/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695990995.jpg)
Bhubaneswar
ଭୁବନେଶ୍ୱର ୧ନଂ ହାଟର ସବୁ ଦୋକାନ ବନ୍ଦ । ୧ନଂ ହାଟ ବନ୍ଦ ରହିବା ନେଇ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ଦାବି ପୂରଣ ନହେବାରୁ ୪ ଦିନ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସଂଘ । ପାର୍କିଂ, ଡ୍ରେନେଜ ବ୍ୟବସ୍ଥା ଓ ଜବରଦଖଲ ଉଚ୍ଛେଦ ପାଇଁ ଦାବି କରିଛି ସଂଘ ।
ବହୁ ଦିନ ହେବ ଉଠା ଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ବିବାଦକୁ ନେଇ ମାର୍କେଟ୍ ବିଲ୍ଡିଂରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ୧୭ ଦିନ ତାଲା ପଡ଼ିଥିଲା ମାର୍କେଟ୍ ବିଲ୍ଡିଂ । ହେଲେ ବର୍ତ୍ତମାନ ପାର୍କିଂ ସମସ୍ୟାକୁ ନେଇ ୧ ନଂ ହାଟରେ ଅନୁରୂପ ସ୍ଥିତି ଉପୁଜିଛି । ରାସ୍ତାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ ଗ୍ରାହକମାନେ ହାଟକୁ ଆସିବା ପସନ୍ଦ କରୁନାହାନ୍ତି ।
ତା’ଛଡ଼ା ଏଠାରେ ଥିବା ଭେଣ୍ଡିଂ ଜୋନ୍ ବ୍ୟବସାୟୀ ଓ ଉଠାଦୋକାନୀ ମଧ୍ୟ ସୀମା ଅତିକ୍ରମ କଲେଣି। ଯାହାକୁ ନେଇ ଦୋକାନୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତେଣୁ ଦାବି ପୂରଣ ନହେବାରୁ ୪ ଦିନ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)