• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Responsibility Hub
ଅଧିକ ଥିଲେ ଦିଅନ୍ତୁ, ଦରକାର ଥିଲେ ନିଅନ୍ତୁ : ପୁରୁଣା ପୋଷାକକୁ ନୂତନ ରୂପ ଦେଇ ମାଗଣାରେ ବଣ୍ଟା ଯାଉଛି

ଗଂଜାମ ଜିଲ୍ଲା ହିଞ୍ଜିଳି ମ୍ୟୁନସିପାଲଟି ଅଧୀନରେ ଥିବା ତଥା ରେସପନସିବିଲିଟି ହବ୍ ଲେଖାଥିବା ଏକ ଗୃହରେ ସ୍ୱୟଂସହାୟିକା ଗୋଷ୍ଠୀ ମହିଳାମାନେ ପୁରୁଣା ପୋଷାକକୁ ନୂଆ ରୂପ ଦିଅନ୍ତି । ଯେଉଁ ବଦାନ୍ୟ ବ୍ୟକ୍ତିମାନେ ସେମାନଙ୍କ ଅଦରକାରୀ ଲୁଗା, ଡ୍ରେସ୍ ଇତ୍ୟାଦି ଦାନ କରନ୍ତି, ସେଗୁଡିକୁ ନୂତନ ରୂପ ଦେଇଥାନ୍ତି । ସେମାନେ ପୁରୁଣା ଡ୍ରେସ୍ ଗୁଡିକୁ ପ୍ରଥମେ ସଫା କରିଥାଆନ୍ତି । ଆଉ ତା ପରେ ଚିରାଫଟା ପୋଷାକକୁ ମେସିନରେ ସିଲାଇ ଆଇରନ୍ ବି କରନ୍ତି ।

Kendrapada issue
ତେଜୁଛି ଖରସ୍ରୋତା ପ୍ରକଳ୍ପ ବିବାଦ: ମୁହାଁମୁହିଁ ହେଲେ ପୋଲିସ-ଆନ୍ଦୋଳନକାରୀ

ପ୍ରକଳ୍ପକୁ ବିରୋଧ କରୁତିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ବ୍ୟାରିକେଡକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି।

Puri Jagannath Temple Reopens
ଆଜିଠୁ ମହାପ୍ରଭୁଙ୍କ ଦର୍ଶନ

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଆଜି ଏବଂ ଆସନ୍ତାକାଲି ୨ ଦିନ ଧରି ସେବକ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି।ସେମାନେ ଯେକୌଣସି ଦ୍ୱାର ଦେଇ  ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ।

104
୧୦୪ କୁ କଲ୍‌ କରି କିଏ ପ୍ରେମଗୀତ ଶୁଣାଉଛି ତ ଆଉ କିଏ I Love You କହୁଛି

କରୋନା କାଳରେ କୋଭିଡ୍ ହେଲ୍ପଲାଇନ୍ ନମ୍ବରର ଧଜ୍ଜିଆ ଉଡାଉଛନ୍ତି ଲୋକେ । ଜରୁରୀକାଳୀନ ସେବା ସହ ଜଡ଼ିତ ୧୦୪ କୁ ଫୋନ୍ କରି କିଏ ପ୍ରେମଗୀତ ଶୁଣାଉଛନ୍ତି ତ ଆଉ କିଏ କହୁଛନ୍ତି ଆଇ ଲଭ୍ ୟୁ ।

OBC
ପଛୁଆ ବର୍ଗଙ୍କୁ କେନ୍ଦ୍ରରୁ ମିଳିବ ସାମ୍ବିଧାନିକ ମାନ୍ୟତା, ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେଡି

ସ୍ୱାଧୀନତାର ୭୫ ବର୍ଷ ପରେ ସମ୍ବିଧାନ ସଂଶୋଧନ କରି ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ମାନ୍ୟତା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯାହାଦ୍ୱାରା ରାଜ୍ୟମାନଙ୍କୁ ନିଜସ୍ୱ ଓବିସି ତାଲିକା ପ୍ରସ୍ତୁତ କରିବାର ମିଳିଛି ଅଧିକାର ।

