Advertisment

୩ ଟଙ୍କା ପାଇଁ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ୍

୩ ଟଙ୍କା ପାଇଁ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Shopkeeper fined 25 thousands for not returned rs 3 to customer

Shopkeeper fined 25 thousands for not returned rs 3 to customer

୩ ଟଙ୍କା ପାଇଁ ୨୫ ହଜାର ଟଙ୍କା ଫାଇନ୍ । ସମ୍ବଲପୁରରେ ଜଣେ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ କରିଛନ୍ତି ଜିଲ୍ଲା ଖାଉଟି ଅଦାଲତ । ମାସେ ଭିତରେ ଟଙ୍କା ନଦେଲେ ୯ ପ୍ରତିଶତ ସୁଧ ସହ ଟଙ୍କା ଦେବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି।

Advertisment

ସୂଚନା ଅନୁସାରେ, ଗତ ଏପ୍ରିଲ ୨୮ ତାରିଖ ଦିନ ସମ୍ବଲପୁର ଜଣେ ବ୍ୟକ୍ତି ବୁଢ଼ାରଜା ଅଞ୍ଚଳରେ ଥିବା ଏକ ଜେରକ୍ସ ଦୋକାନରେ ଗୋଟିଏ ପେଜ୍ କାଗଜର ଫଟୋ କପି ବାହାର କରିଥିଲେ । ଫଟୋ କପି ବାବଦକୁ ୨ ଟଙ୍କା ହୋଇଥିବା ବେଳେ ଗ୍ରାହକ ଜଣକ ୫ ଟଙ୍କା ଦେଇ ୩ ଟଙ୍କା ଫେରସ୍ତ ପାଇଁ ଦୋକାନୀଙ୍କୁ କହିଥିଲେ ।

Advertisment

ତେବେ ଦୋକାନୀ ଆଉ ଟଙ୍କା ଫେରସ୍ତ କରିବେନି ବୋଲି କହିବା ପରେ ଗ୍ରାହକ ଜଣକ ଫେରସ୍ତ ପାଇଁ ଜିଦ୍ ଧରିଥିଲେ । ଏହାପରେ ଗ୍ରାହକଙ୍କୁ ର୍ଦୁବ୍ୟବହାର ସହ ଦୋକାନୀ ଜଣକ ୫ ଟଙ୍କା ଫେରାଇ ଦେଇଥିଲେ ।

ଘଟଣାକୁ ନେଇ ଗ୍ରାହକ ଜଣକ ଅପମାନ ବୋଧ କରି ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଅଦାଲତ ମାମଲାର ଶୁଣାଣି କରି ଗ୍ରାହକଙ୍କୁ ମାନସିକ ନିର୍ଯାତନା ଦେଇଥିବା ଯୋଗୁ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି । 

Advertisment
Advertisment