/odishatv-khabar/media/post_attachments/uploadimage/library/16_9/16_9_0/s_1696138463.jpg)
Power outage in SCB Medical College & Hospital in Cuttack
କଟକ ବଡ଼ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ। ଲାଇନ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ବିନା ଲାଇଟ୍ ଓ ଫ୍ୟାନରେ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ିଛି। ଗତକାଲି ଏସ୍ସିବି ମେଡ଼ିକାଲର ଏକାଧିକ ବିଭାଗରେ ଏଭଳି ବିଦ୍ୟୁତ୍ ସମସ୍ୟା ଦେଖା ଦେଇଥିଲା।
Advertisment
ଫଳରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତକାଲି ସକାଳୁ ମେଡ଼ିସିନ ବିଭାଗ, ସ୍ପାଇନାଲ ଇଞ୍ଜୁରୀ, ଶବ ସଂରକ୍ଷଣ ଗୃହ ଓ ପୋଷ୍ଟମୋର୍ଟମ ବିଭାଗ ଆଦି ସ୍ଥାନରେ ବିଦ୍ୟୁତ୍ ନଥିଲା।
ଅପରାହ୍ନ ପରେ ସ୍ଥିତିରେ ସୁଧାର ଆସିଥିଲା। ମେଡିକାଲ୍ରେ କାର୍ଯ୍ୟରତ ବିଦ୍ୟୁତ୍ ଠିକାଦାରମାନେ ବକେୟା ପ୍ରାପ୍ୟ ପାଇଁ କାର୍ଯ୍ୟବନ୍ଦ କରିଥିବାରୁ ଏଭଳି ସମସ୍ୟା ଦେଖାଦେଇଥିବା କୁହାଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)