KOTIA
କୋଟିଆରେ ନୂଆ ବିବାଦ, ଆନ୍ଧ୍ର ସ୍କୁଲରେ ସଂରକ୍ଷଣ ଦେଇ ପ୍ରଲୋଭିତ କରିବାକୁ ପ୍ଲାନ୍‌

କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ଏବେ ଆଉ ଏକ ନୂଆ ବିବାଦ ମୁର୍ଡ ଟେକିଛି । ଶିକ୍ଷାରେ ସଂରକ୍ଷଣକୁ ନେଇ ଦେଖାଦେଇଛି ବିବାଦ ।

Abhay Patnaik
ଅମିତ ରୋହିଦାସଙ୍କ କଥା କହି ଭାବବିହ୍ୱଳ ହୋଇପଡ଼ିଲେ ଅଭୟ..

ଅମିତ ରୋହିଦାସଙ୍କ ସଫଳତା ଦେଖି ଭାବବିହ୍ୱଳ ହେଲେ ଅଭୟ ପଟ୍ଟନାୟକ । ରୋହିଦାସଙ୍କ କଥା ଭାବି କାନ୍ଦି ପକାଇଲେ ଅଭୟ । କହିଲେ କ୍ରୀଡ଼ା ପ୍ରତି ତାର ଆଗ୍ରହ ଥିଲା । ଯାହାକୁ ଦେଖି ର୍ସ୍ପୋଟସ ହଷ୍ଟେଲରେ ରଖିଥିଲି । ଏହି ଅଭୟ ପଟ୍ଟନାୟକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ।

  • Wednesday, 11 August 2021
odisha
ବିଚକ୍ଷଣ କୁନି ପ୍ରତିଭା ପ୍ରଥମେଶ, ମାତ୍ର ୪ ବର୍ଷରେ ମୁହେଁ ମୁହେଁ ଗୀତିନାଟ୍ୟ

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭାଟବନ୍ଧ ଗାଁର ଅମିୟ ମହାନ୍ତି ଓ ମା ପୁଷ୍ପିତା ଘଟୁଆରିଙ୍କର ଏକ ମାତ୍ର ପୁଅ ପ୍ରଥମେଶ । ଏକ ଯୌଥ ପରିବାରରେ ତାଙ୍କର ଜନ୍ମ । ପ୍ରଥମେଶଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ଘରେ ବାପା ,ବଡବାପା ସବୁବେଳେ ପ୍ରାର୍ଥନା ଚ୍ୟାନେଲ ଦେଖିଥିଲେ । ଆଉ ତାହା ଦେଖି ପ୍ରଥମେଶ ଭଜନ ଓ ତାବଲା ସେହିଭଳି ଭାବଭଙ୍ଗୀ କରୁଥିଲା

  • Wednesday, 11 August 2021
  • Odisha
Berhampur Industrial Meet
ଏଣିକି ଶିଳ୍ପାୟନର ପ୍ରତ୍ୟକ୍ଷ ଦାୟିତ୍ୱ ନେବେ ଜିଲ୍ଲାପାଳ

ଶିଳ୍ପର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର। ଶିଳ୍ପ ଭିତ୍ତିକ ସମସ୍ୟାକୁ ତୃଣମୂଳ ସ୍ତରରୁ ସମାଧାନ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି।

rayagada
ରାୟଗଡାର ଟ୍ରି-ମ୍ୟାନ୍‌ : ୨୦ ବର୍ଷରେ ୧୦ହଜାରରୁ ଅଧିକ ଗଛ ଲଗାଇଛନ୍ତି ଗୋପୀନାଥ ଚୌଧୁରୀ

