odisha
ଝାରସୁଗୁଡ଼ା (ଭାଗିରଥୀ ସାହୁ) : ମହଙ୍ଗା ପଡିଲା ମିଛ ରିପୋର୍ଟ ଦେବା । ସସପେଣ୍ଡ୍ ହେଲେ ରାଜସ୍ୱ ନୀରିକ୍ଷକ । ମିଛ ରିପୋର୍ଟ ଦେଇଥିବାରୁ ଝାରସୁଗୁଡ଼ା ଜିଲ୍ଲା ସମାସିଂହା ରାଜସ୍ୱ ନିରୀକ୍ଷକ ଜଗଦୀଶ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । କୁଲାବିରା ତହସିଲରେ ଥିବା ସୋଢାମାଲ ଗାଁର ୮ ଏକର ଜମି ସଂପର୍କରେ ଭୁଲ ତଥ୍ୟ ଦେଇଥିବାରୁ ତାଙ୍କୁ ସସ୍ପେଣ୍ଡ କରାଯାଇଥିବା ଜିଲ୍ଲାପାଳ ସରୋଜ ସାମଲ ସୂଚନା ଦେଇଛନ୍ତି । ଆରଆଇ ଜଗଦୀଶ ଏହି ଜମିରେ ବଡ ଗଛ ନ ଥିବା ଏବଂ ଛୋଟ ବୁଦା ଥିବା ନିଜ ରିପୋର୍ଟରେ ଦର୍ଶାଇଥିଲେ ।
ତେବେ ଏହା ଭୁଲ ରିପୋର୍ଟ ବୋଲି ଅଭିଯୋଗ ହେବା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ବନବିଭାଗ ଅଧିକାରୀଙ୍କୁ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ମିଳିତ ତଦନ୍ତ ରିପୋର୍ଟ ଆସିବା ପରେ ଜଗଦୀଶଙ୍କୁ ନିଲମ୍ବିତ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ସୋଢାମାଲ ଗାଁରେ ୮ ଏକର ଜମିରେ ଘରୋଇ ଉଦ୍ୟୋଗ ସ୍ଥାପନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ବିଶାଳ ଦାସ ଇଡକୋ ଜରିଆରେ ଆବେଦନ କରିଥିଲେ । ଏହାକୁ ନେଇ ସେତେବେଳେ ବିବାଦ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)