ୍ୟୁତ ନଥିବାରୁ ନିଦାନ କେନ୍ଦ୍ରରେ ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ବନ୍ଦ ରହିଛି । ଫଳରେ ରୋଗୀ, ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲାଇନ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ବିନା ଲାଇଟ୍ ଓ ଫ୍ୟାନରେ ହଇରାଣ ହୋଇଛନ୍ତି ରୋଗୀ ।
ଗତକାଲି SCB ମେଡ଼ିକାଲର ଏକାଧିକ ବିଭାଗରେ ଏଭଳି ବିଜୁଳି ସମସ୍ୟା ଦେଖାଦେଇଥିଲା । ମେଡ଼ିସିନ ବିଭାଗ, ସ୍ପlଇନାଲ ଇଂଜୁରୀ, ଶବ ସଂରକ୍ଷଣ ଗୃହ ଓ ପୋଷ୍ଟମୋର୍ଟମ ବିଭାଗ ଆଦି ସ୍ଥାନରେ ବିଜୁଳି ନଥିଲା । ତେବେ ଅପରାହ୍ନ ପରେ ସ୍ଥିତିରେ ସୁଧାର ଆସିଥିଲା । ମେଡିକାଲରେ କାର୍ଯ୍ୟରତ ବିଦ୍ୟୁତ ଠିକାଦାରମାନେ ବକେୟା ପ୍ରାପ୍ୟ ପାଇଁ କାର୍ଯ୍ୟବନ୍ଦ କରିଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କୁହାଯାଉଛି ।
ଏହା ପ୍ରଥମ ଘଟଣା ନୁହେଁ ଅଗଷ୍ଟ ମାସରେ ବି ଆଉ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏସସିବି ମେଡିକାଲ ଭିତରେ ଆଣ୍ଠୁଏ ପାଣି ଜମିଥିଲା । ରୋଗୀ ସେତେବେଳେ ବି ଅସୁବିଧାର ସମ୍ମୁଖୀନ ହୋଇଥିଲେ । ନା ମେଡିକାଲ୍ ଭିତରକୁ ଯାଇପାରିଥିଲେ ନା ସେଠି ଚିକିତ୍ସିତ ହୋଇପାରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)