ଟଗର, କନିଅର, ରଙ୍ଗଣୀ ଆଦି ଫୁଲଗଛ ସାଙ୍ଗକୁ ବେଲ, ଅଁଳା, ଜାମୁକୋଳି ଭଳି ଔଷଧୀୟ ବୃକ୍ଷ ମଧ୍ୟ ଲଗାଉଛନ୍ତି । ଗଛ ଲଗାଇବା ସହ ଆଗ୍ରହୀ ଲୋକଙ୍କୁ ମାଗଣାରେ ଚାରା ମଧ୍ୟ ବଣ୍ଟନ କରିଥାନ୍ତି ଗୋପୀନାଥ । ସହରରେ ଲୋକଙ୍କ ଫୁଲର ଚାହିଦା ମେଣ୍ଟାଇବା ସହ ପରିବେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ଏଭଳି ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇଥିବା କହିନ୍ତି ଗୋପୀନାଥ

reopening of Puri Jagannath temple
ଶ୍ରୀମନ୍ଦିର ଖୋଲିବା ନେଇ ନୂଆ SOP ଜାରି, ୧୬ରୁ କାଳିଆ ଦର୍ଶନ

ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନୂଆ SOP ଜାରି କରିଛି। ନୂଆ ଏସ୍ଓପି ଅନୁସାରେ, କାଲିଠାରୁ ୨ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ୨ ଦିନ କେବଳ ସେବାୟତ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।

 truck  falls into deep gorge
ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ଟ୍ରକ୍‌, ଭୟଭୀତ ହୋଇ ତଳକୁ ଡେଇଁ ପଡ଼ିଲେ ହେଲ୍‌ପର୍‌

ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍‌। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

kendrapada Protest
‘ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ’, ପ୍ରକଳ୍ପକୁ ଲୋକଙ୍କ ବିରୋଧ ଯୋଗୁଁ ଲାଗିଲା ୧୪୪ ଧାରା

ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିରୋଧରେ ତେଜିଛି ଆନ୍ଦୋଳନ । ସ୍ଥାନୀୟ ଅଂଚଳରେ ୧୪୪ ଧାରି ଜାରି କରି ଆଜି ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରୁଥିବା ବେଳେ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଛି ।

Tata Power
ହିସାବ ମିଳୁନି ! ୩୭ ହଜାର କୋଟି ଖର୍ଚ୍ଚ ହେଲାଣି, ତଥାପି ଟାଟା କହୁଛି ନିମ୍ନମାନର କାମ

ଉତ୍ତମ ମାନର ବିଜୁଳି ପାଇଁ ପାଣି ଭଳି ଖର୍ଚ୍ଚ ହୋଇଛି ଟଙ୍କା । ବିଧାନସଭା ଷ୍ଟାଣ୍ଡିଂ କମିଟି ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ପ୍ରାୟ ୩୭ ହଜାର କୋଟି ଖର୍ଚ୍ଚ ହେଲାଣି ।

Jajpur
ଇଏ ରାସ୍ତା ନୁହେଁ ଯମ ପୁରକୁ ବାଟ : ଦୁର୍ଘଟଣାରେ ଯାଉଛି ଜୀବନ କିନ୍ତୁ ଚେତୁନାହିଁ ପ୍ରଶାସନ

ବଡ଼ବଡ଼ ଗାତ ସୃଷ୍ଟି ହେବା ଫଳରେ ଗାଡି ଗୁଡ଼ିକ ବିପଦଜନକ ଭାବେ ଯାଆସ କରୁଛି। ଯାତ୍ରୀ ମାନଙ୍କ ପାଇଁ କୌଣସି ବିଶ୍ରାମାଗାର ନାହିଁ। ଫଳରେ ଖରା ବର୍ଷାରେ ପିଲାଛୁଆ ଧରି ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମହିଳାଙ୍କ ପାଇଁ ସର୍ବନିମ୍ନ ମୌଳିକ ଅଧିକାର ନିମନ୍ତେ ଶୌଚାଳୟ ଟିଏ ନଥିବାରୁ ଅନେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡୁଛି।

