/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695972038.jpg)
Two minor girls drown in pond
ବାଲେଶ୍ୱର ସଦର ବ୍ଲକ ଓଡ଼ଙ୍ଗିରେ ଅଘଟଣ । ଗୋଟିଏ ପୋଖରୀରେ ପଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦୁଇଟି ଯାକ ଝିଅ ଗାଧୋଇବାକୁ ପୋଖରୀକୁ ଯାଇଥିଲେ ।
Advertisment
ସେଠାରେ ଗାଧୋଇବା ସମୟରେ ହିଁ ଉଭୟେ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।
ମୃତ ନାବାଳିକା ଦ୍ୱୟଙ୍କ ବୟସ ଜଣାପଡ଼ିଛି । ଜଣଙ୍କ ବୟସ ୧୦ ବର୍ଷ ହୋଇଥିବାବେଳେ ଅନ୍ୟ ଜଣେ ନାବାଳିକାର ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି । ଦୁଇଜଣ ନାବାଳିକାଙ୍କ ଏପରି ମୃତ୍ୟୁକୁ ନେଇ ସାରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)