Advertisment

ଆଜିଠୁ ମହାପ୍ରଭୁଙ୍କ ଦର୍ଶନ

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଆଜି ଏବଂ ଆସନ୍ତାକାଲି ୨ ଦିନ ଧରି ସେବକ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି।ସେମାନେ ଯେକୌଣସି ଦ୍ୱାର ଦେଇ  ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଆଜିଠୁ ମହାପ୍ରଭୁଙ୍କ ଦର୍ଶନ

Puri Jagannath Temple Reopens

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଆଜି ଏବଂ ଆସନ୍ତାକାଲି ୨ ଦିନ ଧରି ସେବକ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି।ସେମାନେ ଯେକୌଣସି ଦ୍ୱାର ଦେଇ  ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। ପୁରୀ ବାସିନ୍ଦାଙ୍କ ପାଇଁ ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ୨୩ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାପରେ ଅଗଷ୍ଟ ୨୩ରୁ ସର୍ବସାଧାରଣ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ୩ ମାସରୁ ଅଧିକ ସମୟର ବ୍ୟବଧାନ ପରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ ଏନେଇ ଏସଓପି ଜାରି କରିଥିଲା।

Advertisment

୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ଓ୍ୱାର୍ଡ ଓ୍ୱାରୀ ଦର୍ଶନ କରିବେ। ସେମାନଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଦି‌ଆଯିବ ସ୍ୱତନ୍ତ୍ର ଚିରୁକୁଟି। ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରୁକୁଟିରେ ପରିବାରର ୬ ସଦସ୍ୟ ଦର୍ଶନ କରିପାରିବେ। ସେହିପରି ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁ ୯୬ ଘଣ୍ଟା ପୂର୍ବର RTPCR କରୋନା ଟେଷ୍ଟ୍‌ ରିପୋର୍ଟ ନେଗେଟିଭ କିମ୍ବା ଡବଲ୍ ଡୋଜ୍ କରୋନା ଟିକା ରିପୋର୍ଟ ଦେଖାଇ ଦର୍ଶନ କରିପାରିବେ।

ମନ୍ଦିରକୁ ପ୍ରବେଶ ଓ ଦର୍ଶନ ବେଳେ ମାସ୍କ ପରିଧାନ, ସାମାଜିକ ଦୂରତା ଆଦିକୁ କଡ଼ାକଡ଼ି ପାଳନ କରିବାକୁ ଏସ୍ଓପିରେ ଉଲ୍ଲେଖ କରାଯାଇଛି। ଶ୍ରୀମନ୍ଦିର ଭିତରକୁ କୌଣସି ଶ୍ରଦ୍ଧାଳୁ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ଭୋଜନକୁ ବାରଣ କରାଯାଇଛି। ଛେପ ପକାଇଲେ ୫୦୦ ଏବଂ ପଲିଥିନ ନେଲେ ୧୦୦ ଟଙ୍କା ଜରିମାନା ଦେବାକୁ ବି ପଡ଼ିବ। ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଲାଇନର ବ୍ୟବସ୍ଥା କରାଯାଇଛି।  ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏ ଦର୍ଶନ ସମୟ ରହିଛି। ସପ୍ତାହାନ୍ତ ସଟଡାଉନ ଅର୍ଥାତ୍‌ ଶନିବାର ଓ ରବିବାର ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବାକୁ ଥିବାରୁ ଏହି ସମୟରେ ଦର୍ଶନ ବନ୍ଦ ରହିବ। ଏପରିକି ଆସନ୍ତା ପର୍ବପର୍ବାଣୀ ସମୟରେ ବି ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଏସ୍ଓପିରେ ଦର୍ଶାଯାଇଛି।

Advertisment

ସୂଚନାଥାଉ କି, ଅଗଷ୍ଟ ୫ ତାରିଖ ସୁଦ୍ଧା ଶ୍ରୀମନ୍ଦିର ନ ଖୋଲିଲେ ଅନଶନ କରିବେ ବୋଲି ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର ଚେତାବନୀ ଦେଇଥିଲେ। ସେ କହିଥିଲେ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ତେଣୁ ସେବାୟତମାନଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳୁଥିବା ଆର୍ଥିକ ସହାୟତାରେ ପରିବାର ପ୍ରତିପୋଷଣ ସମ୍ଭବ ନୁହେଁ ବୋଲି କହିଥିଲେ ଦାମୋଦର ମହାସୁଆର । ତେଣୁ ତୁରନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବାକୁ ଦାମୋଦର ଦାବି କରିଥିଲେ ।

Puri Srimandir Puri Jagannath Temple Puri Jagannath Temple Reopens
Advertisment
Advertisment