Farmer Problem
ସମବାୟ ବ୍ୟାଙ୍କରେ ତାଲା ପକାଇଲେ ଚାଷୀ

ସମିତି ସଂପାଦିକାଙ୍କୁ କାର୍ଯ୍ୟରୁ ବହିଷ୍କାର ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଚାଷୀଗଣ। ତେବେ କୌଣସି ବିଭାଗର ଅଧିକାରୀ ଏନେଇ ମୁହଁ ଖୋଲୁନଥିବାରୁ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ସଂପାଦିକା କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

dhenkanal
ଆଜି ଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘର କାର୍ଯ୍ୟବନ୍ଦ ଡାକରା

ଆଜିଠାରୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଢେଙ୍କାନାଳ ଓକିଲ ସଂଘ କାର୍ଯ୍ୟବନ୍ଦ ଡାକରା ଦେଇଛି । ଟାଉନ ଥାନା ଅଧିକାରିଣୀ ନମିତା ନାୟକଙ୍କ ବଦଳି ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା, ଓକିଲଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରୁଛି ଓକିଲ ସଂଘ ।

bjd meeting
ମଞ୍ଚ ଉପରେ ୫୦ରୁ ଅଧିକ ନେତା ଓ କର୍ମୀ ହେଲେ କାହାରି ମୁହଁରେ ନାହିଁ ମାସ୍କ

କୋଭିଡ ଗାଇଡଲାଇନ ମାନିବା ପାଇଁ ପ୍ରଶାସନ ଚେତାବନୀ ଦେଉଥିବାବେଳେ ନିୟମ ଉଲ୍ଲଘଂନକାରୀଙ୍କୁ କଡା ସଜା ଦେଉଛି। ହେଲେ ଏଠି କୋଭିଡ୍ କଟକଣାର ଖୋଲା ଉଲ୍ଲଂଘନ କରିଛନ୍ତି ଖୋଦ ଶାସକ ଦଳର ବିଧାୟକ, ସାଂସଦ, ନେତା ଓ କର୍ମୀ। 

odisha
ମିଛ ରିପୋର୍ଟ ଦେଇ ସସପେଣ୍ଡ୍ ହେଲେ ରାଜସ୍ୱ ନୀରିକ୍ଷକ

ସସପେଣ୍ଡ୍ ହେଲେ ରାଜସ୍ୱ ନୀରିକ୍ଷକ । ମିଛ ରିପୋର୍ଟ ଦେଇଥିବାରୁ ଝାରସୁଗୁଡ଼ା ଜିଲ୍ଲା ସମାସିଂହା ରାଜସ୍ୱ ନିରୀକ୍ଷକ ଜଗଦୀଶ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ।

Pramila Pangi
ଡଙ୍ଗର ରାଣୀ ପ୍ରମିଳା: ବାପା ପାଇଁ ଜଙ୍ଗଲରେ ବିତୁଛି ଜୀବନ

୧୯୮୦ ମସିହାରେ ଭଗବାନ ପାଙ୍ଗି ଡାକ ବିଭାଗ କର୍ମଚାରୀଙ୍କ ଆକ୍ରୋଶର ଶିକାର ହେବା ପରେ ଡାକ ବିଭାଗରେ ଚାକିରି ଛାଡିଥିଲେ। ନିଜସ୍ୱ ଜମି ନଥିବାରୁ କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ ବାଲେଲ ପଞ୍ଚାୟତର ଏକଟାଗୁଡା ଜଙ୍ଗଲରେ ୪୦ ବର୍ଷ ତଳେ ଚାଲି ଆସିଥିଲେ ।

