Advertisment

ନା ଆସିଲେ ଆଶାକର୍ମୀ ନା ଆସିଲା ଆମ୍ବୁଲାନ୍ସ...ରାସ୍ତାକଡ଼ରେ ହେଲା ପ୍ରସବ

ପୁଣି ଜନନୀ ଯନ୍ତ୍ରଣା। ରାସ୍ତାକଡ଼ରେ ହେଲା ପ୍ରସବ। ଅଟୋରେ ହସ୍ପିଟାଲ୍‌ ନେବା ବାଟରେ ହିଁ ମହିଳାଙ୍କ ପ୍ରସବ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
woman gives birth on road in Balangir

woman gives birth on road in Balangir

ପୁଣି ଜନନୀ ଯନ୍ତ୍ରଣା। ରାସ୍ତାକଡ଼ରେ ହେଲା ପ୍ରସବ। ଅଟୋରେ ହସ୍ପିଟାଲ୍‌ ନେବା ବାଟରେ ହିଁ ମହିଳାଙ୍କ ପ୍ରସବ ହୋଇଛି। ଦୁର୍ଭାଗ୍ୟର କଥା- ସମ୍ପୃକ୍ତ ମହିଳା ଘରେ ଥିବାବେଳେ ଆଶାକର୍ମୀଙ୍କୁ ଡାକିବାରୁ ସେ ଆସିଲେ ନାହିଁ । ଆମ୍ବୁଲାନ୍ସକୁ ମଧ୍ୟ ଡକା ହୋଇଥିଲା, ତାହା ବି ଆସିଲା ନାହିଁ।

Advertisment

ତେଣୁ ପରିବାର ଲୋକେ ବାଧ୍ୟ ହୋଇ ଅଟୋରେ ମହିଳାଙ୍କୁ ଡାକ୍ତରଖାନା ନେଇଥିଲେ। କିନ୍ତୁ ବାଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ରାସ୍ତାକଡ଼ରେ ହିଁ ପ୍ରସବ ହୋଇଛି। ବଲାଙ୍ଗିର ଟିଟିଲାଗଡ଼ କୁମୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ଅଟୋରେ ପରିବାର ଲୋକେ ହସ୍ପିଟାଲ୍‌ ନେବା ବାଟରେ ମହିଳାଙ୍କର ଅସହ୍ୟ ଯନ୍ତ୍ରଣା ହେଲା । ତେଣୁ ଏକ ଲୁଗାକୁ ନେଇ ଏକ ଆଢୁଆଳ କରି ତା’ ଭିତରେ ମହିଳାଙ୍କ ପ୍ରସବ କରାଇଥିଲେ ତାଙ୍କ ସଂପର୍କୀୟ । ମହିଳା ଜଣକ ଯାଆଁଳା ଶିଶୁ ପୁତ୍ର ଜନ୍ମ ଦେଇଛନ୍ତି। ଏହାପରେ ମା’ ଓ ଶିଶୁଙ୍କୁ ଟିଟିଲାଗଡ଼ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସମସ୍ତେ ସୁସ୍ଥ ଅଛନ୍ତି। 

Advertisment
Advertisment
Advertisment