Section 144 Imposed In Kendrapara
୩ ପଞ୍ଚାୟତରେ ୨ ମାସ ପାଇଁ ଜାରି ହେଲା ୧୪୪ ଧାରା

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ-ଗ୍ରାମବାସୀ। ଏହି ପ୍ରକଳ୍ପ କାମ ନ କରିବା ପାଇଁ ଅଞ୍ଚଳବାସୀ ଅଡି ବସିଥିବାବେଳେ କାମ ଶେଷ କରିବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର। ଏପରିକି କାର୍ଯ୍ୟ  ତ୍ୱରାନ୍ୱିତ ପାଇଁ ଜାରି କରାଯାଇଛି ୧୪୪ ଧାରା ।

Biju pattanaik Air port
ରେଡ୍ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ

ରେଡ୍ ଆଲର୍ଟରେ ଭୁବନେଶ୍ୱର ଏୟାରପୋର୍ଟ । ଆସନ୍ତା ୨୦ ତାରିଖ ଯାଏଁ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରେଡ୍ ଆଲର୍ଟ ଜାରି କରାଯାଇଛି ।

BJD leader Pravat Tripathy
ମୂର୍ତ୍ତିର ଉଚ୍ଚତା କମିଲେ କରୋନା କିପରି କମିବ: ପ୍ରଭାତ

ରାଜ୍ୟ ସରକାର ଧର୍ମୀୟ ଭାବନାକୁ ନେଇ ନିଷ୍ପତ୍ତି ନିଅନ୍ତୁ ବୋଲି ସେ କହିଛନ୍ତି। ନିୟମ ଟିକେ କୋହଳ ହେଲେ କରୋନା ବ୍ୟାପିବ ନାହିଁ। ତା ଛଡ଼ା ଗତବର୍ଷର ଅଭିଜ୍ଞତାକୁ ବିଚାରକୁ ନ ନେଇ ସରକାର ଏଥର ନିଷ୍ପତ୍ତି ନେଇଛନ୍ତି ବୋଲି ପ୍ରଭାତ କହିଛନ୍ତି।

Maa Tarinee Temple
ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର

ତାରିଣୀ ମନ୍ଦିର ସହ କେନ୍ଦୁଝରର ଶ୍ରୀବଳଦେବଜୀଉ ମନ୍ଦିର ମଧ୍ୟ କାଲିଠୁ ଭକ୍ତଙ୍କ ଲାଗି ଖୋଲିବାକୁ ଯାଉଛି। ସେହିଭଳି କେନ୍ଦୁଝର ଜିଲ୍ଲାର ଅନ୍ୟ ସବୁ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବ। ତେବେ ସୋମବାର ଦିନ ଜିଲ୍ଲାର ସବୁ ଶୈବପୀଠକୁ ଭକ୍ତଙ୍କୁ ବାରଣ କରାଯାଇଛି।

Tent house Owner Protest
ଆମ କଥା ଭୁଲିଗଲେ ସରକାର ! ୧୦ ଲକ୍ଷ ପରିବାର ଚଳିବ କେମିତି?

ରାଜ୍ୟରେ ବିବାହ, ବ୍ରତ, ଶୁଦ୍ଧିକ୍ରିୟା ଆଦି ସାମାଜିକ କାର୍ଯ୍ୟରେ ୨୦ରୁ ୨୫ ଜଣଙ୍କୁ ଅନୁମତି ମିଳୁଛି। ଏପରି ସ୍ଥଳେ ଲୋକେ ବାଧ୍ୟହୋଇ ନିରାଡମ୍ବର ଆୟୋଜନ କରୁଥିବାରୁ ସେମାନଙ୍କର କୌଣସି ଆବଶ୍ୟକତା ପଡୁନି। ତେଣୁ ସେମାନଙ୍କ ବ୍ୟବସାୟ ଠପ୍ ସାଙ୍ଗକୁ ସାଜ ସରଞ୍ଜାମରେ କଳଙ୍କି ଲାଗିଲାଣି।